ଘରେ ବସି ଆଜି ଆରମ୍ଭ କରନ୍ତୁ ପେପର କପର ବ୍ୟବସାୟ, ପ୍ରତ୍ୟେକ ମାସ ହେବ ୬୦ ହଜାର ଟଙ୍କାର ଆୟ, ଜାଣନ୍ତୁ ସବୁଠାରୁ ସହଜ ଉପାୟ

0

Get real time updates directly on you device, subscribe now.

ପେପର କପ ବ୍ୟବସାୟ ଆଇଡ଼ିଆ:-

ଯଦି ଆପଣ କମ ଖର୍ଚ୍ଚରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଶାନଦାର ବ୍ୟବସାୟ ବିଷୟରେ କହିବୁ।

କମ ଖର୍ଚ୍ଚରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ:-

ଏହି ବ୍ୟବସାୟକୁ ଆପଣ କମ ଖର୍ଚ୍ଚରେ ଆରମ୍ଭ କରିପାରିବେ। ଓ ଲୋକାଲ ମାର୍କେଟରେ ବିକ୍ରି କରି ମାସକୁ ଭଲ ଆୟ ମଧ୍ୟ କରିପାରିବେ। ଆପଣଙ୍କୁ ଜଣାଇଦେଉଛୁକି ଏହି ବ୍ୟବସାୟ ପେପର କପ ତିଆରି କରିବାର ଅଟେ। ପର୍ଯ୍ୟାବରଣ ପ୍ରତି ଲୋକଙ୍କ ମନରେ ଆସିଥିବା ଜାଗୃକତା କାରଣରୁ ବର୍ତ୍ତମାନ ସମୟରେ ପେପର କପର ଡିମାଣ୍ଡ ବଢ଼ୁଅଛି।

ସରକାର ଦେଉଛନ୍ତି ଲୋନ:-

ଜଣାଇଦେଉଛୁକି ପେପର କପ ମେନ୍ୟୁଫେକ୍ଚରିଂ ୟୁନିଟ ପାଇଁ ସରକାର ମଧ୍ୟ ମୁଦ୍ରା ସ୍କିମ ଅନ୍ତର୍ଗତ ଋଣ ଦେଉଛନ୍ତି। ସେହିପରି ଆପଣ ପେପର କପର ୟୁନିଟକୁ ଆପଣ କମ ପଇସାରେ ଆରମ୍ଭ କରିପାରିବେ। ଯଦି ଆପଣ ଅଧିକ ନିବେଶ କରିବାକୁ ଚାହାନ୍ତି ତେବେ ଏହାର ବଡ ୟୁନିଟ ମଧ୍ୟ ଆରମ୍ଭ କରିପାରିବେ। ସେହିପରି ପେପର କପ ତିଆରି କରିବା ପାଇଁ ମାଲ ଓ ମେସିନ ସହଜରେ ମିଳିଯିବ।

ଏମିତି କରନ୍ତୁ ଆରମ୍ଭ:-

ଆପଣଙ୍କୁ ଜଣାଇଦେଉଛୁକି ପେପର କପ ତିଆରି କରିବା ପାଇଁ ପେପର ରିଲ, ବଟମ ରିଲ ଓ ମେସିନର ଆବଶ୍ୟକ ହୋଇଥାଏ। ସେହିପରି ମାର୍କେଟରେ ଛୋଟ ବଡ ପରି ମେସିନ ମଧ୍ୟ ଉପଲବ୍ଧ ଅଛି। ପେପର ରିଲ, ବଟମ ରିଲକୁ ଆପଣ ଅନଲାଇନ କିମ୍ବା ଦିଲ୍ଲୀ, ଜୟପୁର ଭଳି ବଡ ସହରରେ ସହଜରେ କିଣିପାରିବେ। ବର୍ତ୍ତମାନ ଅନଲାଇନରେ ମଧ୍ୟ ମେସିନ ମିଳିଯାଉଛି। ପେପର ରିଲର ମୂଲ୍ୟ ୯୦ ଟଙ୍କା କିଲୋରୁ ଆରମ୍ଭ ହୁଏ। ସେହିପରି ବଟମ ରିଲର ମୂଲ୍ୟ ୮୦ ରୁ ୯୦ ଟଙ୍କା ପ୍ରତି କିଲୋ ଅଟେ। ଆପଣଙ୍କୁ ଜଣାଇଦେଉଛୁକି ପେପର କପ ଫ୍ରେମିଂ ମେସିନ ୫ ଲକ୍ଷ ଟଙ୍କାରେ ଆସିଯାଏ। ପାଖାପାଖି ୮ ରୁ ୧୦ ଲକ୍ଷ ଟଙ୍କାର ବିନିଯୋଗରେ ପ୍ରତ୍ୟେକ ଆକାରର କପ ଓ ଗ୍ଲାସ ପ୍ରସ୍ତୁତ କରିପାରିବେ।

ଏତିକି ହେବ ଆୟ:-

ସାଧାରଣତଃ ପେପର କପ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ଗୋଟିଏ ମାସରେ ୧୫,୬୦,୦୦୦ କପ ପ୍ରସ୍ତୁତ କରେ। ଯଦି ଆପଣ ଏହାକୁ ୩୦ ପଇସା ପ୍ରତି ବିକ୍ରି କରିବେ ତେବେ ଆପଣଙ୍କର ପାଖାପାଖି ୪,୬୮,୦୦୦ ଟଙ୍କା ଆୟ ହେବ। ସେହିପରି ୪,୦୮,୯୬୪ ଟଙ୍କା ସମୁଦାୟ ଖର୍ଚ୍ଚ ହେବ। ଏହିପରି ଆପଣ ପ୍ରତ୍ୟେକ ମାସରେ ପାଖାପାଖି ୬୦ ହଜାର ଟଙ୍କା ସହଜରେ ଆୟ କରିପାରିବେ।

ସରକାର କରିବେ ସାହାଯ୍ୟ:-

ପେପର କପ ମେନ୍ୟୁଫେକ୍ଚରିଂ ୟୁନିଟ ଲଗାଇବା ପାଇଁ ଆପଣ ମୁଦ୍ରା ସ୍କିମର ଲାଭ ଉଠାଇ ଋଣ ନେଇପାରିବେ। ଏହି ମୁଦ୍ରା ସ୍କିମ ଅନ୍ତର୍ଗତ ସମୁଦାୟ ପ୍ରଜେକ୍ଟ୍ କାଷ୍ଟର ୨୫ ପ୍ରତିଶତ ଆପଣଙ୍କୁ ନିବେଶ କରିବାକୁ ହେବ। ଆପଣଙ୍କୁ ଜଣାଇଦେଉଛୁକି ମୁଦ୍ରା ସ୍କିମ ଅନ୍ତର୍ଗତ ୭୫ପ୍ରତିଶତ ଋଣ କେନ୍ଦ୍ର ସରକାର ଦେବେ।

Leave A Reply

Your email address will not be published.