2012 ରେ ଫେସବୁକରେ ଭିଡ଼ିଓ ସେୟାର କରି ବଦଳିଥିଲା ଅମିତଙ୍କ ଜୀବନ, ଜାଣନ୍ତୁ ଆଜି କିପରି ହେଲେ 40 କୋଟି ଟଙ୍କାର ମାଲିକ

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆର ଏହି ଯୁଗରେ ଅନେକ ଲୋକ ନିଜ ଟ୍ୟାଲେଣ୍ଟ ବଳରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ସୋସିଆଲ ମିଡିଆକୁ ହିଁ ନିଜର ବିଜନେସ କରି ନେଇଛନ୍ତି । ଏପରି ଜଣେ ବ୍ୟକ୍ତିଙ୍କ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହାକୁ ବୋଧହୁଏ ବର୍ତ୍ତମାନ ସବୁ ଭାରତୀୟ ଜାଣିଥିବେ । ଆଜ୍ଞା ହଁ, ଏହି ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ଅମିତ ଭଡାନା ଅଟନ୍ତି ।

ଅମିତଙ୍କର ଜନ୍ମ 1994 ମସିହା ସେପ୍ଟେମ୍ବର 7 ତାରିଖରେ ଦିଲ୍ଲୀର ଯୋହରିପୂର ଗାଁରେ ହୋଇଥିଲା । ଯିଏକି ଲ ପଢିଥିଲେ, କିନ୍ତୁ ତାଙ୍କ ଭିତରେ ପିଲାଦିନରୁ ହିଁ ଲୋକଙ୍କୁ ଏଣ୍ଟରଟେନ୍ କରିବା ଏବଂ ହସାଇବାର ବିଶେଷ ଆଗ୍ରହ ଥିଲା । ପିଲାଦିନରୁ ହିଁ ସେ ଗୋଟିଏ ଗରିବ ପରିବାରର ଥିଲେ ଏବଂ 1999 ମସିହାରେ ହିଁ ସେ ନିଜର ବାପାଙ୍କୁ ସବୁଦିନ ପାଇଁ ହରାଇ ଦେଇଥିଲେ । ବାପା ଯିବା ପରେ ତାଙ୍କ କକା ଏବଂ ଜେଜେମା ହିଁ ତାଙ୍କୁ ପାଳିଥିଲେ ।

ଏହିପରି କଲେ କ୍ୟାରିୟରର ଆରମ୍ଭ :-

ସ୍କୁଲ ପାଠ ପଢା ପୁରା କରିବାପରେ ଯେତେବେଳେ ଅମିତ୍ ଲ କଲେଜରେ ଆଡ଼ମିଶନ କଲେ, ସେତେବେଳେ ଗୋଟିଏ ଭେକେସନ ପିରିୟଡ଼ ସମୟରେ ସେ ସୋସିଆଲ ମିଡ଼ିଆ ଫେସବୁକରେ ଗୋଟିଏ ଭିଡିଓ ତିଆରି କରି ସେୟାର କରିଦେଲେ । ଏହି ଭିଡିଓ ସେତେବେଳେ ଲୋକଙ୍କୁ ଏତେ ଭଲ ଲାଗିଥିଲା ଯେ ରାତାରାତି ଭାଇରାଲ ହେଇଗଲା । ତାପରେ ସେ ଏହିପରି ଅନେକ ଭିଡିଓ ଲଗାତାର ଭାବେ ଫେସବୁକରେ ପୋଷ୍ଟ କରିବା ଆରମ୍ଭ କରିଦେଲେ ଏବଂ ଏପରି କଣ୍ଟେଣ୍ଟ ତିଆରି କରିବା ବିଷୟରେ ନିଷ୍ପତ୍ତି ନେଲେ, ଯାହାକୁ ସମସ୍ତେ ବସି ଆରାମରେ ଦେଖିପାରିବେ ।

ହିନ୍ଦୀ ଭାଷା ବ୍ୟତୀତ ଅମିତ୍ ହରିୟାଣି ଭାଷାରେ ମଧ୍ୟ ଅନେକ ମଜାଳିଆ ଭିଡିଓ କରିଛନ୍ତି । ଫେସବୁକରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅମିତ ବର୍ତ୍ତମାନ ଜଣେ ବଡ ୟୁଟ୍ୟୁବ ଚ୍ୟାନେଲ ର ମାଲିକ ହୋଇଛନ୍ତି, ଯେଉଁଥିରେ ପ୍ରାୟ 24 ମିଲିୟନ ରୁ ଅଧିକ ସବସକ୍ରାଇବର ହୋଇସାରିଛନ୍ତି ।

ଦାଦାସାହେବ ଫାଲକେ ପୁରସ୍କାର ଦ୍ବାରା ସମ୍ମାନିତ :-

ସୋସିଆଲ ମିଡିଆରେ ବିଶେଷକରି ଫେସବୁକ୍ ଏବଂ ୟୁଟ୍ୟୁବରେ ଆମେ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଇଥାଉ, ଯାହା ଆମକୁ ବହୁତ ମନୋରଞ୍ଜନ କରିଥାଏ । ବାସ୍ ଏହି ଜିନିଷକୁ ଅମିତ ଗୁରୁତ୍ଵ ଦେଇ ନିଜ ସ୍ୱଦେଶୀ ଶୈଳୀରେ ୟୁଟ୍ୟୁବରେ ଭିଡିଓ ତିଆରି କରି ଅପଲୋଡ୍ କରିବା ଆରମ୍ଭ କରିଥିଲେ । ତାଙ୍କର ଭିଡିଓ ବର୍ତ୍ତମାନ ଲୋକଙ୍କୁ ଏତେ ପସନ୍ଦ ହେଉଛି ଯେ ଭିଡିଓଟି ତାଙ୍କ ଚ୍ୟାନେଲରେ ଆସିବା ମାତ୍ରେ ଲୋକମାନେ ଏହାକୁ ଭାଇରାଲ୍ କରନ୍ତି ଏବଂ ତାହା ପୁଣି 24 ଘଣ୍ଟା ମଧ୍ୟରେ । ଏହାସହିତ ତାଙ୍କ ପ୍ରତ୍ୟେକ ଭିଡିଓରେ ଲକ୍ଷରୁ ଅଧିକ ଭ୍ୟୁ ଆସିଥାଏ ।

ଅମିତଙ୍କ ଲୋକପ୍ରିୟତା ଏତେ ବଢିଯାଇଛି ଯେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ୟୁଟ୍ୟୁବ କ୍ରିଏଟର ଅଫ ଇଣ୍ଡିଆର ଆଖ୍ୟା ମଧ୍ୟ ଦିଆଯାଇଛି । ସେ ବର୍ଷ ବର୍ଷ ପରିଶ୍ରମ କରି 10 ବର୍ଷ ମଧ୍ୟରେ କୋଟିପତି ହୋଇଛନ୍ତି । ତାଙ୍କର ଫ୍ୟାନ ଫେଲୋଇଙ୍ଗ ଦେଖି ବଲିଉଡ୍ ଷ୍ଟାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥାନ୍ତି ।

Leave A Reply

Your email address will not be published.