ଗାଈ ଉପରେ ଲାଗିଲା ହତ୍ୟାର ଆରୋପ, ପୋଲିସ ହେପାଜତରେ ରଖିଲା, ବର୍ତ୍ତମାନ ଚାଲିବ କେସ

0

Get real time updates directly on you device, subscribe now.

Cow Arrested For Attacking Baby: ଯେକୌଣସି ଦୋଷରେ ଆପଣ ଲୋକଙ୍କ ଗିରଫ ହେବା ଖବର ତ ଖୁବ୍ ଶୁଣିଥିବେ, କିନ୍ତୁ ଏଥର ଗୋଟିଏ ଗାଈକୁ ଆକ୍ରମଣ କରିବା ମାମଲାରେ ପୋଲିସ ଗିରଫ କରି ନେଇଛି । ଶୁଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ, କିନ୍ତୁ ଏହା ସତ୍ୟ ଅଟେ ଯେ ପୋଲିସ ନିଜେ ଏହି କଥାକୁ ନିଶ୍ଚିତ କରି କହିଛି ଯେ ସେ ଗାଈ ସହିତ ତାର ମାଲିକକୁ ମଧ୍ୟ ହେପାଜତରେ ରଖିଛି ।

ଘଟଣାସ୍ଥଳରେ ହେଲା ଯୁବକଙ୍କ ମୃତ୍ୟୁ :-

ମାମଲାଟି ସାଉଥ୍ ସୁଡଦାନର ଲେକ୍ସ ଷ୍ଟେଟର ଅଟେ । ଏଠାରେ ଗୋଟିଏ ଫାର୍ମ ନିକଟସ୍ଥ ଥିବା ଗୋଟିଏ ପିଲା ଉପରେ ଆକ୍ରମଣ ଆରୋପରେ ଗୋଟିଏ ଗାଈକୁ ଗିରଫ କରାଯାଇଛି । ଡେଲି ଷ୍ଟାରର ଗୋଟିଏ ରିପୋର୍ଟ୍ ଅନୁଯାୟୀ ଗାଈର ଆକ୍ରମଣ କାରଣରୁ ପିଲାଟିର ସେହି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା । ଏହାପରେ ବର୍ତ୍ତମାନ ଗାଈକୁ ରୁମ୍ବେକ୍ ସେଣ୍ଟ୍ରାଲ କାଉଣ୍ଟି ପୋଲିସ ଷ୍ଟେସନରେ ରଖାଯାଇଛି ।

ପୂର୍ବରୁ ମଧ୍ୟ ପଶୁଙ୍କ ଉପରେ ହୋଇଥିଲା କେସ :-

ଆପଣଙ୍କୁ କହିରଖୁଛୁ ଯେ ସୁଡ଼ାନରେ ଏହା ପୂର୍ବରୁ ମଧ୍ୟ ପଶୁଙ୍କୁ ଆରେଷ୍ଟ୍ କରାଯାଇଥିଲା, ସେମାନଙ୍କ ଉପରେ କେସ ଚାଲିଲା ଏବଂ ତାପରେ ସେମାନଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇଥିଲା । କିଛି ସମୟ ପୂର୍ବରୁ ହିଁ ଗୋଟିଏ ଛେଳିକୁ 45 ବର୍ଷୀୟ ମହିଳାଙ୍କ ମର୍ଡର ଆରୋପରେ ଗିରଫ କରାଯାଇଥିଲା । ତାପରେ ତା ଉପରେ କେସ ମଧ୍ୟ ଚାଲିଲା ଏବଂ ଶେଷରେ ତାକୁ ତିନି ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଥିଲା ।

ଦେଶରେ ରହିଛି ଏମିତି ଆଇନ୍ :-

ଯେତେବେଳେ ଛେଳିର ଦଣ୍ଡ ପୁରା ହୋଇଯିବ, ସେତେବେଳେ ଦେଶର ଆଇନ ଅନୁଯାୟୀ, ତାକୁ ମୃତକଙ୍କ ପରିବାର ଲୋକଙ୍କୁ ହିଁ ଦେଇ ଦିଆଯିବ । ଇଣ୍ଡିପେଣ୍ଡେଣ୍ଟର ଗୋଟିଏ ରିପୋର୍ଟ୍ ଅନୁଯାୟୀ କହିବାକୁ ଗଲେ, ସୁଡ଼ାନରେ ଯଦି କୌଣସି ପଶୁ କାହାର ଜୀବନ ନେଇଯାଏ, ତେବେ ଦଣ୍ଡ ଶେଷ ହେବାପରେ ତାକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଏ ।

Leave A Reply

Your email address will not be published.