ଏହାକୁ କହନ୍ତି ମାନବିକତା ! ଟିକେଟ କାଟିବା ପୂର୍ବରୁ ଯାତ୍ରୀଙ୍କୁ ପିଆନ୍ତି ପାଣି, ହରିୟାଣାର ଏହି ବସ କଣ୍ଡକ୍ଟର ଜିତୁଛନ୍ତି ଲୋକଙ୍କ ହୃଦୟ

0

Get real time updates directly on you device, subscribe now.

ଏଭଳି କୁହାଯାଏ ଯେ ଭୋକିଲାକୁ ଖାଦ୍ୟ ଖୁଆଇବା ଓ ଶୋଷିଲାକୁ ପାଣି ପିଆଇବା ପୂଣ୍ୟର କାମ|ଖାସକରି ଗରମ ସମୟରେ ଯଦି ଆପଣ କୈାଣସି ତୃଷାର୍ତ୍ତକୁ ପାଣି ପିଆଇଲେ ସବୁଠାରୁ ଅଧିକ ପୁଣ୍ୟ ମିଳେ|ଯେତେବେଳେ ଆମେ କୈାଣସି ତୃଷାର୍ତ୍ତକୁ ଗିଲାସେ ପାଣି ଦେଉ ତା ଚେହରାରେ ଯେଉଁ ଆନନ୍ଦ ମିଳେ ଆଉ କେଉଁଠି ନାହିଁ|ଏହିଭଳି ହରିୟାଣାର ବସ କଣ୍ଡକ୍ଟର କଥା କହିବା ଯିଏ ମାନବିକତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି|

ଆଜିକାଲି ଗରମ ଚାଲୁଥିବା ଯୋଗୁଁ ଲୋକଙ୍କ ଅବସ୍ଥା ବେହାଲ ହୋଇ ପଡ଼ିଛି|ଏମିତିରେ ଯଦି ଆପଣ ବସରେ ଚଢନ୍ତି ଓ କଣ୍ଡକ୍ଟର ଟିକେଟ କାଟିବା ପୂର୍ବରୁ ଯଦି ଗୋଟିଏ ଗିଲାସ ପାଣି ଆପଣଙ୍କୁ ଧରାଏ ତେଵେ କିଭଳି ଲାଗିବ? ହଁ ଏଵେ ସୋସିଆଲ ମିଡିଆରେ ହରିୟାଣାର ଏଭଳି ଏକ ମାମଲା ଯେଉଁଠି ଜଣେ କଣ୍ଡକ୍ଟର ପାଣି ଦେଇ ଯାହା ଲୋକଙ୍କ ହୃଦୟ ଜିତି ନେଇଛି|ସେ ଏହି ଅସହ୍ୟ ଗରମରେ ଥଣ୍ଡା ପାଣି ଦେଇ ଲୋକଙ୍କ ମନୋମୁଗ୍ଧକର କରିଥାଏ|

ଏହି ବସ କଣ୍ଡକ୍ଟରଙ୍କ ନାମ ସୁରେନ୍ଦ୍ର ଶର୍ମା,ଯିଏ ହରିୟାଣା ରୋଡୱଜ ରେ ଵସ କଣ୍ଡକ୍ଟର ଭାବେ କାର୍ଯ୍ୟରତ|ସେ ବସରେ ଯେତେବେଳେ କୈାଣସି ଯାତ୍ରୀ ଉଠେ ଟିକେଟ କାଟିବା ପୂର୍ବରୁ ପାଣି ଗିଲାସ ପିଆଇଥାନ୍ତି|ଏହାପରେ ସେ ଟିକେଟ କାଟିଥାନ୍ତି|ସୋସିଆଲ ମିଡିଆରେ ତାଙ୍କର ବହୁ ଚର୍ଚ୍ଚା ହେଉଛି|

ହରିୟାଣାର କଂଗ୍ରେସ ନେତା ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂ ହୁଡ୍ଡା ଟୁଇଟ କରିଛନ୍ତି|ସେ ଏଥିରେ ସୁରେନ୍ଦ୍ର ଶର୍ମାଙ୍କ ଫଟୋ ଟୁଇଟ କରିଛନ୍ତି|
ଏହାସହ ସେ ତାଙ୍କର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିବା ସହ ବର୍ଣ୍ଣନା କରିଛନ୍ତି|ସେ କହିଛନ୍ତି ‌ତାଙ୍କର ଏଭଳି ମହନୀୟ ଉଦ୍ୟମ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି|

ସେ କହିଛନ୍ତି ସୁରେନ୍ଦ୍ର ଯିଏ ଆନନ୍ଦପୁର,ରୋହତକରେ ରହନ୍ତି ଆମ ସଭିଙ୍କ ପାଇଁ ପ୍ରରଣାର ଉତ୍ସ|ଏହା ବ୍ୟତୀତ ୨୦୦୯ ବ୍ୟାଚର ଆଇଏଏସ୍ ଅଧିକାରୀ ଅବିନାଶ ଶରଣ ସିଂ ମଧ୍ୟ ତାଙ୍କ କାହାଣୀ କୁ ସେୟାର କରିଛନ୍ତି|

ଆଇଏଏସ୍ ଅବିନାଶ ସୁରେନ୍ଦ୍ରଙ୍କ ଗୋଟିଏ ହାତରେ ଲୋଟାରେ ପାଣି ଦେଉଥିବା ଫଟୋ ସେୟାର କରିଛନ୍ତି|ସେ ସୁରେନ୍ଦ୍ର ଙ୍କ ଏହି କାମକୁ ଭୂୟସୀ ପ୍ରଶଂସା କରିଛନ୍ତି|ତାଙ୍କ କାମ ସୋସିଆଲ ମିଡିଆରେ ବହୁ ଲୋକଙ୍କ ହୃଦୟ ଜିତିଛି ଓ ପ୍ରଭାବିତ କରିଛି|ଏଥିରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave A Reply

Your email address will not be published.