ଆସିଗଲା ବାଲ୍ଟି ଆକାରରେ ବହୁତ ଶସ୍ତା ଓ କାମରେ ଆସୁଥିବା ୱାଶିଂ ମେସିନ, ଥରକରେ ଧୋଇଦେବ ୫-୬ ଟି କପଡା

0

Get real time updates directly on you device, subscribe now.

ଆଧୁନିକକରଣର ଏହି ଯୁଗରେ କୌଶଳ ଏତେ ମାତ୍ରାରେ ବିକଶିତ ହୋଇଛିକି ଘଣ୍ଟା ସମୟ ଲଗୁଥିବା କାମ ଆଜି କିଛି ସମୟ ମଧ୍ୟରେ ହେଉଅଛି। କହିବାକୁ ଗଲେ ପ୍ରତ୍ୟେକ କ୍ଷେତ୍ରରେ ଏମିତି ଉପକରଣ ଆସିଗଲାଣି। ଯେଉଁଥିରେ ଶାରୀରିକ ଶ୍ରମ କମ କରିବାକୁ ପଡୁଛି। ବର୍ତ୍ତମାନ ଯଦି ଆମେ କପଡ଼ା ଧୋଇବା ବିଷୟରେ କହିବୁ ତେବେ ବର୍ତ୍ତମାନ ସମୟରେ ଏଥିପାଇଁ ୱାଶିଂ ମେସିନର ଆବଶ୍ୟକ ହେଉଅଛି। ଯେଉଁଥିରେ ବିଜୁଳୀ ଶକ୍ତିର ଖର୍ଚ୍ଚ ଅଧିକ ଅଟେ କିନ୍ତୁ ଏଥିରେ ଶରୀରକୁ ଆରାମ ଅଛି। ପୂର୍ବରୁ ଘରର ସ୍ତ୍ରୀ ଲୋକମାନେ ହାତରେ କପଡା ଧୋଉଥିଲେ ଯେଉଁଥିରେ ତାଙ୍କର ଏକ୍ସରସାଇଜ ହେବା ସହିତ ଶାରୀରିକ ଚିନ୍ତା ମଧ୍ୟ କମ ରହୁଥିଲା। କିନ୍ତୁ ଆଜି ଆରାମ ଅଛି କିନ୍ତୁ ଏକ୍ସରସାଇଜ ନହେବା କାରଣରୁ ହାତରେ ବଥା କିମ୍ବା ରକ୍ତ ଜମାଟ ବାନ୍ଧିବା ପରି ସମସ୍ୟା ହେଉଅଛି।

ମହଙ୍ଗା ବଢିବା କାରଣରୁ କିଛି ଲୋକ ଆଜି ମଧ୍ୟ ହାତରେ କପଡା ଧୁଅନ୍ତି କାରଣ ୱାଶିଂ ମେସିନ କିଣିବା ପାଇଁ ପଇସା ନଥାଏ। ଆଜି ଆମେ ଆପଣଙ୍କୁ ଏହି ଲେଖା ଦ୍ବାରା ଏକ ଏମିତି ରୋଚକ ସୂଚନା ଦେବାପାଇଁ ଯାଉଛୁ ଯାହା କପଡା ଧୋଇବା ସହ ଜଡ଼ିତ ଅଟେ। ଏଥିରେ ଆପଣଙ୍କୁ ଏକ ଏମିତି ୱାଶିଂ ମେସିନ ବିଷୟରେ କହିବାକୁ ଯାଉଛୁ ଯାହାକି ସମସ୍ତଙ୍କ ପାଇଁ ସମ୍ଭବ ଅଟେ। ଏହା ୱାଶିଂ ମେସିନ ଅଟେ କିନ୍ତୁ ବାଲ୍ଟି ଆକାରର ଅଟେ। ଯଦି ଆପଣ ଏହି ବାଲ୍ଟିରେ କପଡା ଧୁଅନ୍ତି ତେବେ ଏହା ୱାଶିଂ ମେସିନ ହୋଇଯିବ ଓ ଆପଣ ଏହାକୁ ସହଜରେ କେଉଁଠିବି ବ୍ୟବହାର କରିପାରିବେ। ଏହା ବହୁତ ଶସ୍ତା ହେବା ସହିତ କଫର୍ଟେବଲ ମଧ୍ୟ ଅଟେ।

