ଆପଣଙ୍କ ରୋଷେଇ ଘରେ ଅଛି ଔଷଧ, ଆପଣଙ୍କ ଚର୍ବି ହ୍ରାସ କରିବ ଏହି ଦୁଇଟି ରୋଷେଇ ସାମଗ୍ରୀ

0

Get real time updates directly on you device, subscribe now.

ସାରା ଦୁନିଆର ଲୋକ ବିଭିନ୍ନ ପ୍ରକାରର ଗମ୍ଭୀର ରୋଗର ଶିକାର ହେଉଛନ୍ତି । ଯେଉଁଥିରେ ମେଦ ବହୁଳତା ଏବଂ କୋଲେଷ୍ଟ୍ରଲ ଜନିତ ରୋଗ ମଧ୍ୟ ସାମିଲ ରହିଛି । ତେବେ ମେଦ ବହୁଳତା ଦ୍ୱାରା ନା କେବଳ ସୌନ୍ଦର୍ଯ୍ୟ ହ୍ରାସ ହୁଏ ମଧୁମେହ, ହୃଦରୋଗ ଭଳି ରୋଗର ଆଶଙ୍କା ବଢ଼ିଯାଏ । ସେହିଭଳି ରକ୍ତରେ ଖରାପ କୋଲେଷ୍ଟ୍ରଲ ବଢ଼ିବା ଯୋଗୁଁ ହାର୍ଟ ଆଟାକ, ହାର୍ଟ ଷ୍ଟ୍ରୋକ୍‌ ଭଳି ରୋଗର ଆଶଙ୍କା ବଢ଼ିଯାଏ ।

ଅସ୍ତ୍ରୋପଚାର ମାଧ୍ୟମରେ ଚର୍ବି ହ୍ରାସ କରିବା ବେଳେ ବେଳେ ସାଂଘାତିକ ହୋଇପାରେ । ନିକଟରେ ଅଭିନେତା ଚେତନା ରାଜ, କନ୍ନଡ ଟେଲିଭିଜନ ଶୋ’ରେ ଅଭିନୟ ପାଇଁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଚର୍ବିମୁକ୍ତ କସମେଟିକ୍ ସର୍ଜରୀ କରିବାପରେ ତାଙ୍କର ମୃତ୍ୟୁ ହୋଇଥିଲା । ଶରୀରର ଚର୍ବି ହ୍ରାସ କରିବା ଏକ କଷ୍ଟସାଧ୍ୟ ପ୍ରକ୍ରିୟା । ଏଥିପାଇଁ ବହୁ ପରିଶ୍ରମର ଆବଶ୍ୟକ । ଧୈର୍ଯ୍ୟ, ଏବଂ ଧ୍ୟାନର ଆବଶ୍ୟକ । ତେଣୁ ଚର୍ବି ହ୍ରାସ ନିମନ୍ତେ ଅସ୍ତ୍ରୋପଚାର କରିବା ପରିବର୍ତ୍ତେ ପ୍ରାକୃତିକ ଭାବରେ ଶରୀରର ଆକାର ହାସଲ କରିବା ଉଚିତ । ମାତ୍ର ୨ଟି କୌଶଳ ପ୍ରୟୋଗ କରିଲେ ଚର୍ବି ହ୍ରାସ କମିବ ।

ତେବେ ବନ୍ଧୁଗଣ ବ୍ୟସ୍ତ ହେବାର ନାହିଁ ଏହି ଉପାୟ ବ୍ୟୟ ବହୁଳ ନୁହେଁ । ଆପଣଙ୍କୁ ବେଶୀ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବନି ଚର୍ବି କମେଇବା ପାଇଁ ଦୁଇଟି ଯାକ ସାମଗ୍ରୀ ଆପଣଙ୍କୁ ନିଜ ରୋଷେଇ ଘରୁ ହିଁ ଆପଣ ଅତି ସହଜରେ ପାଇପାରିବେ । ତେବେ ଆମ ରୋଷେଇଘରେ ହିଁ ଏପରି ବହୁତ କିଛି ଜିନିଷ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରକ। ତେବେ ଚର୍ବି ହ୍ରାସ ପାଇଁ ଯେଉଁ ୨ ଟି ସାମଗ୍ରୀ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାହା ମଧ୍ୟରୁ ଅଦା ଏବଂ କଳା ଲୁଣ ଅର୍ଥାତ୍ ବିଟ୍ ଲୁଣ ଅନ୍ୟତମ ।

ତେବେ ଅଦାରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ରହିଛି ଯାହା ଆପଣଙ୍କ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେଥିରେ ଥିବା ଭିଟାମିନ୍, ଜିଙ୍କ, ଆଇରନ, କ୍ୟାଲସିୟମ ଇତ୍ୟାଦି ମନୁଷ୍ୟର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ମେଦ ବହୁଳତା ହ୍ରାସ ସହିତ କାଶ, ଥଣ୍ଡା ଇତ୍ୟାଦିରେ ପାଇଁ ମଧ୍ୟ ପ୍ରଭାବଶାଳୀ । ଅଦା ଏବଂ କଳା ଲୁଣର ମିଶ୍ରଣ ଖାଇବା ଦ୍ବାରା ଚର୍ବି ହ୍ରାସ ହେବା ସହିତ ଏସିଡ ଓ ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।

Leave A Reply

Your email address will not be published.