ସରକାର ଚାହୁଁଛନ୍ତି ଆପଣ ଆଧାରକାର୍ଡ ସେୟାର କିମ୍ବା ବ୍ୟବହାର କରିବା ସମୟରେ ଆପଣାନ୍ତୁ ଏହି 8ଟି ସିକ୍ୟୁରିଟି ଟିପ୍ସ,ଜାଣନ୍ତୁ କଣ କଣ ?

0

Get real time updates directly on you device, subscribe now.

ୟୁନିକ ଆଇଡେଣ୍ଟିଫିକେସନ ବୋର୍ଡ଼ ଅଫ ଇଣ୍ଡିଆ ତରଫରୁ ଆଧାରକାର୍ଡ ୟୁଜର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ଆପଣ ଯଦି ନିଜର ଆଧାର ନମ୍ବର କେଉଁଠାରେ ଶେୟର କିମ୍ବା ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ଏହି 8ଟି ଜିନିଷର ଧ୍ୟାନ ରଖିବା ଉଚିତ। UIDAI ଅନୁସାରେ ଆଧାର ସିଷ୍ଟମ ଏକ ଦୃଢ଼ ଷ୍ଟ୍ରାଟେଜି ଓ ଓ ମଜବୁତ ବ୍ୟାକବୋନ ସ୍ଥିତିରେ ବନାଯାଇଛି। ଏହା ଏକ ଡିଜିଟାଲ ଆଇଡେଣ୍ଟିଫିକେସନ ରୂପରେ ଡେଭେଲପ ହୋଇପାରିଛି। ଏଠାରେ କିଛି ସରଳ ଓ ଜରୁରୀ ସିକ୍ୟୁରିଟି ଟିପ୍ସ ଦିଆଯାଇଛି। UIDAI ଚାହୁଁଛି କି ଆଧାରକାର୍ଡ ଧାରକ ନିଜର ୟୁଆଇଡିଏଆଇ ଆଧାର ନମ୍ୱରର ଉପଯୋଗ କରୁଥିବା ସମୟରେ ଏହାକୁ ପାଳନ କରନ୍ତୁ।

ଆପଣ କେବଳ ଏହି କଥାର ଧ୍ୟାନ ରଖନ୍ତୁ ଯେ, କେବଳ https://eaadhaar.uidai.gov.in/genricDownloadAadhaar ଅଧିକାରୀ ୱେବସାଇଟରୁ ନିଜର କାର୍ଡ଼ ଡାଉନଲୋଡ଼ କରିବେ।

ଇ ଆଧାର ଡାଉନଲୋଡ଼ କରିବା ପାଇଁ, ଇଣ୍ଟରନେଟ କ୍ୟାଫେ/କିୟୋସ୍କରେ ପବ୍ଲିକ ପିସି/ ଲାପଟପ ୟୁଜ କରନ୍ତୁ ନାହିଁ। ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଇ ଆଧାରର ସମସ୍ତ ଡାଉନଲୋଡ଼ ହୋଇଥିବା ଡ଼ିଟେଲସ ଡିଲିଟ ମାରିଦିଅନ୍ତୁ।

UIDAI ଆଧାରକାର୍ଡ ଧାରକଙ୍କୁ ନିଜର ବାୟୋମେଟ୍ରିକ ଲକ କରିବାର ସୁବିଧା ଦେଇଥାଏ। ନିଜର ଅଧାରକୁ ଲକ ଓ ଅନଲକ କରିବାପାଇଁ ଏମଆଧାର ଆପ ବ୍ୟବହାର କରନ୍ତୁ। କିମ୍ବା ଏହି https://resident.uidai.gov.in/aadhaar-lockunlock ଜରିଆରେ କରିପାରିବେ। ଏଥିପାଇଁ ଆପଣଙ୍କ ଭରଚୁଆଲ ଆଇଡ଼ି ଅର୍ଥାତ VID ରହିବା ଆବଶ୍ୟକ। ଏହା ଏକ ଅସ୍ଥାୟୀ 16 ଡ଼ିଜିଟ ନମ୍ବର ଅଟେ ଯାହାକୁ ଆଧାରକାର୍ଡ ସହିତ ମ୍ୟାପ କରାଯାଇଛି।