ମାର୍କେଟକୁ ଆସିଲା ଏହି ୱାଶିଂ ମେସିନ:-

ଆଜିକାଲି ଅନେକ ଘରର କପଡା ଧୋଇବା ପାଇଁ ୱାଶିଂ ମେସିନର ଉପଯୋଗ କରାଯାଇପାରିବ। ଯେଉଁ ପୁରୁଷମାନେ ବାହାରେ ରହି କାମ କରୁଛନ୍ତି ସେମାନେ କପଡା ଧୋଇବା ପାଇଁ ୱାଶିଂ ମେସିନକୁ କିଣିପାରିବେ ନାହିଁ। ବର୍ତ୍ତମାନ ଏମିତି ଚିନ୍ତା କରିବା ଭୁଲ ଅଟେ କାରଣ ଆଜି ମାର୍କେଟରେ ଏମିତି ୱାଶିଂ ବାଲ୍ଟି ଆସିଛି ଯାହାକି ଭଲ ଅଟେ ଓ ପ୍ରତ୍ୟେକ ବ୍ୟକ୍ତି ଏହାକୁ କିଣିପାରିବେ। ଆପଣ ଏହାକୁ ବିନା କୌଣସି ଚିନ୍ତାରେ ସହଜରେ ବ୍ୟବହାର କରିପାରିବେ।

ଧୋଇ ହେବ ୫-୬ ଟି କପଡା:-

ୱାଶିଂ ମେସିନ ହିଲ୍ଟନ ୩ କିଲୋଗ୍ରାମ ସେମି ଅଟୋମେଟିକ ଟପ ଲଡ଼ିଂ ୱାଶିଂ ମେସିନ ଅଟେ। ଏହାର ଆକାର ବାଲ୍ଟି ପରି ଛୋଟ ଅଟେ ଯେଉଁ କାରଣରୁ ଏହା ଆପଣଙ୍କ ଘରେ କେଉଁଠି ମଧ୍ୟ ଏଡଜେଷ୍ଟ କରିପାରିବେ। ଏହି ୱାଶିଂ ବାଲ୍ଟିର କ୍ଷମତା ୩ କିଲୋଗ୍ରାମ ଅଟେ ଓ ଏଥିରେ ଥରକରେ ପାଖାପାଖି ୫-୬ ଟି କପଡା ଧୋଇହେବ।

ମୂଲ୍ୟ ହେଉଛି ୬ ହଜାର:-

ଏଥିରେ କପଡା ଧୋଇବା ସହିତ ଏହାକୁ ଶୁଖାଇବ ପାଇଁ ମଧ୍ୟ ସ୍ପିନର ଆଟାଚମେଣ୍ଟ ଅଛି, ଯାହା ସାହାଯ୍ୟରେ ଆପଣ କପଡା ଧୋଇବା ସହିତ ସହଜରେ ଶୁଖିଯିବ। ଏହା ନୂଆ ୱାଶିଂ ମେସିନ ବହୁତ ହାଲୁକା ଅଟେ ଓ ଏଥିରେ ଆପଣଙ୍କୁ ଅଟୋମେଟିକ ପାୱାର ଅଫ କରିବାର ବ୍ୟବସ୍ଥା ମଧ୍ୟ ଦିଆଯାଇଛି। ଆପଣ ଏହାକୁ ଅନ କରି କପଡା ଧୋଇବାରେ ଉପଯୋଗ କରିପାରିବେ। ଅଟୋମେଟିକ ପାୱାର ଅଫ କରିବାର ଅପ୍ସନ ହେବା କାରଣରୁ ଏଥିରେ ବିଜୁଳୀ ଅଧିକ ଖର୍ଚ୍ଚ ମଧ୍ୟ ହେବନାହିଁ। ମାର୍କେଟରେ ଏହାର ମୂଲ୍ୟ ୫,୯୯୯ ଟଙ୍କା ଅଟେ ପରନ୍ତୁ ଆପଣ ଯଦି ଏହାର ସପିଂ ଅନଲାଇନରେ କରିବେ ତେବେ ଏହାକୁ ଆମାଜନରେ ଆପଣଙ୍କୁ ୪,୫୯୦ ଟଙ୍କା ମିଳିବ।

ଟିଫିନ ଆକାରରେ ୱାଶିଂ ମେସିନ:-

ଏହାର ଅତିରିକ୍ତ ଆପଣ ଆମାଜନ ଉପରେ ଏକ ଏମିତି ମେସିନ କିଣିପାରିବେ ଯାହା ଟିଫିନ ଆକାରର ଅଟେ। ଏହାକୁ ଆପଣ ଉପଯୋଗ କରିବା ପରେ ମୋଡି ଟିଫିନ ଆକାରରେ ଆଲମିରା କିମ୍ବା ଟେବୁଲ ଉପରେ ରଖିପାରିବେ। ଏହି ମେସିନ Openja Mini Foldable Portable Washing Machine ଅଟେ। ଏହା ମିନିଟରେ ଆପଣଙ୍କର କପଡ଼ାକୁ ଧୋଇଦିଏ। ଏଥିରେ ବିଜୁଳୀ ତଥା ପାଣିର କମ ଖର୍ଚ୍ଚ ହୁଏ। ଏହାକୁ ଆପଣ ଆମାଜନରେ କିଣିପାରିବେ।

Leave A Reply

Your email address will not be published.