ବାପା ଚଲାନ୍ତି ଅଟୋ, ମା ଅନ୍ୟ ଲୋକର କପଡା ଧୋଇକରି ପଢାଇଲେ, ଝିଅ ଦଶମ ପରୀକ୍ଷାରେ ୯୬% ରଖି ପରିବାର ନାଁ କଲା ଉଜ୍ବଳ

0

Get real time updates directly on you device, subscribe now.

ଶିକ୍ଷା ଏକ ମହତ୍ତ୍ୱପୂର୍ଣ୍ଣ ଉପକରଣ ଯାହା ସଭିଙ୍କ ଜୀବନରେ ବହୁ ଉପଯୋଗୀ ଅଟେ|ଶିକ୍ଷା ମାଧ୍ୟମରେ ଆମେ ସ୍ୱପ୍ନ ପୂରଣ କରି ପାରିବା|ଏହା ମାଧ୍ୟମରେ ଜୀବନକୁ ଏକ ନୂତନ ଦିଗ ଦେଇ ପାରିବା|ବିନା ଶିକ୍ଷାରେ ଆମେ କିଛି ହାସଲ କରି ପାରିବା ନାହିଁ|ଶିକ୍ଷା ପାଇବା ସଭିଙ୍କ ଅଧିକାର|ଶିକ୍ଷା ଆମକୁ କୈାଣସି ସମସ୍ୟାକୁ ବୁଝିବାକୁ ତାହାକୁ ନିପଟେଇବାକୁ ସାହାଯ୍ୟ କରେ ଓ ଜୀବନରେ ସନ୍ତୁଳନ ବଜାୟ ରଖିଥାଏ|

ଶିକ୍ଷା ସବୁ ମଣିଷର ପ୍ରଥମ ଓ ମହତ୍ତ୍ୱପୂର୍ଣ୍ଣ ଅଧିକାର|ଶିକ୍ଷା ବିନା ଆମେ ଅସମ୍ପୂର୍ଣ୍ଣ ଓ ଜୀବନ ଅଧୁରା ହୋଇଥାଏ|ଏହା ମଧ୍ୟରେ ରାଜସ୍ଥାନ ବୋର୍ଡ ୧୦ ମ ପରୀକ୍ଷା ଫଳ ଘୋଷଣା କରିଛି, ସେଥିରେ ବହୁ ସଘର୍ଷମୟ କାହାଣୀ ରହିଛି|ଏଥିରେ ଜୟପୁରରେ ରହୁଥିବା ୧୫ ବର୍ଷୀୟା ସୁହାନୀ ଶକ୍ରବାଲ ଦଶମ ପରୀକ୍ଷାରେ ୯୬% ନମ୍ବର ଆଣି ପରିବାରର ନାଁ ରଖିଛନ୍ତି|ବିଭିନ୍ନ ଅସୁବିଧା ସତ୍ତ୍ୱେ ସେ ହାର ନମାନି ଗୋଟିଏ ଛୋଟ କୋଠରୀରେ ନିଜକୁ ବନ୍ଦ ରଖି ପରୀକ୍ଷା ପ୍ରସ୍ତୁତି କରୁଥିଲେ|ଫୁରସତ ସମୟରେ ମା’ଙ୍କୁ ଘର କାମରେ ସାହାଯ୍ୟ କରୁଥିଲେ|

ତାଙ୍କ ଏହି ଉପଲବ୍ଧି ଏଥିପାଇଁ ଖାସ ଯେ ତାଙ୍କ ମାତା ପିଙ୍କି ଓ ପିତା ରାଜେଶ ଦୁହେଁ ପଢାଲିଖା କରିନାହାନ୍ତି|ସୁହାନୀଙ୍କ ବାପା ଅଟୋ ଚାଳକ|ଘରର ଆର୍ଥିକ ସ୍ଥିତି ଖରାପ ହେବା ସତ୍ତ୍ୱେ ସେ ତାଙ୍କ ଝିଅକୁ ସ୍କୁଲକୁ ପଠାଉଥିଲେ|ଆର୍ଥିକ ସ୍ଥିତି ଖରାପ ଯୋଗୁଁ ଝିଅର ଦେଖାଶୁଣା କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା|ଏସବୁ ସତ୍ତ୍ୱେ ମାତା ପିତା ପଢାପଢିରେ ସହଯୋଗ କରିଥିଲେ|

କରୋନା ସମୟରେ ସୁହାନୀଙ୍କ ପରିବାରକୁ ଏଭଳି ଦିନ ଦେଖିବାକୁ ମିଳିଥିଲା ଯେତେବେଳେ ତାଙ୍କ ମା ଅଲଗା ଘର ଲୋକର କପଡା ଧୋଇ ପରିବାର ଚଳାଇଥିଲେ|ପରିବାରର ସଂଘର୍ଷ ତାଙ୍କୁ ପ୍ରେରିତ କଲା ଓ ଦିନରାତି ସେ ପରିଶ୍ରମ କରି ପଢିଲେ|

ଆପଣଙ୍କୁ କହିରଖେ ଯେ ସୁହାନିଙ୍କ ଉପଲବ୍ଧି ପାଇଁ ବାପା ମା ବହୁତ ଖୁସି ଅଟନ୍ତି ଓ ଏହା ତାଙ୍କ ଝିଅର ପରିଶ୍ରମର ଫଳ ବୋଲି କହିଛନ୍ତି|ସେ ଯେଉଁ ସ୍କୁଲରେ ପଢୁଥିଲେ ସେଠିକାର ପ୍ରିନ୍ସିପାଲ ତାଙ୍କ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି|ସୁହାନୀଙ୍କ କହିବାନୁଯାୟୀ ସେ ଦୈନିକ ୫-୬ ଘଣ୍ଟା ପଢି ଏହି ସଫଳତା ପାଇଛନ୍ତି|ସେ ଭବିଷ୍ୟତରେ କମର୍ସ ନେଇ ସିଏ ଵନିବାକୁ ଚାହାନ୍ତି ଫଳରେ ପରିବାରର ସ୍ଥିତି ସୁଧାର ହୋଇପାରିବ|

Leave A Reply

Your email address will not be published.