ନିଜର ଆଧାର ଅଥେଣ୍ଟିକେସନକୁ ସମୟ ସମୟରେ ଚେକ କରୁଥାନ୍ତୁ। ଆପଣ ବିଗତ ଛଅ ମାସ ମଧ୍ୟରେ 50 ଆଧାର ଅଥେଣ୍ଟିକେସନ ହିଷ୍ଟ୍ରି ଚେକ କରିପାରିବେ। ଅଥେଣ୍ଟିକେସନର ସଠିକ ତାରିଖ ଓ ସମୟ ଉଲ୍ଲେଖ କରାଯାଇଛି। ଯାହାକି ଆପଣଙ୍କୁ ଏହା ନୋଟିସ କରିବାରେ ସାହାର୍ଯ୍ୟ କରିପାରିବ ଯେ, କଣ କେଉଁଠି ଭୁଲ ଅଥେଣ୍ଟିକେସନ ହୋଇଛି କି। ଏହା ଆପଣଙ୍କ ଦ୍ୱାରା ହୋଇନଥିବା କୌଣସି ବି ଅଥେଣ୍ଟିକେସନ ଉପରେ ଆପଣଙ୍କୁ ସାହାର୍ଯ୍ୟ କରିବ। ଯଦି ଆପଣଙ୍କୁ କିଛିବି ଭୁଲ ଲାଗୁଛି ତାହେଲେ ଏହାର ସୂଚନା 1947 କିମ୍ବା [email protected] ରେ ଦିଅନ୍ତୁ।

ପାସୱାର୍ଡ ଆପଣଙ୍କ ବ୍ୟକ୍ତିଗତ ସୂଚନା ବ୍ୟତୀତ କୌଣସିବି ଅନଅଥରାଇଜଡ଼ ରିଚ ବିପକ୍ଷରେ ସୁରକ୍ଷାର ପ୍ରଥମ ଲାଇନ ଦର୍ଶାଇଥାଏ। ଆପଣଙ୍କ ଏମଆଧାର ପାଇଁ ଆପଣ 4 ଡିଜିଟ୍ ର ପାସୱାର୍ଡ ସେଟ କରନ୍ତୁ।

ସିକ୍ୟୁରିଟି ପାଇଁ ସବୁବେଳେ ସଚେତନ ଥିବା ନାଗରିକଙ୍କୁ UIDAI ସୂଚନା ଦେଇଛି କି, ଯଦି ଆପଣ ନିଜର ଆଧାରକାର୍ଡ଼ ଦେଖାଇବାକୁ ଚାହୁଁ ନାହାଁନ୍ତି ତାହେଲେ VID କିମ୍ବା ମାସ୍କଡ଼ ଆଧାର ଉପଯୋଗ କରନ୍ତୁ। ରହ ମାନ୍ୟ ଅଟେ ଓ ସ୍ଵୀକାର କରାଯାଏ କି, ଯଦି VID ଆଧାର ପାଇବାକୁ ଚାହୁଁଛନ୍ତି ତାହେଲେ ଆଧାର ଏଠାରୁ ହିଁ ଡାଉନଲୋଡ଼ କରନ୍ତୁ https://myaadhaar.uidai.gov.in/genricDownloadAadhaar

ଇ ଆଧାର ଅନଲାଇନ/ଅଫଲାଇନ ଅଥେଣ୍ଟିକେସନ ଯୋଗ୍ୟ ଅଟେ। ଅଫଲାଇନ ଭେରିଫାଇ କରିବାପାଇଁ ଇ ଆଧାର କିମ୍ବା ଆଧାର ପିବିସି କାର୍ଡ଼ରେ କ୍ୟୁଆର କୋଡ଼ ସ୍କାନ କରନ୍ତୁ। ଅନଲାଇନ ଅଥେଣ୍ଟିକେସନ ପାଇଁ ଲିଙ୍କରେ 12 ନମ୍ବର ବିଶିଷ୍ଟ ଆଧାର ଦର୍ଜ କରନ୍ତୁ https://myaadhaar.uidai.gov.in/verifyAadhaar

ପ୍ରଥମେ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ଆଧାରକାର୍ଡ଼ରେ ମୋବାଇଲ ନମ୍ବର ଅପଡ଼େଟ ହେବା ଜରୁରୀ ଅଟେ। ଯଦି ଆପଣଙ୍କୁ ଏହି ବିଷୟରେ କୌଣସି ସନ୍ଦେହ ରହିଛି କି, ଆପଣଙ୍କ ଆଧାର କିମ୍ବା ମୋବାଇଲ ନମ୍ବର ଲିଙ୍କ ରହିଛି କି ନାହିଁ, ତାହେଲେ ଆପଣ ଏହାକୁ ୟୁଆଇଡ଼ିଏଆଇରେ ଭେରିଫାଇ କରିପାରିବେ।

ଆହୁରି ଏକ ଜରୁରୀ ସିକ୍ୟୁରିଟି ଟିପ୍ସ ଏହାକି ଯେ କେବେବି ନିଜର ଆଧାର ଓଟିପି ଓ ପର୍ସନାଲ ଡ଼ିଟେଲସ କାହାକୁ ଦିଅନ୍ତୁ ନାହିଁ। UIDAI ଲୋକଙ୍କୁ କହିଥାଏ କି, UIDAI ତରଫରୁ ଯଦି କେହି ଓଟିପି ମାଗୁଛି ତାହେଲେ ସେ କଲ, ଏସଏମଏସ ଓ ଇମେଲ କେବେ କରିବନାହିଁ।

Leave A Reply

Your email address will not be published.