ଏହିପରି ଲୋକଙ୍କୁ ବୋକା ବନାଇଥାନ୍ତି ଭିକାରୀ, ଦୟା ଦେଖାଇବା ପୂର୍ବରୁ ଥରେ ଦେଖିନିଅନ୍ତୁ ଏହି ଭିଡ଼ିଓ, ଖୋଲିଯିବ ଆଖି

0

Get real time updates directly on you device, subscribe now.

ଆମ ଦେଶରେ ଅନେକ ଭିକାରୀ ଅଛନ୍ତି । ଯୁଆଡ଼େ ଗଲେ ବି ଏମାନେ ଆପଣଙ୍କ ସାମ୍ନାରେ ହାତ ପତାଇ ଭିକ ମାଗିବାକୁ ଲାଗନ୍ତି ।ଏମାନେ ଆପଣଙ୍କୁ ମନ୍ଦିର, ଟ୍ରାଫିକ ସିଗ୍ନାଲ ଠାରୁ ନେଇ ବସ ଟ୍ରେନ ସବୁଠାରେ ଦେଖିବାକୁ ମିଳନ୍ତି । କିଛି ଲୋକ ଏହି ଭିକାରୀ ମାନଙ୍କୁ ଭିକ ଦେବାକୁ ପସନ୍ଦ କରନ୍ତି ତ ଆଉ କିଛି ଲୋକ ବିଲକୁଲ ଦିଅନ୍ତି ନାହିଁ । ସେହିପରି ଆଉ କିଛି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ କେବଳ ସେମାନଙ୍କୁ ଭିକ ଦିଅନ୍ତି ଯେଉଁମାନେ ବିକଳାଙ୍ଗ କିମ୍ବା ଛୋଟ ପିଲା ଏବଂ ବୃଦ୍ଧ ଅଟନ୍ତି ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସବୁ ଭିକାରୀ ଅସହାୟ ଏବଂ ନିରୀହ ନୁହଁନ୍ତି । କିଛି ଲୋକ ଏହାକୁ ଧନ୍ଦା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଚତୁର ଭିକାରୀ ସହିତ ପରିଚିତ କରିବାକୁ ଯାଉଛୁ, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାପରେ ଆପଣ ମଧ୍ୟ କୌଣସି ଭିକାରୀକୁ ଭିକ ଦେବା ପୂର୍ବରୁ 10 ଥର ଭାବିବେ ।

ଏହିପରି ଲୋକଙ୍କୁ ବୋକା ବନାଇଥାନ୍ତି ଭିକାରୀ :-

ବାସ୍ତବରେ ଆଜିକାଲି ସୋସିଆଲ ମିଡିଆରେ ଜଣେ ଚତୁର ଭିକାରୀର ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓ ଗୋଟିଏ ଟ୍ରେନର ଅଟେ । ଏହି ଟ୍ରେନରେ ଜଣେ ବ୍ୟକ୍ତି ଭିକ ମାଗୁଥିବାର ଦେଖାଯାଉଛି । ସେ ଠିକରେ ଚାଲି ପାରେ ନାହିଁ । ତାକୁ ଦେଖି କିଛି ଲୋକଙ୍କର ଦୟା ହୁଏ ଏବଂ ସେମାନେ ତାକୁ ପଇସା ମଧ୍ୟ ଦେଇଦିଅନ୍ତି । କିନ୍ତୁ କାହାଣୀରେ ଅସଲି ଟୁଇଷ୍ଟ ସେତେବେଳେ ଆସେ, ଯେତେବେଳେ ଭିକାରୀ ଟ୍ରେନ ଡବାରୁ ଓହ୍ଲାଇଥାଏ ।

ବାସ୍ତବରେ, ଲୋକଙ୍କ ସାମ୍ନାରେ ଭିନ୍ନକ୍ଷମ ହୋଇ ଭିକ ମାଗିବା ପରେ ସେହି ଭିକାରୀ ଟ୍ରେନ ଡବାରୁ ଓହ୍ଲାଇବା ମାତ୍ରେ ନିଜ ଗୋଡ଼ରେ ଠିଆ ହୋଇପଡେ । ଏହା ପରେ ସେ ଅନ୍ୟ ଗୋଟିଏ ଟ୍ରେନର କମ୍ପାର୍ଟମେଣ୍ଟକୁ ଚଢ଼ିଯାଏ । ତା ପରେ ବୋଧହୁଏ ସେଠାରେ ମଧ୍ୟ ଜଣେ ଭିନ୍ନକ୍ଷମ ବୋଲି ଦର୍ଶାଇ ଆଣ୍ଠୁ ମାଡି ଚାଲି ଚାଲି ନାଟକ କରେ ଏବଂ ଲୋକଙ୍କୁ ଟଙ୍କା ମାଗିବାକୁ ଲାଗେ ।

ଦୟା ଦେଖାଇବା ପୂର୍ବରୁ ଦେଖନ୍ତୁ ଭିଡିଓ :-

View this post on Instagram

A post shared by memes | comedy (@ghantaa)

ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହା ଦେଖିବା ପରେ ଲୋକମାନେ ସେମାନଙ୍କର ହସକୁ କଣ୍ଟ୍ରୋଲ କରିପାରୁ ନାହାନ୍ତି । ଏହା ଦେଖିବା ପରେ ଲୋକଙ୍କର ଆଖି ମଧ୍ୟ ଖୋଲି ଯାଇଛି । ସମସ୍ତେ ବୁଝି ପାରୁଛନ୍ତି ଯେ କାହା ଉପରେ ଦୟା କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବା ଉଚିତ । କିଛି ଲୋକ ପରାମର୍ଶ ଦେଉଛନ୍ତି ଯେ ଭିକାରୀମାନଙ୍କୁ ଟଙ୍କା ଦେବା ପରିବର୍ତ୍ତେ ଖାଦ୍ୟ ଏବଂ ପାନୀୟ ଦେବା ଉଚିତ ।

Leave A Reply

Your email address will not be published.