ଗରିବ ପିଲାକୁ ରାସ୍ତାରେ ମିଳିଲା 38 ଲକ୍ଷ ଟଙ୍କା ଭର୍ତ୍ତି ହୋଇଥିବା ବ୍ୟାଗ, ମାଲିକକୁ ଖୋଜି ଫେରାଇଦେଲେ ପୁରା ପଇସା, ମିଳିଲା ଏହି ପୁରସ୍କାର

0

Get real time updates directly on you device, subscribe now.

ଆଜିର ଦୁନିଆରେ ସଚ୍ଚୋଟ ଲୋକ ବହୁତ୍ କମ ଦେଖିବାକୁ ମିଳନ୍ତି । 100-200 ଟଙ୍କା ପାଇଁ ମଧ୍ୟ ଲୋକମାନେ ବେଇମାନି କରିବାକୁ ପଛାନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଯୁବକଙ୍କ ସହିତ ପରିଚିତ କରିବାକୁ ଯାଉଛୁ, ଯିଏ ବହୁତ୍ ଗରିବ ହେବା ସତ୍ତ୍ୱେ ମଧ୍ୟ ରାସ୍ତାରେ ମିଳିଥିବା 38 ଲକ୍ଷ ଟଙ୍କାକୁ ତାର ମାଲିକକୁ ଫେରାଇ ଦେଲା । ଏତେ ସବୁ ପଇସା ଦେଖି ଯୁବକଙ୍କର ମନ ଥରେ ବି ଲୋଭ କଲା ନାହିଁ । ଅନେକ ଲୋକ ତାଙ୍କୁ ପଇସା ରଖିବାକୁ ମଧ୍ୟ ପରାମର୍ଶ ଦେଲେ । କିନ୍ତୁ ସେ କେବଳ ସଚ୍ଚୋଟତାର ରାସ୍ତା ବାଛିଲେ । ଶେଷରେ ତାଙ୍କୁ ନିଜ ସଚ୍ଚୋଟତାର ଚମତ୍କାର ପୁରସ୍କାର ମଧ୍ୟ ମିଳିଲା ।

ଗରିବ ଫେରାଇଲା 38 ଲକ୍ଷ ଟଙ୍କା :-

ଇମ୍ୟାନୁଏଲ୍ ଟୁଲୋ 19 ବର୍ଷର ଅଟନ୍ତି । ସେ ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆରେ ରୁହନ୍ତି । ପେଟ ପୋଷିବା ପାଇଁ ମୋଟରବାଇକ ଟ୍ୟାକ୍ସି ଡ୍ରାଇଭରର କାମ କରନ୍ତି । ଏହି କାମ କରିବା ପରେ ମଧ୍ୟ ତାଙ୍କର ନିତିଦିନିଆ ଖର୍ଚ୍ଚ ଉଠେ ନାହିଁ । ଦିନେ ଟୁଲୋଙ୍କୁ ରାସ୍ତାକଡ଼ରୁ ପଇସା ଭର୍ତ୍ତି ଥିବା ବ୍ୟାଗ ମିଳିଗଲା । ଏହି ବ୍ୟାଗରେ 38 ଲକ୍ଷ ଟଙ୍କା ମୂଲ୍ୟର ଲାଇବେରିଆନ ଏବଂ ଆମେରିକୀୟ ନୋଟ୍ ରହିଥିଲା ।

ନିଜ ଗରିବ ଅବସ୍ଥାକୁ ଦୃଷ୍ଟିରେ ରଖି ଟୁଲୋ ଏହି ପଇସା ରଖିପାରି ଥାଆନ୍ତା । ଏହାଦ୍ବାରା ତାଙ୍କ ଜୀବନ ବଦଳି ଯାଇଥାନ୍ତା । ଜୀବନର ଅନେକ ସମସ୍ୟା ଦୂର ହୋଇଯାଇଥାଆନ୍ତା । କିନ୍ତୁ ସେ ଏପରି କଲେନାହିଁ । ସେ ନିଜ ଖୁଡିଙ୍କୁ କହିଲା ଯେ ଯଦି କୌଣସି ସରକାରୀ ରେଡିଓରେ କେହି ଏହି ପଇସା ପାଇଁ ନିବେଦନ କରେ , ତେବେ ସେ ଏହାକୁ ଫେରାଇ ଦେବ । ତାର ସଚ୍ଚୋଟତା ଦେଖି ଲୋକମାନେ ଖୁବ୍ ଥଟ୍ଟା କଲେ । ତାକୁ ପଇସା ରଖିବାପାଇଁ ଉତ୍ସାହିତ ମଧ୍ୟ କଲେ । କିନ୍ତୁ ଟୁଲୋ ନିଜର ସତ୍ୟତା ଏବଂ ସଚ୍ଚୋଟତାକୁ ନେଇ ବସି ରହିଲା ।

ସଚ୍ଚୋଟତା ବଦଳରେ ମିଳିଲା ଏହି ବଡ ପୁରସ୍କାର :-

ତେବେ ଟୁଲୋ ସେତେବେଳେ ଜାଣିନଥିଲା ଯେ ତାର ସଚ୍ଚୋଟତା ବଦଳରେ ବଡ ପୁରସ୍କାର ରହିଛି । ଯେତେବେଳେ ସେ ପଇସା ଫେରାଇଲା, ସେତେବେଳେ ସେ ସାରା ଦୁନିଆରେ ଫେମସ ହୋଇଗଲା । ଟୁଲୋଙ୍କ ସଚ୍ଚୋଟତା କାରଣରୁ ତାଙ୍କ ଦେଶର ରାଷ୍ଟ୍ରପତି ଜର୍ଜ୍ ବିୟା ମଧ୍ୟ ଇମ୍ପ୍ରେସ ହେଲେ । ସେ ଟୁଲୋଙ୍କୁ 8 ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଦେଲେ ।

ଏହାସହିତ ତାଙ୍କର ଆଡ଼ମିଶନ ଦେଶର ସବୁଠାରୁ ବଡ ସ୍କୁଲରେ କରାଇଲେ । ସେହିପରି ଟୁଲୋଙ୍କ ସଚ୍ଚୋଟତା ଦେଖି ଆମେରିକୀୟ କଲେଜ ତାଙ୍କୁ ଗ୍ରାଜୁଏସନ୍ ପାଇଁ ପାଠ ପଢିବାକୁ ଫୁଲ ସ୍କଲାରସିପର ଅଫର୍ ଦେଇଛି ।

ଏହାସହିତ ଅନ୍ୟ ଲୋକମାନେ ମଧ୍ୟ ଟୁଲୋଙ୍କ ସଚ୍ଚୋଟତା ଉପରେ ଖୁସି ହୋଇ ତାଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି । ଯାହାକୁ ସେ ପଇସା ଫେରାଇଲେ ସେ ମଧ୍ୟ 1 ଲକ୍ଷ ଟଙ୍କା ଦେଇଛନ୍ତି । ଟୁଲୋଙ୍କ ପରିବାର ବହୁତ୍ ଗରିବ, ଯେଉଁ କାରଣରୁ ସେ ପେଟ ପୋଷିବା ପାଇଁ ସ୍କୁଲ ଛାଡ଼ି ପରିଶ୍ରମ କରୁଥିଲେ । କିନ୍ତୁ ବର୍ତ୍ତମାନ ଟୁଲୋଙ୍କ ସଚ୍ଚୋଟତା କାରଣରୁ ସେ ପୁଣିଥରେ ପାଠ ପଢ଼ି ଭଲ ମଣିଷ ହୋଇପାରିବେ ।

Leave A Reply

Your email address will not be published.