ସାମ୍ନାକୁ ଆସିଲା ଅଭିନେତ୍ରୀ ରଶ୍ମିଙ୍କ ଚିଠି, ଖୋଲିପାରେ ରଶ୍ମିଙ୍କ ଆତ୍ମହତ୍ୟା ପଛର ରହସ୍ୟ

0

Get real time updates directly on you device, subscribe now.

ଅଭିନେତ୍ରୀ ରଶ୍ମିଙ୍କ ଆତ୍ମହତ୍ୟା ପରେ ପୋଲିସ ଜୋର ସୋରରେ ଯାଞ୍ଚ୍ କରୁଛି । ବର୍ତ୍ତମାନ ପୋଲିସ ଯାଞ୍ଚ୍ କରିବା ସମୟରେ ଅଭିନେତ୍ରୀ ରଶ୍ମିଙ୍କ ଡାଏରୀରୁ ଗୋଟିଏ ଚିଠି ପାଇଛି । ତାକୁ ନେଇ କୁହାଯାଇଛି ଯେ ଏଥିରୁ କିଛି ନା କିଛି ରହସ୍ୟ ନିଶ୍ଚୟ ସାମ୍ନାକୁ ଆସିବ ।

ତେବେ ଅଭିନେତ୍ରୀ ରଶ୍ମି ଆତ୍ମହତ୍ୟା କରିବା ପୂର୍ବରୁ ଗୋଟିଏ ଚିଠି ଲେଖିଥିଲେ ଏବଂ ସେ ଲେଖିଛନ୍ତି ଯେ, ” ଆଇ ଲଭ ୟୁ ସାନ… ବେବି । ତତେ ଛାଡ଼ିକି ଯିବାକୁ ଇଚ୍ଛା ନାହିଁ । ହେଲେ ମୁଁ ଆଉ ପାରୁନି, ମତେ ଭୁଲିଯିବୁ । ତୁ ଭଲରେ ତୋ ଲାଇଫ ତିଆରି କରିବୁ । ୟାର ମୁଁ ବହୁତ୍ ଖରାପ୍ ଝିଅଟେ । ସରି… ବାବା… ସରି… ମମି… ସରି… ଜଗନ… ସରି କାହ୍ନା, ମୁଁ ତୁମମାନଙ୍କୁ ବହୁତ୍ ମିସ କରୁଛି । ବାବା ପ୍ଲିଜ୍ କେହିବି ସନ୍ତୋଷଙ୍କୁ ଦୋଷ ଦେବନି । ତାର ଯଦି କିଛି ବି ହେଲା, ମୁଁ କାହାକୁ ବି ଛାଡିବିନି । ଆଉ କେହି ବି ପୋଲିସ କେସ କରିବନି, ପ୍ଲିଜ୍… ।”

ଆଜ୍ଞା ହଁ, ଅଭିନେତ୍ରୀ ରଶ୍ମିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଘରୁ ପୋଲିସକୁ ଏହି ହାତଲେଖା ଚିଠି ମିଳିଛି । ଏ ଡାଏରୀକୁ ଏବେ ପୋଲିସ ଉଦ୍ଧାର କରିଛି । ତେବେ ଏଥିରେ ଯାହା ଲେଖାଯାଇଛି, ଏହି ହାତ ଲେଖା ଏବଂ ତ୍ରିକୋଣୀୟ ପ୍ରେମ, ରଶ୍ମିଙ୍କ ଆଖିରେ ଲାଗିଥିବା ଆଘାତ, ସେପଟେ ରଶ୍ମିତାଙ୍କ ବାପାଙ୍କ ଅଭିଯୋଗକୁ ଦେଖିବାକୁ ଗଲେ ସେସବୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ପ୍ରଥମେ ପ୍ରଶ୍ନ ଉଠୁଛି ଯେ ଏହି ଲେଖା କଣ୍ ରଶ୍ମିଙ୍କ ହାତଲେଖା କି ? ଯଦି ଏହା ହାତଲେଖା ଅକ୍ଷର, ତେବେ ତାଙ୍କୁ ଏସବୁ ଲେଖିବାକୁ କେହି ବାଧ୍ୟ କରୁଥିଲା କି ? ବାଧ୍ୟ କରାଇ ତାଙ୍କ ଦ୍ଵାରା ଏସବୁ କିଏ ଲେଖାଇଛି କି ? ଏସବୁ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ଏଥିରେ କାହିଁକି କୁହାଯାଇଛି ଯେ ସନ୍ତୋଷଙ୍କୁ ଦୋଷ ଦେବନି ଏବଂ ପୋଲିସ କେସ କରିବନି । ଯେତେବେଳେ କି ରଶ୍ମିଙ୍କ ବାପା ନିଜେ ସନ୍ତୋଷଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ରଶ୍ମିଙ୍କ ବାପାଙ୍କ କହିବା ଅନୁଯାୟୀ, ” ଅଭିନେତ୍ରୀ ରଶ୍ମି 4 ବର୍ଷ ହେଲାଣି ଫିଲ୍ମ ଲାଇନରେ କାମ କରୁଥିଲେ । ବର୍ତ୍ତମାନ ସିରିଏଲରେ କାମ ସରିବା ପରେ ଗୋଟିଏ ଫାଇନାନ୍ସରେ କାମ କରୁଥିଲେ । ସେ କାମ କରିବା ସମୟରେ ସନ୍ତୋଷ ପାତ୍ର ମଧ୍ୟ ସେହି ଫାଇନାନ୍ସରେ କାମ କରୁଥିଲେ । ଏହାସହିତ ରଶ୍ମି ଅଢେଇ ମାସ ଧରି ନୟାପଲ୍ଲୀରେ ରହୁଥିଲେ । ନୟାପଲ୍ଲୀରେ ରହୁଥିବା ସମୟରେ ରଶ୍ମି ଏବଂ ସନ୍ତୋଷଙ୍କ ସମ୍ପର୍କ ବିଷୟରେ ସେ କିଛି ଜାଣିନଥିଲେ । କିନ୍ତୁ ସେହି ସନ୍ତୋଷ ପାତ୍ର 11 ତାରିଖ ଦିନ ତାଙ୍କୁ ଫୋନ୍ କରି କହିଥିଲେ ଯେ ଅଙ୍କଲ, ରଶ୍ମିଙ୍କ ଆଖି ଛେଚି ହୋଇଯାଇଛି ଏବଂ ତୁମେ ଟିକେ ଆସିକି ଦେଖି ଦେଇଯାଅ । ରଶ୍ମିଙ୍କ ବାପା ରବିବାର ଦିନ ରଶ୍ମିଙ୍କୁ ଦେଖି ଯାଇଥିଲେ ଏବଂ ସେତେବେଳେ ଦେଖିଲେ ଯେ ରଶ୍ମିଙ୍କ ଆଖିରେ ମାଡ଼ ହୋଇଯାଇଥିଲା ଏବଂ ଦାଗ ମଧ୍ୟ ହୋଇଥିଲା । ତାହା ଆପେ ଆପେ ହୋଇନଥିଲା । ରଶ୍ମିଙ୍କୁ ମାଡ ଦିଆଯାଇଛି ।ସେ ତାଙ୍କୁ ମାରିକି ଏମିତି କରିଛନ୍ତି ବୋଲି ରଶ୍ମିଙ୍କ ବାପା ଅଭିଯୋଗ କରିଛନ୍ତି ।” ତେବେ ଏହି ନୋଟ, ଅଭିଯୋଗ ଆଉ ତ୍ରିକୋଣୀୟ ପ୍ରେମକୁ ନେଇ ରଶ୍ମିଙ୍କ ମୃତ୍ୟୁ ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେର ଭିତରେ ରହିଛି ।

