ଇମରାନ ଖାନକୁ ଶିଘ୍ର ପଠା ଯିବେ ଜେଲ୍ ! ଗିରଫଦାରୀ ପାଇଁ ପାକ୍ ଗୃହମନ୍ତ୍ରୀଙ୍କ ଏହି କଥାକୁ ଅପେକ୍ଷା

0

Get real time updates directly on you device, subscribe now.

ପାକିସ୍ଥାନର ଗୃହମନ୍ତ୍ରୀ ରାଣା ସାନା ଉଲ୍ଲାହ କହିଛନ୍ତି ଯେ ପୂର୍ବ ପ୍ରଧାନମନ୍ତ୍ରୀ ଇମରାନ ଖାଁ ଙ୍କ ଜାମିନ ଅବଧି ଶେଷ ହେଵା ମାତ୍ରେ ତାଙ୍କୁ ଗିରଫ କରାଯିବ|ସେ କହିଛନ୍ତି ଇମରାନ ବିରୁଦ୍ଧରେ ଡର୍ଜନରୁ ଅଧିକ ମାମଲା ରହିଛି ଯେଉଁଥିରେ ଦଙ୍ଗା,ରାଜଦ୍ରୋହ ଓ ଅରାଜକତା ରହିଛି|ଗୃହମନ୍ତ୍ରୀ ରାଣା ରବିବାର ଦିନ କହିଛନ୍ତି ଯେ ପାକିସ୍ତାନ ତହରିଫ ଇ ଇନ୍ସାଫ ର ଅଧ୍ୟକ୍ଷ ଇମରାନ ଖାଁ ଙ୍କ ଜାମିନ ଅବଧି ସରିବାମାତ୍ରେ ତାଙ୍କୁ ଗିରଫ କରାଯିବ|

କହିରଖେ ଇସଲାମାବାଦରେ ପାକିସ୍ତାନ ତହରିଫ ଇ ଇନ୍ସାଫ କୁ ମାର୍ଚ୍ଚ ପୂର୍ବରୁ ପେଶୱାର ହାଇକୋର୍ଟ ୨ ଜୁନ ଦିନ ଇମରାନଙ୍କୁ ୫୦ ହଜାର ଟଙ୍କା ଜୋରିମାନାରେ ୩ ସପ୍ତାହ ମଧ୍ୟକାଳୀନ ଜାମିନ ଦେଇଥିଲେ|

ରାଣା ସାନା ଉଲ୍ଲାହ କହିଛନ୍ତି ଇମରାନଙ୍କ ବାନିଗଲା ବାସ ଭବନ ସମ୍ମୁଖରେ ନିୟୋଜିତ ସୁରକ୍ଷା କର୍ମୀ ଅଦାଲତ ପକ୍ଷରୁ ଦିଆଯାଇଥିବା ଜାମିନ ଅବଧି ସମାପ୍ତ ହେବାପରେ ଗିରଫ କରିବେ|ସେ କହିଛନ୍ତି ଏକ ଲୋକତାନ୍ତ୍ରିକ ସମାଜରେ ରାଜନୈତିକ ଦଳର ମୁଖିଆ ବନି ଲୋକଙ୍କୁ ଉସକାଇ ଥାଏ ଓ ଵିରୋଧୀକୁ ଦେଶଦ୍ରୋହୀ କହେ|

ଶନିବାର ବିଳମ୍ବିତ ରାତିରେ ଇସଲାମାବାଦ ପୋଲିସ କହିଛି ଯେ ଇମରାନଙ୍କ ପେଶୱାର ରୁ ଇସଲାମାବାଦ ଫେରୁଥିବା ଦେଖି ବାନି ଗାଲା ଆଖପାଖ ଅଞ୍ଚଳରେ ସୁରକ୍ଷା ବଢାଯାଇଛି|ଗୃହମନ୍ତ୍ରୀ କହିଛନ୍ତି ତାଙ୍କୁ ସ୍ୱାଗତ କରି ଆଇନ ଆଡକୁ ନିଆଯିବ|

ଇସଲାମାବାଦ ପୋଲିସ କହିଛି ଯେ ସୁରକ୍ଷା ବିଭାଗ ବାନିଗଲାରେ ନିୟୋଜିତ ରହିଛି|ଇସଲାମାବାଦରେ ୧୪୪ ଧାରା ଲାଗୁ ରହିଛି ଓ ସଭା ପାଇଁ ଅନୁମତି ନାହିଁ|

ଏହା ପୂର୍ବରୁ ପିଏମ୍ ଏଲ୍ ଏନ୍ ର ବରିଷ୍ଠ ନେତା ସାହିଦ ଖାକାନ ଓବେସିଙ୍କ ରାୟ ବିପରୀତ ଦେଶକୁ ମହଜୁଦ ଆର୍ଥୀକ ସଙ୍କଟରୁ ମୁକ୍ତି ଦେବା ପାଇଁ ରାଜନୈତିକ ସମ୍ବାଦ ସମ୍ପର୍କରେ ସନ୍ନାଉଲ୍ଲାହ ପିଟିଆଇ ଅଧ୍ୟକ୍ଷ ଇମରାନ ସହ କଥାବାର୍ତ୍ତା ମନା କରିଥିଲେ|

କହିରଖେ ପାକିସ୍ତାନରେ ଆର୍ଥିକ ସଙ୍କଟ ଓ ବିପର୍ଯ୍ୟୟ ରାଜନୈତିକ ମାହୋଲ ଦେଖି ଦିନକ ପୂର୍ବରୁ ସାହିଦ ଖାନ ଓବେସି ପ୍ରଧାନମନ୍ତ୍ରୀ ଶହବାଜ ସରିଫକୁ ଅର୍ଥବ୍ୟବସ୍ଥା ସଠିକ ମାର୍ଗ କୁ ଆଣିବାକୁ କଥାବାର୍ତ୍ତା ପାଇଁ ଉପଦେଶ ଦେଇଥିଲେ|ଏକ ଘରୋଇ ଟିଭି ଚ୍ୟାନେଲ ସାକ୍ଷାତକାରରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଶହବାଜକୁ ଶିଘ୍ର ରାଜନୈତିକ ସହମତି ବନାଇବାକୁ ସମସ୍ତ ରାଜନୈତିକ ଦଳ ଆମନ୍ତ୍ରିତ କରିବା ଆବଶ୍ୟକ|

Leave A Reply

Your email address will not be published.