ବର୍ତ୍ତମାନ ଆଉ ଧୋଇବାକୁ ପଡିବ ନାହିଁ କପଡା ଘଷିଘଷି ! ବାଲଟି ହୋଇଯିବ ୱାସିଂ ମେସିନ, ମୂଲ୍ୟ ମଧ୍ୟ ବହୁତ କମ

0

Get real time updates directly on you device, subscribe now.

ୱାସିଂ ମେସିନ:-

ପ୍ରତ୍ୟେକ ଘରେ କପଡା ଧୋଇବା ପାଇଁ ୱାସିଂ ମେସିନ ଥାଏ। କପଡ଼ାକୁ ଗୋଟିଏ ମିନିଟ ମଧ୍ୟରେ ଚାକଚକ କରିବା ପାଇଁ ୱାସିଂ ମେସିନ ସବୁଠାରୁ ଭଲ ଅଟେ। କିନ୍ତୁ ଯେଉଁ ଲୋକମାନେ ଏକା ରୁହନ୍ତି କିମ୍ବା ଅନ୍ୟ ସହରରେ କାମ କରନ୍ତି, ସେମାନେ ମେସିନ କିଣିବା ପରିବର୍ତ୍ତେ ହାତରେ କପଡା ଧୁଅନ୍ତି। ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ସାମିଲ ଅଟନ୍ତି, ତେବେ ଆମ ପାଖରେ ଆପଣଙ୍କ ପାଇଁ ଏକ ଶାନଦାର ପ୍ରଡକ୍ଟ ଅଛି। ଯାହା ଆପଣଙ୍କର କାମକୁ ସହଜ କରିଦେବ। ଆଜି ଆମେ ଆପଣଙ୍କୁ ପୋର୍ଟେବଲ ୱାସିଂ ମେସିନ ବିଷୟରେ କହିବା ପାଇଁ ଯାଉଛୁ। ଯାହାକି ବାଲଟି ସଦୃଶ ଅଟେ। ଏହି ୱାସିଂ ମେସିନ ଶସ୍ତା ହେବା ସହିତ ପୋର୍ଟେବଲ ଓ ବହୁତ ଛୋଟ ଅଟେ। ଏହାକୁ ବିନା କୌଣସି ଅସୁବିଧାରେ ବ୍ୟବହାର କରିପାରିବେ।

ବାଲଟି ସଦୃଶ ୱାସିଂ ମେସିନ:-

ହିଟନର ୩ କିଲୋ ସେମି-ଅଟୋମେଟିକ ଟପ ଲୋଡ଼ିଂ ୱାସିଂ ମେସିନ ଏକ ବାଲଟି ପରୁ ଛୋଟ ଅଟେ ଓ ଏହାକୁ ଆପଣ ଘରର କୌଣସି କୋଣରେ ରଖିପାରିବେ। ଏହି ସେମି ଅଟୋମେଟିକ ୱାସିଂ ମେସିନ ୩ କିଲୋ କେପାସିଟି ସହିତ ଆସେ ଓ ଏଥିରେ ଆପଣ ଥରକରେ ୫-୬ ଟି କପଡା ଧୋଇପାରିବେ।

ମୂଲ୍ୟ ମଧ୍ୟ ବହୁତ କମ:-

ଏଥିରେ ଆପଣଙ୍କୁ ଏକ ଖାସ ସ୍ପିନର ଆଟାଚମେଣ୍ଟ ମଧ୍ୟ ଦିଆଯାଏ। ଯେଉଁଥିରେ ଆପଣ କପଡା ଶିଖାଇବା ପାଇଁ ବ୍ୟବହାର କରିପାରିବେ। ଏହାକୁ ସହଜରେ ପ୍ଲଗ ଇନ କରି ଆପଣ ବ୍ୟବହାର କରିପାରିବେ। ଏହା ବହୁତ ହାଲୁକା ଅଟେ। ଏଥିରେ ଅଟୋମେଟିକ ପାୱାର ଅଫର ସୁବିଧା ଅଛି। ଏହିପରି ବିଜୁଳୀ ମଧ୍ୟ ବଞ୍ଚାଏ। ଡ୍ରାୟର ବାସ୍କେଟ ସହିତ ଆଗାମୀ ସମୟରେ ଏହି ୱାସିଂ ମେସିନର ମୂଲ୍ୟ ୫,୯୯୯ ଟଙ୍କା ଅଟେ କିନ୍ତୁ ରିହାତି ଓ ଏକ୍ସଚେଞ୍ଜ ଅଫରକୁ ମିଶାଇ ଆମାଜନରୁ ଆପଣ ୪,୫୯୦ ଟଙ୍କାରେ କିଣାଯାଇପାରିବ।

ଟିଫିନ ଯେତେ ଛୋଟ ହୋଇଥାଏ ଏହି ଫୋଲଡେବଲ ୱାସିଂ ମେସିନ:-

ଆମାଜନରେ ଆପଣଙ୍କୁ ଆଉ ଏକ ୱାସିଂ ମେସିନ ମିଳିଯିବ। ଯାହାକୁ ଆପଣ ବ୍ୟବହାର କରିବା ପରେ ଫୋଲ୍ଡ କରି ରଖିପାରିବେ। Openja Mini Foldable Portable ୱାସିଂ ମେସିନ ଏକ ଏମିତି ୱାସିଂ ମେସିନ ଅଟେ ଯାହାକୁ ବ୍ୟବହାର କରିବା ପରେ ଟିଫିନ ଯେତେ ଛୋଟ କରି ଆଲମୀରାରେ ରଖିପାରିବେ। ଏହା ୟୁଏସବି ପାୱାର, ଟପ ଲୋଡ ଥିବା ଅଟୋମେଟିକ ୱାସିଂ ମେସିନ ଅଟେ। ଯାହା ୧୦ ମିନିଟରେ କପଡାକୁ ଧୋଇଦିଏ। ଏହା ବିଜୁଳୀ ଓ ପାଣି ବଞ୍ଚାଇ ପାରିବ। ଏମିତି ଅନେକ ପ୍ରକାର ୱାସିଂ ମେସିନ ବିଷୟରେ ଆପଣଙ୍କୁ ଆମାଜନରେ ମିଳିଯିବ।

Leave A Reply

Your email address will not be published.