ଦେଖନ୍ତୁ ଭିଡ଼ିଓ : ଗୋଟିଏ ବାଲଟି ପାଣି ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଶୁଖିଲା କୂଅ ଭିତରକୁ ପଶିଲେ ମହିଳା, ଆଉ କୂଅ ଭିତରୁ ଆଣିଲେ ମଇଳା ପାଣି

0

Get real time updates directly on you device, subscribe now.

ବହୁତ ଗରମ ପଡ଼ିବା ଆରମ୍ଭ ହୋଇଯାଇଥିବାରୁ ପାଣି ସମସ୍ୟା ମଧ୍ୟ ଦେଖାଦେଉଛି। ଖାଅସ କରି ଗ୍ରାମୀଣ ଅଞ୍ଚଳରେ ରହି ସମସ୍ୟା ବହୁଳ ମାତ୍ରାରେ ଆସୁଛି। ଲୋକମାନେ ଏଠାରେ ଟିକେ ପାଣି ପାଇଁ ନିଜ ଜୀବନ ବାଜିରେ ଲଗାଉଛନ୍ତି। ଏହାମଧ୍ୟରେ ଏକ ଭିଡ଼ିଓ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ କି, ଗାଁ ର କିଛି ମହିଳା କେମିତି ପାଣି ପାଇଁ ନିଜ ଜୀବନକୁ ବାଜିରେ ପକାଇ କୂଅ ଭିତରକୁ ପଶୁଛନ୍ତି ଓ ସେଠାରୁ ମଇଳା ପାଣି ମଧ୍ୟ ସଂଗ୍ରହ କରୁଛନ୍ତି।

ପାଣି ପାଇଁ ଜୀବନ ବାଜିରେ ଲଗାଉଛନ୍ତି ମହିଳା:-

ହଇରାଣ କରୁଥିବା ଏହି ଭିଡ଼ିଓ ମଧ୍ୟପ୍ରଦେଶର ଡିଣ୍ଡୋରି ଘୁସିୟା ଗ୍ରାମର ଅଟେ। ଏଠାରେ ତିନୋଟି କୂଅ ରହିଛି। ତିନୋଟି କୂଅ ପାଖାପାଖି ଶୁଖିଲା ପଡ଼ିଛି। ହ୍ୟାଣ୍ଡପମ୍ପ ମଧ୍ୟ କାମ କରୁନାହିଁ। କୂଅ ଭିତରେ ଏକ ଗାତ ରହିଛି ଯେଉଁଥିରେ ଅଳ୍ପ ପାଣି ରହିଛି। ସେହି ପାଣି ଗୁଡ଼ିକ ବହୁତ ମଇଳା ଅଟେ କିନ୍ତୁ ତାକୁ ମଧ୍ୟ ନେବାପାଇଁ ମହିଳା ମାନେ ନିଜର ଜୀବନ ବାଜିରେ ଲଗାଉଛନ୍ତି।

ପ୍ରଥମେ ପରିବାରର କୌଣସି ଏକ ସଦସ୍ୟ କୂଅ ଭିତରକୁ ଯାଉଛି ଓ ଏହାପରେ ବାଲଟି ଭିତରେ ପାଣି ଭର୍ତ୍ତି କରି ଦେବାପରେ ଜଣେ ବାଲଟି କୁ ରସି ସାହାର୍ଯ୍ୟ ଉପରକୁ ଭିଡ଼ି ଦେଉଛି। କାମ ହୋଇ ସାରିବାପରେ ମହିଳାମାନେ କୂଅ ଉପରକୁ ଆସୁଛନ୍ତି। ଏହି ସମୟରେ ସେମାନଙ୍କ ଜୀବନ ମଧ୍ୟ ବିପଦରେ ରହିଛି।

ଶୁଖିଲା କୂଅରୁ ମଇଳା ପାଣି ବାହାର କରିବାକୁ ସେମାନେ ବାଧ୍ୟ ଅଟନ୍ତି:-

ନ୍ୟୁଜ ଏଜେନ୍ସି ANI ନିଜର ଟ୍ୱିଟର ହ୍ୟାଣ୍ଡଲରେ ଏହି ଭିଡ଼ିଓକୁ ଶେୟର କରିଥିଲା। ପାଣି ପାଇଁ ମହିଳା ମାନେ ନିଜର ଜୀବନ ବାଜିରେ ପକାଉଥିବାରୁ ଲୋକେ ହଇରାଣ ହୋଇଯାଇଥିଲେ। ଏଠାରେ ଗୋଟିଏ ଭୁଲ ମହିଳାଙ୍କ ଜୀବନ ନେଇପାରେ। ଘୁସିଆ ଗ୍ରାମର ମହିଳା ମାନେ କହିଥିଲେ କି, ସରକାରୀ କର୍ମଚାରୀ ଓ ରାଜନୀତିକ ନେତା ପାନୀୟ ଜଳକୁ ନେଇ କୌଣସି ପଦକ୍ଷେପ ଉଠାଉନାହାଁନ୍ତି। ସମସ୍ତେ କେବଳ ନିର୍ବାଚନ ସମୟରେ ହାତଯୋଡ଼ି ଚାଲି ଆସୁଛନ୍ତି। ଏବେ ଆମେ ଭାବୁଛି ଯେପର୍ଯ୍ୟନ୍ତ ଆମ ସମସ୍ୟାର ସମାଧାନ ନହୁଏ ସେପର୍ଯ୍ୟନ୍ତ ଆମେ କାହାରିକୁ ଭୋଟ ଦେବୁନାହିଁ।

ଜଣାଇଦେଉଛୁ କି, କିଛିଦିନ ପୂର୍ବରୁ ଡ଼ିଣ୍ଡୋରୀ ର ଅଝାବର ଗ୍ରାମପଞ୍ଚାୟତ ପାଣିକୁ ନେଇ ଏକ ପତ୍ର ଜାରି କରିଥିଲେ। ଏଥିରେ କୁହାଯାଇଥିଲା ଜଣେ ବ୍ୟକ୍ତି କେବଳ ଦୁଇ ବାଲଟି ଭରି ପାରିବ। ଯଦି ଆପଣ ପାଣିର ଅପଚୟ କରୁଛନ୍ତି ତାହେଲେ ଥରେ ଏହି ଭିଡ଼ିଓଟିକୁ ଦେଖନ୍ତୁ କେମିତି ଏମାନେ ଗୋଟିଏ ବାଲଟି ପାଣି ପାଇଁ ସଙ୍ଘର୍ଷ କରୁଛନ୍ତି।

Leave A Reply

Your email address will not be published.