ବାପାଙ୍କ ଏହି ଗୋଟିଏ ସର୍ତ୍ତ ପାଇଁ ୪୭ ବର୍ଷୀୟ ଏକତା କପୁର ରହିଲେ କୁଆଁରୀ, କାରଣ ଏମିତି ରହିଛି ଯେ ଯାହାକୁ ରିଲେଟ କରିବା ଝିଅମାନଙ୍କ ପାଇଁ ସହଜ ନୁହେଁ,ଜାଣନ୍ତୁ ସେ କାରଣ କଣ ?

0

Get real time updates directly on you device, subscribe now.

ଟିଭିର ସଫଳ ପ୍ରଡ୍ୟୁସରମାନଙ୍କ ମଧ୍ୟରୁ ଜଣେ ଏକତା କପୁର 47 ବର୍ଷ ବୟସ ହୋଇଯାଇଛି, କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ଏହି ପ୍ରଶ୍ନ ସମସ୍ତଙ୍କ ମନରେ ସବୁବେଳେ ରହିଥାଏ । ସିନିୟର୍ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତାଙ୍କ ଜନ୍ମଦିନରେ ଆମେ ତାଙ୍କର ଅବିବାହିତ ହେବାର ମୁଖ୍ୟ କାରଣ ବିଷୟରେ କହିବାକୁ ଯାଉଛୁ । ପିଲାଦିନରୁ ଏକତା ତାଙ୍କ ବାପା ଜିତେନ୍ଦ୍ରଙ୍କ ସହିତ ବହୁତ୍ କ୍ଲୋଜ ଏବଂ ତାଙ୍କ ସହିତ ଗୋଟିଏ ଫ୍ରେଣ୍ଡଲି ରିଲେସନ ସେୟାର କରନ୍ତି ।

ଟିଭିର ଏହି କ୍ୱିନ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ବାପାଙ୍କ ସହିତ ଫଟୋ ସେୟାର କରନ୍ତି, ଯାହା ଦର୍ଶାଏ ଯେ ତାଙ୍କର ନିଜ ବାପାଙ୍କ ସହିତ କେତେ ଷ୍ଟ୍ରଙ୍ଗ ବଣ୍ଡ ରହିଛି । ଜିତେନ୍ଦ୍ର ମଧ୍ୟ ସବୁବେଳେ ତାଙ୍କ ଝିଅର ସଫଳତା ପାଖରେ ଠିଆ ହୋଇଥିବାର ଦେଖାଯାଆନ୍ତି । ଏପରି ଥରେ ଜିତେନ୍ଦ୍ର ଏକତାଙ୍କୁ ଏମିତି କିଛି କହିଥିଲେ, ଯେଉଁଥିପାଇଁ ସେ ଆଜି ପର୍ଯ୍ୟନ୍ତ କୁଆଁରୀ ରହିଛନ୍ତି ।

ବିବାହ ବଦଳରେ ଏକତା ବାଛିଲେ କାମ :-

ଏକତା କପୁର ଆଜି ହୁଏତ ଜଣେ ସଫଳ ବିଜନେସ ଓମେନ ଅଟନ୍ତି, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କୁ ପାର୍ଟି ଏବଂ ବିବାହ କରିବାକୁ ବହୁତ୍ ଭଲ ଲାଗୁଥିଲା । 15 ବର୍ଷୀୟ ବୟସରେ ଏକତାଙ୍କୁ ତାଙ୍କ ବାପା ପକେଟ୍ ମନି ବ୍ୟତୀତ ପଇସା ଦେବାକୁ ମନା କରି ଦେଇଥିଲେ । ଏହି କଥାକୁ ନିଜେ ଏକତା ଗୋଟିଏ ଇଣ୍ଟରଭିୟୁରେ ଖୁଲାସା କରିଥିଲେ ଯେ ଯେତେବେଳେ ସେ ଜୀତେନ୍ଦ୍ରଙ୍କୁ ବିବାହକୁ ନେଇ ନିଜର ପାଗଳାମି କହିଲେ, ସେତେବେଳେ ଅଭିନେତା କହିଲେ, ‘ ତୁମେ ବିବାହ କର କିମ୍ବା ପାର୍ଟି ବଦଳରେ କାମ କର, ଯାହା ମୁଁ ଚାହୁଁଛି ।’

ବାପାଙ୍କ ଏହି କଥା ଏକତାଙ୍କ ମନରେ ଯେପରି ସବୁଦିନ ପାଇଁ ରହିଗଲା ଏବଂ ସେ ଏତେ ଆଗ୍ରହର ସହିତ କାମ ଆରମ୍ଭ କଲେ ଯେ ଆଜି ସେ ସବୁଠାରୁ ସଫଳ ପ୍ରଡ୍ୟୁସର ମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି । ଅବିବାହିତ ଥାଇ ମଧ୍ୟ ସେ ବର୍ତ୍ତମାନ ବହୁତ୍ ଖୁସିରେ ଅଛନ୍ତି ।

ବହୁତ୍ କମ ବୟସରେ ବିବାହ ବଦଳରେ ଯେପରି ଭାବେ ଏକତା କ୍ୟାରିୟରକୁ ଗୁରୁତ୍ଵ ଦେଲେ, ଏପରି ସମସ୍ତେ କରିପାରି ନଥାନ୍ତେ । ଅନେକଥର ଝିଅମାନଙ୍କୁ ସ୍ଵାଧୀନ ହେବାର ମହତ୍ତ୍ଵ ବହୁତ୍ ପରେ ବୁଝାପଡେ । କିନ୍ତୁ ଏକତା ବୋଧହୁଏ ନିଜର ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ କ୍ଲିୟର ଥିଲେ । ତେବେ ଏକତାଙ୍କୁ ଅଭିନେତା ଏତେ କମ୍ ବୟସରେ ଏପରି କିଛି କହି ତାଙ୍କର ଜୀବନ ହିଁ ବଦଳାଇ ଦେଲେ । ବର୍ତ୍ତମାନ ମଧ୍ୟ ଏକତା ଜଣେ କୁଆଁରୀ ଯୁବତୀ ଅଛନ୍ତି ଏବଂ ସେ ବିବାହ କରିନାହାନ୍ତି । ଏଥିରୁ କୁହାଯାଇପାରେ ଯେ ଜଣେ ମହିଳା ବିବାହ ନ କଲେ ମଧ୍ୟ କ୍ୟାରିୟର ଗଢି ଖୁସିରେ ରହିପାରିବ ।

Leave A Reply

Your email address will not be published.