ବର୍ତ୍ତମାନ ତାର ଗୁଡ଼ିକୁ ଏପଟ ସେପଟେ ଟାଙ୍ଗିବା ଆବଶ୍ୟକ ନାହିଁ, କେବଳ ଘରକୁ ଆଣନ୍ତୂ 949 ଟଙ୍କାରେ ଏହି ଛୋଟ ଡିଭାଇସ

0

Get real time updates directly on you device, subscribe now.

Portronics Power Plate 9: ଅଧିକାଂଶ ଲୋକଙ୍କ ପାଖରେ ଘରେ ଅନେକ ସ୍ମାର୍ଟ୍ ଡିଭାଇସ୍ ଥାଏ, ଯାହାକୁ ଚାର୍ଜିଂ ଏବଂ କନେକ୍ଟିଭିଟି ଆବଶ୍ୟକ ହୋଇଥାଏ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ Extension Board ଅଛି, ତେବେ ଏହା ଆପଣଙ୍କର ବହୁତ୍ କାମରେ ଆସିବାକୁ ଯାଉଛି । ବିଶେଷକରି ସେତେବେଳେ, ଯେତେବେଳେ ଆପଣ ଅନେକ ଡିଭାଇସ୍ ଯେପରି ହୋମ ଥିଏଟର, ଟିଭି, ଷ୍ଟ୍ରିମିଙ୍ଗ ଡଙ୍ଗଲକୁ ନିଜ ଘରେ ସେଟଅପ କରୁଛନ୍ତି । ଆପଣଙ୍କର ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୋର୍ଟନିକ୍ସ Power Plate 9 Multipurpose Extension Box ଲଞ୍ଚ କରିଛି ।

Portronics Power Plate 9 Price In India :-

Portronics Power Plate 9 Multipurpose Extension Box କମ୍ପାନୀର ଅଫିସିଆଲ୍ ୱେବସାଇଟ Portronics.com, Amazon.in ଏବଂ ଅନ୍ୟ ଅନଲାଇନ୍ ଏବଂ ଅଫଲାଇନ୍ ଷ୍ଟୋରରେ 12 ମାସର ୱାରେଣ୍ଟି ସହିତ 949 ଟଙ୍କାର ଡିସକାଉଣ୍ଟେଡ ମୂଲ୍ୟରେ ଉପଲବ୍ଧ ଅଛି ।

ମିଳିବ 8ଟି ପାୱାର ସକେଟ ଏବଂ 3ଟି USB ପୋର୍ଟସ :-

ଏକ୍ସଟେନ୍ସନ ବୋର୍ଡ ସମସ୍ତଙ୍କର ଦରକାର୍ ହୋଇଥାଏ, ଯେଉଁଥିରେ ଅନେକ ପାୱାର ସକେଟ୍ ଏବଂ USB ପୋର୍ଟସ ଥାଏ । ପାୱାର ପ୍ଲେଟ 9 ରେ 8ଟି ପାୱାର ସକେଟ ଏବଂ 3ଟି USB ପୋର୍ଟସ ଅଛି, ଯାହା ଆପଣଙ୍କର ବହୁତ୍ କାମରେ ଆସିବ । ଏହାର ପାୱାର ଷ୍ଟ୍ରିପ 2500W ର ହାଇ ପାୱାର ଭୋଲଟେଜ୍ ସହିତ ଆସିଥାଏ, ଯାହାଦ୍ଵାରା ପ୍ଲଗ ଇନ କରାଯାଇଥିବା ସମସ୍ତ ଡିଭାଇସରେ ପାୱାର ସମାନ ଭାବେ ପହଞ୍ଚେ ।

3 ମିଟର ତାର କରିବ ସାହାଯ୍ୟ :-

ଯଦି ଆପଣଙ୍କ ପାଖରେ ଘରେ ଅନେକ ଡିଭାଇସ୍ ଅଛି, ଯାହାକୁ ଆପଣ ଚାର୍ଜ ଏବଂ କନେକ୍ଟ କରିବାକୁ ଚାହୁଁଛନ୍ତି, ତେବେ ଏହି ବକ୍ସ କାମରେ ଆସିପାରେ । ସୁନ୍ଦର୍ ଭାବେ ଡିଜାଇନ୍ କରାଯାଇଥିବା ପାୱାର ପ୍ଲେଟ 9 ରେ 3 ମିଟର ବିଶିଷ୍ଟ ତାର ରହିଛି, ତେବେ ଏହାକୁ ବ୍ୟବହାର କରିବା ସମୟରେ ଆପଣ ସହଜରେ ଦୂରରେ ବସି ମଧ୍ୟ ନିଜ ଡିଭାଇସକୁ ଚାର୍ଜ କିମ୍ବା କନେକ୍ଟ କରିପାରିବେ ।

ଏହାବ୍ୟତୀତ ଏଥିରେ ହ୍ୟାନଡେଲ ରହିଛି, ଯେଉଁ କାରଣରୁ ଏହା ବହୁତ୍ ପୋର୍ଟେବଲ ଏବଂ କ୍ୟାରି କରିବାରେ ସହଜ ଅଟେ । ତେବେ ଆପଣଙ୍କୁ ତାର ଟାଙ୍ଗିବାର ଚିନ୍ତା ମଧ୍ୟ ରହିବ ନାହିଁ । ଏହାସହିତ କମ୍ପାନୀ ଦାବି କରିଛି ଯେ ଏହା ଓଭରହିଟ ମଧ୍ୟ ହେବନାହିଁ ।

Leave A Reply

Your email address will not be published.