ଏହି ଖେଳାଳି ଅନ୍ୟ ଝିଅ ପଛରେ ଉଡାଇଦେଲେ 50 ଲକ୍ଷ ଟଙ୍କା, ଗାର୍ଲଫ୍ରେଣ୍ଡ ଜାଣିବାରୁ ଦେଲା ଉଚିତ୍ ଶିକ୍ଷା

0

Get real time updates directly on you device, subscribe now.

ଜଣେ ଷ୍ଟାର ଖେଳାଳିଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ସହିତ ବ୍ରେକଅପ କରିନେଲେ । ଏହି ଖେଳାଳି 50 ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଅନ୍ୟ ଝିଅ ଉପରେ ଉଡ଼ାଇ ଥିଲେ । ଏହି କଥା ତାଙ୍କ ଗାର୍ଲଫ୍ରେଣ୍ଡ ଜାଣିପାରିଲେ ଏବଂ ତାଙ୍କ ସହିତ ସମ୍ପର୍କ ଭାଙ୍ଗିଦେଲା ଏବଂ ଖେଳାଳିଙ୍କ ଠାରୁ ଅଲଗା ହୋଇଗଲେ ।

‘ଦ ସନ’ ର ରିପୋର୍ଟରେ ଏହି ବ୍ରିଟିଶ ଖେଳାଳିଙ୍କ ନାମ ଓପନ କରାଯାଇ ନାହିଁ, କିନ୍ତୁ ଏହା କୁହାଯାଇଛି ଯେ ସେ ଜଣେ ପ୍ରସିଦ୍ଧ ଫୁଟବଲ ପ୍ଲେୟର ଅଟନ୍ତି ଏବଂ Three Lions କ୍ଲବର ଅଂଶ ଅଟନ୍ତି । ନିକଟରେ ଖେଳାଳିଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ସହିତ ବ୍ରେକଅପ କରିଛନ୍ତି, କାରଣ ସେ ଲୁଚି ଛପି କୌଣସି ଅନ୍ୟ ଝିଅ ସହିତ ମିଶୁଥିଲେ ।

କେବଳ ଏତିକି ନୁହେଁ, ସେ ସେହି ଝିଅ ଉପରେ ପ୍ରାୟ 53 ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ । ସେ ସେହି ଝିଅ ପ୍ରେମରେ ପଡ଼ିଯାଇଥିଲେ । ଖେଳାଳି ପ୍ରାୟତଃ ସେ ଝିଅ ସହିତ ଦେଖା କରିବାକୁ ଯାଉଥିଲେ, ତା ସହ ରାତି ବିତାଉଥିଲେ ଏବଂ ଘରକୁ ଆସିବାପରେ ଚାଟ କରୁଥିଲେ । ଦିନେ ସେ ଯେତେବେଳେ ଗାଧେଇବା ପାଇଁ ଯାଇଥିଲେ, ସେତେବେଳେ ସେ ନିଜ ଫୋନ୍ ବାଥରୁମ ନେବାକୁ ଭୁଲିଯାଇଥିଲେ ।

ଏହି ସମୟରେ ଗାର୍ଲଫ୍ରେଣ୍ଡ ତାଙ୍କ ଫୋନ୍ ଚେକ୍ କରିଦେଲେ । ମୋବାଇଲ ଦେଖିବା ମାତ୍ରେ ହିଁ ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେଥିରେ ଅନ୍ୟ ଝିଅ ସହିତ ଖେଳାଳିଙ୍କ ଅନେକ ଫଟୋ ଥିଲା । ତାଙ୍କର ଚାଟ ବକ୍ସ ରୋମାଣ୍ଟିକ ମେସେଜରେ ଭର୍ତ୍ତି ଥିଲା । ଯେତେବେଳେ ଗାର୍ଲଫ୍ରେଣ୍ଡ ଏ ବିଷୟରେ ଖେଳାଳିଙ୍କୁ ପଚାରିଲେ, ସେତେବେଳେ ସେ ବାହାନା କରିବା ଆରମ୍ଭ କରିଦେଲେ ।

ତେବେ ଏହା କୌଣସି ପ୍ରଥମ ସୁଯୋଗ ନଥିଲା, ଯେତେବେଳେ ଖେଳାଳି ସନ୍ଦେହକୁ ଆସିଛନ୍ତି । କିନ୍ତୁ ତାଙ୍କ ଗାର୍ଲଫ୍ରେଣ୍ଡ ଏଥର ତାଙ୍କୁ ରକ୍ଷା କରିବା ମୁଡ଼ରେ ନଥିଲେ । ସେ ଖେଳାଳିଙ୍କ ସହିତ ତାଙ୍କର ବ୍ରେକଅପ କରିଦେଲେ ଏବଂ ତାଙ୍କ ଠାରୁ ଅଲଗା ରହିବାକୁ ଲାଗିଲେ ।

Leave A Reply

Your email address will not be published.