5T (ଫାଇଭ୍‌ ଟି) ସହ ଯୋଡି ହେଲା ଆଉ ଏକ T , ନୂଆ ମନ୍ତ୍ରୀଙ୍କୁ 6T ର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

Get real time updates directly on you device, subscribe now.

ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶା ରାଜ୍ୟ ର ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପରିସ୍ଥିତି ରେ ତାଙ୍କ ସହ ନିର୍ବାଚନ ରେ ଲଢ଼ିବାକୁ ପ୍ରତିଦ୍ବନ୍ଦୀ ମଧ୍ୟ ନାହାନ୍ତି । ସବୁ ଓଡ଼ିଆ ଙ୍କ ମନ ରେ ରାଜ କରୁ ଥିବା ଏକ ମାତ୍ର ନେତା ନବୀନ ପଟ୍ଟନାୟକ । ବର୍ତ୍ତମାନ ସେ ୧୪ ତମ ମୁଖ୍ୟମନ୍ତ୍ରୀ ହିସାବ ରେ କାର୍ଯ୍ୟରତ ଅଛନ୍ତି । ସେ ଦେଶବାସୀ ଙ୍କ ପାଇଁ ଅନେକ ଉନ୍ନତ ମୂଳକ କାର୍ଯ୍ୟ କରିଛନ୍ତି । ଗରିବ ଙ୍କ ଘରେ ଅନେକ ସୁବିଧା ଯୋଗାଇ ଦେଇଛନ୍ତି ।ଯେପରି ଘରର ସମସ୍ତ ଦାୟିତ୍ୱ ଜଣେ ପରିବାର ହାତରେ ନ୍ୟସ୍ତ ସେପରି ଦେଶର ଦାୟିତ୍ୱ ମଧ୍ୟ୍ୟ ଆମେ ଚୟନ କରୁଥିବା ସରକାର ହାତରେ ନିଜେ ଚୟନ କରି ଆମର ଭଲ ମନ୍ଦର ଦାୟିତ୍ୱ ଦେଇଥାଉ |

ସେଥିପାଇଁ ସେ ଆମ ପାଇଁ କୋଉଟା ଭଲ କୋଉଟା ଖରାପ କୁ ଆଖି ଆଗରେ ରଖି ସଠିକ ନିଷ୍ପତି ନେଇଥାନ୍ତି |ଆସନ୍ତୁ ଜାଣିବା କିଛି ମନ୍ତ୍ରୀ ସେ କିଛି ସଠିକ ଦାୟିତ୍ୱ ଦେଇଛନ୍ତି |ଏଥିପାଇଁ କିଛି ସରକାର ମଧ୍ୟ୍ୟ ପରିବର୍ତନ ହେଇଛନ୍ତି |ଯାହା ପାଇଁ ଦେଶର ପ୍ରଗ୍ରତି ହେବା ସହ ଦେଶର ଉନତି ହେବ |ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନୂଆ ମନ୍ତ୍ରୀ । ସେମାନଙ୍କୁ 6T ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ୍‌ ଟି ସହ ଆଉ ଗୋଟିଏ ଟି ଯୋଡ଼ିଛନ୍ତି ।

6T ଭାବରେ ଯୋଡ଼ି ହୋଇଛି ଟୁର୍‌ । ମନ୍ତ୍ରୀମାନଙ୍କୁ ଅଧିକରୁ ଅଧିକ ଟୁର୍‌ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବେ ମନ୍ତ୍ରୀ । ଜିଲ୍ଲା ଓ ବ୍ଳକ ସ୍ତରକୁ ଗସ୍ତ କରି ସମସ୍ୟା ବିଷୟରେ ଅବଗତ ହେବେ । ଏଥିସହ ସମାଧାନର ବାଟ ଖୋଜିବା ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗରେ ବାକିଥିବା ସମସ୍ତ କାର୍ଯ୍ୟ ପୂରଣ କରିବା ଉପରେ ଗୁରୁତ୍ୱ ଦେବେ । ସ୍ୱଚ୍ଛତାର ସହ କାମ କରିବା ପାଇଁ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.