ଭଉଣୀ ସହ ଶାରୀରିକ ସମ୍ପର୍କ ରଖିଥିବା ଜାଣି ଅତି ନିର୍ମମ ଭାବରେ ହତ୍ୟା କଲା ଭାଇ

0

Get real time updates directly on you device, subscribe now.

ବନ୍ଧୁଗଣ ସବୁଦିନ ଆମ ଆଖ ପାଖରେ ବିଭିନ୍ନ ଘଟଣା ମାନ ଘଟୁ ଥିବାର ଆପଣ ମାନେ ତୋ ନିହାତି ଜାଣିଥିବେ । ତେବେ ଆମ ପରିବାର ଲୋକଙ୍କ ସହିତ କିଛି କେହି ଖରାପ କଲେ ଆମେ ସାଧାରତଃ ହିଂସ୍ର ହୋଇ ଯାଇଥାଉ । କେବେ କେବେ କ୍ରୋଧରେ ଆସି କାହାରି ହତ୍ୟା ମଧ୍ୟ କରି ଦେଇଥାଉ । ସେଭଳି ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ର ପୁନେରୁ । ସେଠାରେ ନିଜ ଭଉଣୀ ସହ ଜଣଙ୍କ ଅନୈତିକ ସମ୍ପର୍କ ଥିବାରୁ ରାଗରେ ଆସି ଭାଇ ଦେଲା ଏପରି ମୃତ୍ୟୁ ଯେ ଦେଖିଲେ ଲୋମ ଟାଙ୍କୁରି ଉଠିବ ।

ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ମିଳିଥିବା ସୂଚନା ଅନୁସାରେ ପୁଣେ ଜିଲ୍ଲାର ଇନ୍ଦାପୁର ତାଲୁକା ଅନ୍ତର୍ଗତ ୱାଲଚନ୍ଦନଗର ସ୍ଥାନରେ ସ୍ଥାନୀୟ ଲୋକେ ଗତ ୧୨ ତାରିଖରେ ଏକ ଶବ ଭାସୁଥିବାର ଦେଖି ପୋଲିସ୍ କୁ ଖବର ଦେଇଥିଲେ । ୪୮ ଘଣ୍ଟା ମଧ୍ୟରେ ମୃତଦେହ ଚିହ୍ନଟ କରାଯାଇଥିଲା ଆଉ ମୃତକ ବିକାଶ ବୋଲି ଜଣା ପଡିଥିଲା ।

ମୃତ ଦେହ ଉଦ୍ଧାର କରି ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଥିଲା । ଆଉ ତାହା ପରେ ମୃତକ ବିକାଶଙ୍କ ଭାଇ ଙ୍କ ଅଭିଯୋଗ ଅନୁସାରେ ଏହା ଏକ ହତ୍ୟା ଘଟଣା ବୋଲି ଜଣା ପଡିଥିଲା । ତେବେ ଏହାକୁ ନେଇ ବାରାମାତୀ ଡି-ଆଇ-ଏସ-ପି ଗଣେଶ ଇଙ୍ଗଲେ ସୂଚନା ଦେଇଛନ୍ତି ଯେ, ମୃତକଙ୍କ ନାଁ ବିକାଶ ହୋଇଥିବା ବେଳେ ସେ ପେଶାରେ ଜଣେ ଟେମ୍ପୁ ଡ୍ରାଇଭର ଭାବେ କାମ କରୁଥିଲେ ।

ସେ ପ୍ରତିଦିନ ବାରାମାତୀରୁ ସୋଲାପୁର ଜିଲ୍ଲାର ମଙ୍ଗଲବେଡ଼ା ପର୍ଯ୍ୟନ୍ତ ଖାଦ୍ୟ ନେଉ ଯାଉଥିଲେ । ପୋଲିସ କହିଛି ଯେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଭଉଣୀ ସହିତ ମୃତକଙ୍କ ଅନୈତିକ ସମ୍ପର୍କ ଥିଲା । ଯାହାଫଳରେ ରାଗରେ ଆସି ବିକାଶଙ୍କୁ ଜୁନ୍ ୧୦ରେ ହତ୍ୟା କରି ଦେଇଥିଲେ ଭାଇ ଜଣଙ୍କ । ସାଥି ସହ ମିଶି ବିକାଶଙ୍କୁ ହତ୍ୟା କରାଯାଇଥିଲା । ତେବେ ତଦନ୍ତ ପରେ ପୋଲିସ୍ ଭାଇ ସହ ୫ ଜଣ ଅଭିଯୁକ୍ତଂକୁ ଗିରଫ କରାଯାଇଛି ।

Leave A Reply

Your email address will not be published.