ସରକାରଙ୍କ ଏହି ସ୍କିମରୁ ପ୍ରାୟ 59 ଲକ୍ଷ ଲୋକଙ୍କୁ ମିଳିଲା ଲାଭ, ଖାତାକୁ ଟ୍ରାନ୍ସଫର ହେଲା କୋଟି କୋଟି ଟଙ୍କା ! ଆଉ ଆପଣଙ୍କ ଖାତାକୁ ?

0

Get real time updates directly on you device, subscribe now.

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଅଧୀନରେ ଦେଶର ଲୋକଙ୍କୁ ରୋଜଗାର ପାଇଁ ସୁଯୋଗ ଦେବା ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଦିଆଯାଇଛି । ସରକାରଙ୍କ ସର୍ବଶେଷ ଆକଳନ ଅନୁଯାୟୀ, 58.76 ଲକ୍ଷ ଲୋକଙ୍କ ଆକାଉଣ୍ଟରେ 4,920.67 କୋଟି ଟଙ୍କା ଜମା କରାଯାଇଛି । ଏହି ଆକଳନ ଏପ୍ରିଲ 30 ତାରିଖ 2022 ସୁଦ୍ଧା କରାଯାଇଛି । ଏହି ସ୍କିମକୁ ସରକାର 2020 ରେ କୋଭିଡ ସମୟରେ ଆରମ୍ଭ କରିଥିଲେ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କରୋନା ମହାମାରୀ କାରଣରୁ ଚାକିରୀ ହରାଇଥିବା ଲୋକଙ୍କୁ ନୂତନ ରୋଜଗାରର ସୁଯୋଗ ଦେବା ।

ପ୍ରାୟ 59 ଲକ୍ଷ ଲୋକଙ୍କୁ ମିଳିଲା ଲାଭ :-

EPFO ଦ୍ୱାରା କରାଯାଇଥିବା ଗୋଟିଏ ଟୁଇଟରେ ସୂଚନା ଦିଆଯାଇଛି ଯେ ଏପ୍ରିଲ 30 ତାରିଖ 2022 ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ 58.76 ଲକ୍ଷ ଲୋକ ଲାଭ ପାଇଛନ୍ତି । ସରକାର 4,920.67 କୋଟି ଟଙ୍କା ଲାଭାର୍ଥିଙ୍କ ଆକାଉଣ୍ଟରେ ଜମା କରିଛନ୍ତି । ଏଥିରେ 1,47,335 ପ୍ରତିଷ୍ଠାନ ସାମିଲ ରହିଛି । ଏହି ଯୋଜନା ଅଧୀନରେ ସରକାର ନୂତନ କର୍ମଚାରୀଙ୍କ ପାଇଁ ମାସିକ 15,000ରୁ କମ ବେତନ ସହିତ EPF ର କିଛି ଅଂଶ ପ୍ରଦାନ କରୁଛନ୍ତି ।

ସରକାର ଜମା କରନ୍ତି ପଇସା :-

ଅନୁଷ୍ଠାନରେ କର୍ମଚାରୀମାନଙ୍କୁ ରଖିବାର କ୍ଷମତା 1000 ରୁ କମ ଅଟେ, ସେଥିରେ କାମ କରୁଥିବା କର୍ମଚାରୀଙ୍କ ଦରମା ଅନୁଯାୟୀ 12 ପ୍ରତିଶତ ଏବଂ ସଂସ୍ଥାର ଅଂଶର ମଧ୍ୟ 12 ପ୍ରତିଶତ ରାଶି ସରକାରୀ ପ୍ରୋଭିଡେଣ୍ଟ ଫଣ୍ଡ (EPFO) ଅଧୀନରେ ଜମା ହୋଇଥାଏ । ଅର୍ଥାତ ମୋଟ 24 ପ୍ରତିଶତ ଲାଭ ମିଳିଥାଏ । ଏହି ଯୋଜନାର ଲାଭ ଉଠାଇବା ପାଇଁ ସଂସ୍ଥାଗୁଡ଼ିକୁ EPFO ​​ଅଧୀନରେ ରେଜିଷ୍ଟର୍ଡ ହେବା ଜରୁରୀ ଅଟେ । ଏକ ହଜାରରୁ ଅଧିକ କର୍ମଚାରୀ ଥିବା କମ୍ପାନୀଗୁଡ଼ିକୁ 12 ପ୍ରତିଶତ ସବସିଡି ଦିଆଯାଇଥାଏ ।

ଏହାର ଲାଭ ଉଠାଇବା ପାଇଁ 50 ରୁ କମ କର୍ମଚାରୀ ଥିବା କମ୍ପାନୀଙ୍କୁ ଅତି କମରେ ଦୁଇଜଣ ନୂଆଁ ଲୋକଙ୍କୁ ଚାକିରି ଦେବାର ସର୍ତ୍ତ ରହିଛି । ଏହିପରି 50 ରୁ ଅଧିକ କର୍ମଚାରୀ ଥିବା କମ୍ପାନୀଙ୍କୁ ଏହି ସ୍କିମର ଲାଭ ନେବାପାଇଁ ଅତି କମରେ ପାଞ୍ଚଜଣ ନୂଆଁ ଲୋକଙ୍କୁ ଚାକିରି ଦେବା ଜରୁରୀ ଅଟେ ।

କାହାକୁ ମିଳିଥାଏ ଲାଭ :-

ଦେଶରେ ବେକାରୀ କମ୍ କରିବାପାଇଁ ସରକାର ଏହି ପଦକ୍ଷେପ ଉଠାଇଥିଲେ । ଏହି ସ୍କିମର ଫାଇଦା ସେମାନଙ୍କୁ ହିଁ ମିଳିବ, ଯେଉଁମାନେ ଅକ୍ଟୋବର 1 ତାରିଖ 2020 ଠାରୁ ଜୁନ 30 ତାରିଖ 2020 ମଧ୍ୟରେ ନୂତନ କର୍ମଚାରୀ ରଖିଛନ୍ତି । ସେହିପରି ଯେଉଁ ଲୋକଙ୍କ ଚାକିରି ମାର୍ଚ୍ଚ 1 ତାରିଖ 2020 ଠାରୁ ନେଇ ସେପ୍ଟେମ୍ବର 30 ତାରିଖ 2020 ମଧ୍ୟରେ ଚାଲିଯାଇଛି, ସେମାନଙ୍କୁ ମଧ୍ୟ ଏହି ସ୍କିମର ଲାଭ ମିଳିଥାଏ ।

Leave A Reply

Your email address will not be published.