ଏହି ବ୍ୟକ୍ତି ହୋଇଛନ୍ତି ୭୮ ଥର ବାହାଘର, ୧୨ ବର୍ଷ ବୟସର ଝିଅକୁ ମଧ୍ୟ କରିଛନ୍ତି ନିଜ ସ୍ତ୍ରୀ

0

Get real time updates directly on you device, subscribe now.

ଜଣେ ବ୍ୟକ୍ତିଙ୍କର 78ଜଣ ସ୍ତ୍ରୀ ଥିଲେ । ତାଙ୍କ ସ୍ତ୍ରୀମାନଙ୍କ ଲିଷ୍ଟରେ 12 ବର୍ଷ ପର୍ଯ୍ୟନ୍ତ ଝିଅ ମଧ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ ତାଙ୍କ ବିଷୟରେ Netflix ରେ ଗୋଟିଏ ଡକ୍ୟୁମେଣ୍ଟରି ରିଲିଜ୍ କରିବାର ପ୍ରସ୍ତୁତି ରହିଛି । ଯେଉଁଥିରେ ତାଙ୍କର ସବୁ କଳା- କାରନାମାକୁ ଖୁଲାସା କରାଯିବ ।

ଏହି ବ୍ୟକ୍ତିଙ୍କ ନାମ ବରେନ ଜେଫସ ଅଟେ । ବର୍ତ୍ତମାନ 66 ବର୍ଷୀୟ ବରେନ ଝିଅମାନଙ୍କ ଯୌନ ଉତ୍ପୀଡନ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । କିନ୍ତୁ ଗୋଟିଏ ସମୟ ଥିଲା, ଯେତେବେଳେ ତାଙ୍କର ଗୋଟିଏ ଅଲଗା ସତ୍ତା ଚାଲିଥିଲା । ତାଙ୍କ କହିବା ଅନୁଯାୟୀ ତାଙ୍କୁ ଭବିଷ୍ୟବକ୍ତା କିମ୍ବା ଈଶ୍ଵରଙ୍କ ଦୂତ ଭାବରେ ଲୋକେ ମାନୁଥିଲେ । ସେ କେବଳ ଅନେକ ବିବାହ କରିନଥିଲେ ବରଂ ଅନେକ ଛୋଟ ଝିଅଙ୍କୁ ଶୋଷଣ ମଧ୍ୟ କରିଥିଲେ ।

“ଡେଲି ଷ୍ଟାର”ରେ ପ୍ରକାଶିତ ଖବର ଅନୁଯାୟୀ, ତଥାକଥିତ ଧାର୍ମିକ ପ୍ରଚାରକ ବରେନ ଜେଫସ ନିଜକୁ ଇଶ୍ୱରଙ୍କ ଦୂତ ବୋଲି କହୁଥିଲେ । 90 ଦଶକରେ ତାଙ୍କର 10,000 ରୁ ଅଧିକ ଅନୁଗାମୀ ଥିଲେ | ସେ ନିଜର ଗୋଟିଏ ପୃଥକ ସମ୍ପ୍ରଦାୟ ଚଳାଉଥିଲେ । ତାଙ୍କ ଫାର୍ମ ହାଉସରେ ପ୍ରାୟ 500 ପିଲା ଏବଂ ମହିଳା ରହୁଥିଲେ । ଏହି ସମୟରେ ସେ 12 ବର୍ଷୀୟ ଗୋଟିଏ ଝିଅ ସହିତ ବିବାହ କରିଦେଲେ । ସେ ଏହି ବିବାହକୁ ‘ ଆଧ୍ୟାତ୍ମିକ ବିବାହ’ ବୋଲି କହିଥିଲେ ।

ଅନେକ ଝିଅଙ୍କୁ କରିଥିଲେ ଶୋଷଣ :-

ବରେନ୍ କେବଳ ଜଣେ ଦୁଇଜଣ ଝିଅଙ୍କର ନୁହେଁ, ବରଂ ଅନେକ ଝିଅଙ୍କ ଶୋଷଣ କରିଥିଲେ । ତାଙ୍କ ସ୍ତ୍ରୀ ମାନଙ୍କ ଲିଷ୍ଟରେ ଛୋଟ ଝିଅ ମଧ୍ୟ ସାମିଲ ଥିଲେ । ଅନେକ ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ବରେନଙ୍କ ପ୍ରାୟ 78 ଜଣ ସ୍ତ୍ରୀ ଥିଲେ । ସେଥିମଧ୍ୟରୁ 24 ଜଣ ସ୍ତ୍ରୀ ତ କେବଳ 17-18 ବର୍ଷ ବୟସରେ ହୋଇଯାଇଥିଲା ।

ତେବେ ତାର ସତ୍ତା ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିଲା ନାହିଁ ଏବଂ ଅନେକ ଅଭିଯୋଗ ପରେ ସେ ଆମେରିକୀୟ ଯାଞ୍ଚ ଏଜେନ୍ସୀ FBI ର ରଡାରକୁ ଆସିଗଲେ । ପରେ ତାଙ୍କୁ ମୋଷ୍ଟ୍ ୱାଣ୍ଟେଡ ଲିଷ୍ଟରେ ପକାଇ ଦିଆଗଲା । 2006 ମସିହାରେ ତାଙ୍କୁ ଗିରଫ କରାଗଲା ଏବଂ ଏକ ବର୍ଷ ପରେ ତାଙ୍କ ଫାର୍ମ ହାଉସ ଉପରେ ଚଢ଼ାଉ କରି ସବୁ ପିଲା ଏବଂ ମହିଳାଙ୍କୁ ମୁକ୍ତ କରାଗଲା ।

ବରେନଙ୍କ କବଳରୁ ମୁକୁଳିଥିବା ଅନେକ ଲୋକ କହିଛନ୍ତି ଯେ ସେଠାରେ କୌଣସି ପ୍ରକାରର ଆଧୁନିକ ସୁଖ ସୁବିଧାର ଜିନିଷ ନଥିଲା । ଟିଭି, ଇଣ୍ଟରନେଟ, ମ୍ୟୁଜିକ ପରି କିଛି ବି ନଥିଲା । ସେଠାରେ ବହୁତ୍ ଅଜବ ବାତାବରଣ ଥିଲା । ବାହାର ଦୁନିଆ ଠାରୁ ଲୋକଙ୍କୁ ଅଲଗା ରଖାଯାଇଥିଲା । ସମସ୍ତଙ୍କ ଉପରେ ବରେନଙ୍କ କଣ୍ଟ୍ରୋଲ ଥିଲା । ମହିଳାମାନଙ୍କୁ ମଧ୍ୟ ଅଧିକ ମେକଅପ ନେବାକୁ ଅନୁମତି ନଥିଲା ।

Leave A Reply

Your email address will not be published.