ଅଫିସ ଆସିବାକୁ 1 ମିନିଟ୍ ମଧ୍ୟ ଡେରି ହେଲେ ଏତେ ସମୟ ଧରି କରିବାକୁ ପଡ଼ିବ ଏକ୍ସଟ୍ରା କାମ

0

Get real time updates directly on you device, subscribe now.

କିଛି କମ୍ପାନୀ ଚାରିଦିନ କାମ ଏବଂ ତିନିଦିନ ଛୁଟି ଫର୍ମୁଲାରେ କାମ କରୁଛନ୍ତି । ସାରା ଦୁନିଆରେ Four Day Work Week ଫର୍ମୁଲା ଆପଣାଇବା ଉପରେ ବିଚାର ହେଉଛି । କିନ୍ତୁ କିଛି କମ୍ପାନୀ /ଅଫିସ ଏପରି ମଧ୍ୟ ରହିଛି, ଯେଉଁମାନେ କର୍ମଚାରୀଙ୍କ ଦ୍ଵାରା ଅଧିକରୁ ଅଧିକ କାମ ନେବାପାଇଁ ନେଗେଟିଭ ଉପାୟକୁ ଆପଣାଉଛନ୍ତି । ଏହାର ଗୋଟିଏ ଫଟୋ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟରେ ଦେଖିବାକୁ ମିଳିଲା ।

ବାସ୍ତବରେ ସୋସିଆଲ ମିଡିଆରେ ଗୋଟିଏ ଅଜଣା କାର୍ଯ୍ୟସ୍ଥଳର ନିୟମ ଭାଇରାଲ ହେଉଛି, ଯାହାକୁ ‘ନ୍ୟୁ ଅଫିସ ରୁଲ୍’ ବୋଲି ନାମ ଦିଆଯାଇଛି । ଏହି ଭାଇରାଲ ରୁଲ୍ ଲେଟରରେ ଲେଖାଯାଇଛି ଯେ କର୍ମଚାରୀମାନେ ଯେତେ ମିନିଟ ଅଫିସକୁ ଲେଟରେ ଆସିବେ, ତାଙ୍କୁ ଅଫିସ ଶେଷ ହେବାପରେ ସେହି ହିସାବରେ 10 ମିନିଟ୍ ଏକ୍ସଟ୍ରା କାମ କରିବାକୁ ପଡ଼ିବ ।

‘ନ୍ୟୁ ଅଫିସ ରୁଲ୍’ ଅନୁଯାୟୀ, ଯଦି କୌଣସି କର୍ମଚାରୀ ଅଫିସ ଟାଇମ 10ଟାରୁ 2 ମିନିଟ୍ ଲେଟରେ ଆସନ୍ତି, ତେବେ ତାଙ୍କୁ ସନ୍ଧ୍ୟା 6ଟା ଅର୍ଥାତ୍ ଅଫିସ ଶେଷ ହେବା ପରେ 20 ମିନିଟ୍( 6ଟା 20 ମିନିଟ ପର୍ଯ୍ୟନ୍ତ) ଏକ୍ସଟ୍ରା କାମ କରିବାକୁ ପଡ଼ିବ ।

ତେବେ ଏହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ଯେ ଏହି ନିୟମ କେଉଁ ଅଫିସରେ କରାଯାଇଛି । ଟୁଇଟରରେ @CleverMonsterCT ନାମକ ୟୁଜର ଏହାକୁ ପୋଷ୍ଟ କରିଛନ୍ତି । ଯାହାକୁ ଖବର ରୂପରେ ଲେଖିବା ବେଳକୁ 3 ଲକ୍ଷ 80 ହଜାରରୁ ଅଧିକ ଲାଇକ ମିଳିଛି । 29 ହଜାରରୁ ଅଧିକ ଲୋକ ଏହାକୁ ରିଟୁଇଟ କରିଛନ୍ତି ଏବଂ ହଜାର ହଜାର ଲୋକ ଏହା ଉପରେ କମେଣ୍ଟ କରିଛନ୍ତି ।

ୟୁଜର୍ସ ଦେଲେ ରିଆକ୍ସନ :-

ଏହି ପୋଷ୍ଟରେ ୟୁଜର୍ସ ଙ୍କରଅନେକ ପ୍ରତିକ୍ରିୟା ଆସୁଛି । କେହି ଜଣେ ‘ନ୍ୟୁ ଅଫିସ ରୁଲ୍’କୁ ଭୁଲ୍ କହିଛନ୍ତି ଏବଂ ଆଉ ଜଣେ କହିଛନ୍ତି ବାରମ୍ବାର ଲେଟରେ ଆସୁଥିବା ଲୋକଙ୍କ ପାଇଁ ଏହା ଠିକ୍ ନିୟମ ଅଟେ । ଆଉ ଜଣେ କହିଛନ୍ତି, ଅଫିସ ରୂଲ୍ ଟିକେ କଠୋର ଅଟେ । ଏହିପରି ଅନେକ ଲୋକ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି ।

Leave A Reply

Your email address will not be published.