ତେବେ ରାଜା ସହ ରଶ୍ମି ଆଗରୁ ମିଳାମିଶା କରୁଥିଲେ । କିନ୍ତୁ ପରେ ସନ୍ତୋଷଙ୍କ ସହ ରଶ୍ମିଙ୍କ ପରିଚୟ ହୋଇଥିଲା । ଯାହା ପରେ ସନ୍ତୋଷ ମଧ୍ୟ ରଶ୍ମିଙ୍କୁ ଭଲପାଇ ବସିଥିଲେ । ସେପଟେ କିନ୍ତୁ ରାଜା ଏବଂ ରଶ୍ମିଙ୍କ ମିଳାମିଶାକୁ ନେଇ ସନ୍ତୋଷ ରାଗିଯାଇ ରଶ୍ମିଙ୍କୁ ହତ୍ୟା କରିଛନ୍ତି ବୋଲି ବାପା ଅଭିଯୋଗ କରିଛନ୍ତି ।

ତାଙ୍କ ବାପା ଆହୁରି କହିଛନ୍ତି ଯେ, ଶନିବାର ଦିନ ରଶ୍ମି ଫୋନ୍ ଉଠାଇ ନଥିଲେ । ସନ୍ତୋଷ ପାତ୍ର ସାଢେ଼ 6ଟା ସମୟରେ ଫୋନ୍ କରି କହିଥିଲେ ଯେ ଅଙ୍କଲ ରଶ୍ମି ଆଉ ନାହିଁ । ତୁମେ ତାକୁ ଆସି ନେଇଯାଅ । ଏହାପରେ ରଶ୍ମିଙ୍କ ବାପା ପଚାରିଥିଲେ ଯେ କଣ୍ ହେଲା । ତାପରେ ସନ୍ତୋଷ କହିଥିଲେ ଯେ ରଶ୍ମି ଆତ୍ମହତ୍ୟା କରିଛନ୍ତି । ଏହାପରେ ରଶ୍ମିଙ୍କ ବାପା ଯାଇ ଦେଖିଲେ ଯେ ପୋଲିସ ଆସିଛି ଏବଂ ଝରକା ଖୋଲି ଦେଖିଲେ ଯେ ରସି ଲଗାଇ ବେକ ଟଙ୍ଗା ହୋଇଛି । ପୋଲିସ ବାଲା କବାଟ ଭାଙ୍ଗି ପଶି ଦେଖିଲେ ।

ତାଙ୍କ ବାପା କହିଛନ୍ତି ଯେ ସେମାନେ ପୁରା ସାଙ୍ଗ ହୋଇ ରହୁଥିଲେ । ଯେତେବେଳେ ରଶ୍ମି ଙ୍କ ବାପା ଦେଖିବାକୁ ଯାଇଥିଲେ, ସେତେବେଳେ ରଶ୍ମିଙ୍କ ହାତରେ ଶଙ୍ଖା ଏବଂ ମଥାରେ ସିନ୍ଦୂର ଲାଗିଥିଲା । ଏହାସହିତ ତାଙ୍କ ବାପା କହିଛନ୍ତି ଯେ ନୟାପଲ୍ଲୀ ଥାନାରେ ଅଭିଯୋଗ କରାଯାଇଛି । ତେବେ ନୋଟରେ ଲେଖାଯାଇଛି କି ସନ୍ତୋଷଙ୍କୁ ଦୋଷ ଦେବନି । ହୁଏତ ଯାଞ୍ଚ୍ ପରେ ପୁରା ସତ୍ୟତା ଜଣାପଡିପାରେ ।

Leave A Reply

Your email address will not be published.