ଦେଖନ୍ତୁ ଭିଡ଼ିଓ : ଶାଳୀକୁ ଅଧା ନୁହେଁ ବରଂ ସମ୍ପୂର୍ଣ ଘରବାଲି କରିବାକୁ ଚାହୁଁଥିଲେ ଭିଣୋଇ, ତେଣୁ ସ୍ତ୍ରୀକୁ ଚଳନ୍ତା କାର ସାମ୍ନାକୁ ଠେଲିଦେଲେ ସ୍ୱାମୀ…

0

Get real time updates directly on you device, subscribe now.

ଭିଣୋଇ ଓ ଶାଳୀର ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ବହୁତ ଲୋକ ଏ ବିଷୟରେ ଅନେକ ମଜାଦାର ଭିଡିଓ ବନେଇଥନ୍ତି। ଭିଣୋଇ ଓ ଶାଳୀର ସମ୍ପର୍କ ଭଲପାଇବା, ଲଢେଇ-ଝଗଡ଼ା, ଥଟ୍ଟା-ମଜା ମଧ୍ୟରେ ଭରି ରହିଥାଏ।ଉଭୟ ପରସ୍ପରକୁ ଯେତିକି ଭଲ ପାଆନ୍ତି ସେତିକି ଥଟ୍ଟା ମଜା ମଧ୍ୟ କରିଥାନ୍ତି। ଏହି କାରଣରୁ ଅନେକ ଲୋକ ମଜାରେ କୁହନ୍ତିକି ଶାଳୀ ଅଧାଘର ବାଲି ଅଟନ୍ତି।

ଶାଳୀକୁ ବଞ୍ଚେଇଲେ ସ୍ତ୍ରୀକୁ କାର ସାମ୍ନାରେ ଠେଲିଦେଲେ:-

ଅଧିକାଂଶ ସମୟରେ ଏହା ଦେଖିବାକୁ ମିଳେକି ସ୍ବାମୀ ନିଜ ସ୍ତ୍ରୀଠୁ ଅଧିକ ଶାଳୀ ପ୍ରତି ଅଧିକ ଦୁର୍ବଳତା ଥାଏ। ଆଜି ଆମେ ଆପଣଙ୍କୁ ଏକ ଏମିତି ସ୍ବାମୀ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ଶାଳୀ ପାଇଁ ନିଜର ସ୍ତ୍ରୀର ଜୀବନକୁ ବିପଦରେ ପକାଇଦେଲେ। ସ୍ବାମୀ ,ସ୍ତ୍ରୀ ଓ ଶାଳୀ ରାସ୍ତାରେ ଏମିତି ବୁଲୁଥିଲେ ସେହି ସମୟରେ ହଠାତ ଗୋଟିଏ କାର ଆସିଗଲା। ତାପରେ ଭିଣୋଇର ବ୍ୟବହାର ଦେଖିଲେ ସମସ୍ତଙ୍କ ହୋସ ଉଡ଼ିଯିବ।

କାର ଆସିବାରୁ ଭିଣୋଇ ନିଜ ଶାଳୀକୁ ନିଜ ଆଡକୁ ଟାଣିନେଲା ଏବଂ ନିଜ ସ୍ତ୍ରୀକୁ କାର ସାମ୍ନାକୁ ଠେଲିଦେଲା। କିନ୍ତୁ କାର ଠିକ ସମୟରେ ରହିଗଲା ଓ ସ୍ତ୍ରୀର ଜୀବନ ବଞ୍ଚିଗଲା। ନିଜ ସ୍ବାମୀର ଏଭଳି ବ୍ୟବହାର ଦେଖି ସ୍ତ୍ରୀ ବହୁତ୍ ଜୋରରେ ରାଗିଯାଇ ତା ସ୍ବାମୀକୁ ଦେଖିବାକୁ ଲାଗିଲା।କିନ୍ତୁ ଶାଳୀ ସେ ସମୟରେ ଖୁସି ଥିଲାକି ତାର ଭିଣୋଇ ତା ଜୀବନ ବଞ୍ଚାଇଦେଲେ।

ଲୋକମାନଙ୍କ ମଜାଦାର ପ୍ରତିକ୍ରିୟା:-

ଏ ଭିଡିଓଟି ସୋସିଆଲ ମିଡ଼ିଆରେ ବହୁତ୍ ଜୋରରେ ଭାଇରାଲ ହେଉଅଛି। ଲୋକମାନେ ଏଥିରେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି।ଜଣେ ବ୍ୟକ୍ତି କହିଲା “ଆଜି ତା ସ୍ବାମୀର ମରଣ ଆସିବ “। ଅନ୍ୟ ଏକ ବ୍ୟକ୍ତି କହିଲା “ଲାଗୁଚି ଭିଣୋଇ ଶାଳୀକୁ ଅଧା ଘର ବାଲିରୁ ପୁରା ଘର ବାଲି ବନେଇବାକୁ ଚାହୁଁଛି”। ଆଉ କେହି କହୁଚି “ଲାଗୁଚି ଆଜି ରାତିରେ ସ୍ବାମୀର ଜବରଦସ୍ତ ଧୁଲାଇ ହବାକୁ ଯାଉଛି”। ଏମିତି ଆହୁରି ଅନେକ ମଜାଦାର ଭିଡିଓ ଆସିବାରେ ଲାଗିଛି।

ଏହି ଭିଡିଓକୁ କେବଳ ମନୋରଞ୍ଜନ ନିମନ୍ତେ କରାଯାଇଛି। ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ତେଣୁ ଏହାକୁ ଗମ୍ଭୀର ଭାବରେ ନେବେ ନାହିଁ। ଏହି ଭିଡିଓଟି ଇନଷ୍ଟାଗ୍ରାମରେ ଗିନି କପୂର୍ ନାମକ ଜଣେ ମହିଳା ସେୟାର କରିଛନ୍ତି। ଏହି ଭିଡିଓର ଉପରେ ଲେଖା ଯାଇଛି “ଭିଣୋଇ ବହୁତ ସାହାଯ୍ୟବାନ।”

Leave A Reply

Your email address will not be published.