ଏବେ ଦଶ ବର୍ଷର ପିଲାଙ୍କୁ ସରକାର ପ୍ରତିମାସରେ ଦେବେ 2500 ଟଙ୍କା, ଜାଣନ୍ତୁ କେମିତି ଉଠାଇବେ ଏହି ସ୍କିମର ଫାଇଦା

0

Get real time updates directly on you device, subscribe now.

ବର୍ତ୍ତମାନ ମହଙ୍ଗାଇ ସମୟ ଚାଲିଥିବା ଯୋଗୁଁ ଜଣେ ବ୍ୟକ୍ତି ନିଜର ପରିବାରକୁ ଚଳାଇବାରେ ବହୁତ ଅସୁବିଧାର ପଡ଼ୁଛନ୍ତି। ଖାଆସ କରି ସେ ନିଜ ପିଲାଙ୍କ ପେଟ ପୋଷିବାରେ ଓ ତାଙ୍କ ଭବିଷ୍ୟତକୁ ଦେଖି ସମସ୍ୟାରେ ପଡ଼ୁଛନ୍ତି। ବହୁତ ମାତା-ପିତା ନିଜ ପିଲାଙ୍କ ଭବିଷ୍ୟତକୁ ଉଜ୍ବଳ କରିବାପାଇଁ ନିଜର ଖୁସି ଛାଡ଼ି ଦିନରାତି ପରିଶ୍ରମ କରିବାରେ ଲାଗିଛନ୍ତି। ଏହାସତ୍ତ୍ୱେ ମଧ୍ୟ ସେ ନିଜ ପିଲାଙ୍କୁ ଉଜ୍ବଳ ଭବିଷ୍ୟତ ଦେଇ ପାରନ୍ତିନାହିଁ। ଯଦି ଆପଣ ମଧ୍ୟ ଜଣେ ପିଲାର ପିତା ଅଟନ୍ତି ତାହେଲେ ଏହି ଖାଆସ ଖବର କେବଳ ଆପଣଙ୍କ ପାଇଁ ଅଟେ।

କାରଣ ସରକାର ବର୍ତ୍ତମାନ ଆପଣଙ୍କ ପିଲା ଓ ଆପଣଙ୍କ ପାଇଁ ଏକ ଖାଆସ ଉପହାର ଆଣିଛନ୍ତି। ସରକାରଙ୍କ ଏହି ସ୍କିମରେ ଆପଣ ଟଙ୍କା ବଞ୍ଚାଇ ଭଲ ଲାଭ କମାଇ ପାରିବେ। ଆପଣ ପୋଷ୍ଟ ଅଫିସରେ MIS ଆକାଉଣ୍ଟ ଖୋଲି ଏକାଥରକେ ନିବେଶ କରି ସୁଧ ଆକାରରେ ପ୍ରତ୍ୟେକ ମାସରେ ଟଙ୍କା ପାଇ ପାରିବେ। ଏଥିପାଇଁ ଆପଣ ପର୍ସନାଲ କିମ୍ବା ଜଏଣ୍ଟ ଖାତା ଖୋଲି ପାରିବେ।

ଜଣାଇଦେଉଛୁ ଯଦି ଆପଣ ଏହି ଖାତାରେ 3.50 ଲକ୍ଷ ନିବେଶ କରୁଛନ୍ତି ତାହେଲେ ପ୍ରତ୍ୟେକ ମାସରେ ଆପଣଙ୍କୁ 1925 ଟଙ୍କା ସୁଧ ହିସାବରେ ମିଳିବ। ଏଥିପାଇଁ ଆପଣଙ୍କୁ ଘର ପାଖରେ ଥିବା ପୋଷ୍ଟ ଅଫିସକୁ ଯାଇ ଏହି ଆକାଉଣ୍ଟ ଖୋଲିବାକୁ ହେବ ଓ ମିନିମମ ହଜାର ଟଙ୍କା ଏହି ଆକାଉଣ୍ଟରେ ରଖିବାକୁ ହେବ। ଏହାପୂର୍ବରୁ ସରକାର ଅନେକ ସ୍କିମ ଆଣିଛନ୍ତି ଯେଉଁ ସ୍କିମର ଉଦ୍ଦେଶ୍ୟ ହେଉଛି ଆପଣ ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ବଳ କରାଇବା। ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କ ପିଲା ପାଠପଢ଼ି କିଛି ହେଇଯାଉ ତାହେଲେ ଏହି ସ୍କିମ ଆପଣଙ୍କ ପାଇଁ ପୁଞ୍ଜି ଯୋଗାଇଦେବ।

ଜଣାଇଦେଉଛୁ କି, ପୋଷ୍ଟ ଅଫିସର ଏହି MIS ଆକାଉଣ୍ଟରେ ଆପଣ ଅଧିକରୁ ଅଧିକ 4.50 ଲକ୍ଷ ଟଙ୍କା ରଖିପାରିବେ। ଏଥିରେ ଆପଣଙ୍କୁ ସୁଧ ଦର 6.6% ମିଳିବ। ଏହାଦ୍ୱାରା ଆପଣ ପ୍ରତିମାସରେ ନିଜ ପିଲାଙ୍କ ଖାତାରେ 2500 ଟଙ୍କା ପାଇପାରିବେ। ଆପଣ ଏହି ଖାତାକୁ କାହା ନାମରେ ମଧ୍ୟ ଖୋଲି ପାରିବେ। ଏହି ଖାତାକୁ ଆପଣ ନିଜ ପିଲାଙ୍କ ନାମରେ ମଧ୍ୟ ଖୋଲି ପାରିବେ। ଏଥିପାଇଁ ଆପଣଙ୍କ ପିଲାର ବୟସ ଅତିକମରେ 10 ବର୍ଷ ହୋଇଥିବା ଉଚିତ। ଏହି ଖାତା 5 ବର୍ଷରେ ମ୍ୟାଚୁରିଟି ପାଇଥାଏ। ପରେ ଆପଣ ଯଦି ଚାହାଁନ୍ତି ତାହେଲେ ଏହାକୁ ବନ୍ଦ କରିପାରିବେ।

ମୋଟ ଉପରେ କହିବାକୁ ଗଲେ ମାତ୍ର ଅଳ୍ପ ସମୟରେ ଆପଣ ଏଥିରୁ ଅଧିକ ରାଶି କମାଇ ପାରିବେ ଓ ଏହି ଟଙ୍କାକୁ ନିଜ ପିଲାଙ୍କ ଭବିଷ୍ୟତଜୁ ଉଜ୍ବଳ କରିବାରେ ଲଗାଇ ପାରିବେ।

Leave A Reply

Your email address will not be published.