୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ ବର୍ଷା । ପ୍ରଥମେ ଭଲ ବର୍ଷିବନି ବୋଲି ସୂଚନା ଦେଲା ପାଣିପାଗ ବିଭାଗ

0

Get real time updates directly on you device, subscribe now.

ବୁ ଅପେକ୍ଷାର ଅନ୍ତ ଘଟିଲା । ଆଜି ଓଡ଼ିଶା ଛଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଓଡ଼ିଶା ଛଇଁବା ନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି  ସୂଚନା ଦିଆଯାଇଛି । ପାଣିପାଗର ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରି ସାରିଛି । ପ୍ରାୟ ଏକ ସପ୍ତାହ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ ବୋଲି ପାଣି ବିଭାଗ ଆକଳନ କରିଛି । ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେଉଛି ।

ତେବେ ସୂଚନାଯୋଗ୍ୟ,  ୪୮ ଘଣ୍ଟା ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା । ତେବେ ମୌସୁମୀ ଦୁଆର ମୁହଁରେ ପହଞ୍ଚିଗଲାଣି । ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଏହାର ପ୍ରାକ୍‌ ସଙ୍କେତ ଦେଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଯେ କୌଣସି ସମୟରେ ଓଡ଼ିଶା ମାଟି ଛୁଇଁବା ସମ୍ଭାବନା ଅଛି । ତେବେ ଚିନ୍ତାର ବିଷୟ ହେଲା, ଆରମ୍ଭରୁ ମୌସୁମୀ ଭଲ ବର୍ଷା ଦେବନି।

ତୃତୀୟ ସପ୍ତାହ ବେଳକୁ ମୌସୁମୀ ପ୍ରବାହ ଅଧିକ ସକ୍ରିୟ ହେବା ସହ ରାଜ୍ୟରେ ବର୍ଷା ବଢ଼ିବ । ପାଣିପାଗ ବିଭାଗ କହିଛି, ମୌସୁମୀ ବୁଧବାର ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି । ଓଡ଼ିଶାରେ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ସମ୍ଭବତଃ ୨୪ ରୁ ୪୮ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁପାରେ । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ବରିଷ୍ଠ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଦିନେ ଦୁଇଦିନରେ ମୌସୁମୀ ଓଡ଼ିଶା ଛୁଇଁବ । ମାତ୍ର ଆରମ୍ଭରୁ ମୌସୁମୀ ପ୍ରବାହ ସେତେ ଶକ୍ତିଶାଳୀ ରହିବ ନାହିଁ। ତେଣୁ ମୌସୁମୀ ଆଗମନ ସତ୍ୱେ ଏବେ ଭଲ ବର୍ଷା ସମ୍ଭାବନା କମ୍‌ । କେବଳ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ମୌସୁମୀ ପ୍ରବାହ ସକ୍ରିୟ ହେଲାବେଳକୁ ଜୁନ୍‌ ୨୨/୨୩ ତାରିଖ ହୋଇଯିବ । ତା’ପରେ ବର୍ଷା ବଢ଼ିବ ଓ ଅଧିକ ହେବ ।

Leave A Reply

Your email address will not be published.