ଏବେ ଟ୍ରେନ ମିସ୍ କରିବାର ଭୟ ଆଉ ନାହିଁ,ଏବେ ଟ୍ରେନରେ ଯେତେ ପାରୁଛନ୍ତି ସେତେ ଶୁଅନ୍ତୁ ! ଆସିଲା ଏହି ନୂଆ ସର୍ଭିସ୍ !

0

Get real time updates directly on you device, subscribe now.

ବୁଲିବାକୁ କାହାକୁ ବା ଭଲ ନ ଲାଗେ,ସାଧାରଣତଃ ଲୋକ ମାନେ ଅଧିକରୁ ଅଧିକ ଟ୍ରେନ ଯାତ୍ରାକୁ ଅଧିକ ପସନ୍ଦ କରିଥାନ୍ତି ଏବଂ ସେହି ଝରକା ପାଖରେ ବସିଥିବା ବେଳେ ବାହାରୁ ଯେଉଁ ଶୀତଳ ପବନ ଆସେ ତାହା ଦ୍ୱାରା ଆଖିକା ଧୀରେ ଧୀରେ ଲାଗିଯାଏ |ସେହି ନିଦରେ ସୁଇଥିବା ବେଳେ ମୁଣ୍ଡରେ ଗୋଟେ ଚିନ୍ତା ଲାଗିରହି ଥାଏ ,ମୋ ଷ୍ଟେସନ ଛାଡି ଦେବକି |କିନ୍ତୁ ଏଏହି କୁ ଦୂରୀଭୂତ କରିବା ପାଇଁ କେନ୍ଦ୍ର ସରକାର ଆଣୁଛନ୍ତି କିଛି ଜନ ହିତ କର ଯୋଜନା |ଭାରତୀୟ ରେଲେଓ୍ଵ ଲଗାତର ନିଜର ସେବା ଗୁଡିିକରେ ସୁଧାର ଆଣିବା ପାଇଁ ନୂଆ ନୂଆ ସର୍ଭିସ ଅପଡେଟ ଆଣୁଛି। ଏହାରି ଭିତରେ ରେଲେଓ୍ଵ ଯାତ୍ରୀଙ୍କ ପାଇଁ ଏକ ବହୁତ ଖାସ୍‌ ସେବା ଆରମ୍ଭ କରିଛି।

ଏବେ ଆଉ ଆପଣଙ୍କର ରହିବନି ଟ୍ରେନରେ ଷ୍ଟେସନ ଛାଡିଦେବାର ଚିନ୍ତା। ଆପଣ ଆରାମରେ ଟ୍ରେନରେ ଶୋଇ ପାରିବେ ଆଉ ନିଜ ଷ୍ଟେସନ ହେଲେ ଆରାମସସେ ଓହ୍ଲାଇ ବି ପାରିବେ। ଆପଣ ଭାବୁଛନ୍ତି କି କେମିତି, ତାହେଲେ ଆପଣଙ୍କୁ ଗଭୀର ନିଦରୁ ଉଠାଇବା କାମ କରିବ ରେଲେଓ୍ଵ। ଆପଣଙ୍କ ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ରେଲେଓ୍ଵ ଆପଣଙ୍କୁ ଉଠାଇଦେବ। ଏହାଦ୍ୱାରା ଆପଣଙ୍କର ଆଉ ଷ୍ଟେସନ ଛାଡିଦେବାର ଚିନ୍ତା ରହିବନି ଏବଂ ଆପଣ ଭଲଭାବେ ଆରାମ ବି କରିପାରିବେ। ତାହେଲେ ଆସନ୍ତୁ ରେଲେଓ୍ଵର ଏହି ଖାସ୍‌ ସୁବିଧା ବିଷୟରେ ଅଧିକ ଜାଣିବା।

ଏହି ଖାସ୍‌ ସର୍ଭିସର ନାମ ‘ଡେଷ୍ଟିନେସନ୍‌ ଆଲର୍ଟ ବ୍ୟାକଅପ୍‌ ଆଲାର୍ମ’। ଅନେକ ଥର ଟ୍ରେନରେ ଲୋକଙ୍କୁ ନିଦ ଆସିଯାଏ ଏବଂ ଶୋଇବା ସମୟରେ ଏତେ ଗଭୀର ନିଦ ହୋଇଯାଇଥାଏ ଯେ ଆପଣଙ୍କ ନିଦ ଭାଙ୍ଗିଲାବେଳକୁ ଆପଣ ଯାଇକି ଆଉ ଗୋଟେ ଷ୍ଟେସନରେ ପହଁଚିଥାନ୍ତି। ତେବେ ଯାତ୍ରୀମାନଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ରେଳବାଇ ଆରମ୍ଭ କରିଛି ଏହି ଖାସ୍‌ ସୁବିଧା। ସାଧାରଣତଃ ଏମିତି ରାତି ସମୟରେ ଅଧିକ ହୋଇଥାଏ। ରେଲେଓ୍ଵ ଏହି ସୁବିଧାକୁ ୧୩୯ ନମ୍ବର ପଚରାଉଚୁରା ସେବା ଉପରେ ଆରମ୍ଭ କରିଛି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ୧୩୯ ନମ୍ବର ଇନକ୍ୱାୟାରୀ ସିଷ୍ଟମ ଉପରେ ଆଲର୍ଟ ସୁବିଧା ମାଗିପାରିବେ।ଏହି ସୁବିଧାର ଫାଇଦା ଟ୍ରେନରେ କୌଣସି ବି ଯାତ୍ରୀ ଉଠାଇପାରିବେ।

ଏହି ସୁବିଧା ଯାତ୍ରୀଙ୍କୁ ରାତି ୧୧ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମିଳିବ। ରେଲେଓ୍ଵ ତରଫରୁ ଏହି ସେବା ପାଇଁ କେବଳ ୩ ଟଙ୍କା ଫିସ୍‌ କରାଯାଇଛି। ଯଦି ଆପଣ ଏହି ସର୍ଭିସକୁ ନେଉଛନ୍ତି ତାହେଲେ ଆପଣଙ୍କ ଷ୍ଟେସନ୍‌ ଆସିବାର ୨୦ ମିନିଟ ପୂର୍ବରୁ ଆପଣଙ୍କ ଫୋନକୁ ଆଲର୍ଟ ପଠାଯିବ। ଯାହାଦ୍ୱାରା ଆପଣ ନିଜ ଲଗେଜ ପତ୍ରକୁ ଠିକ ଭାବେ ରଖିନିଅନ୍ତୁ ଏବଂ ଷ୍ଟେସନ ଆସିବା ପରେ ଟ୍ରେନରୁ ଓହ୍ଲାଇଯିବେ।ଡେଷ୍ଟିନେସନ୍‌ ଆଲର୍ଟ ବ୍ୟାକଅପ୍‌ ଆଲାର୍ମ’ ସେବା ଆରମ୍ଭ କରିବା ପାଇଁ ଯାତ୍ରୀଙ୍କୁ ଆରସିଟିସି ହେଲ୍ପଲାଇନ୍‌ ୧୩୯ ନମ୍ବରରେ କଲ୍‌ କରନ୍ତୁ।

*କଲ୍‌ ରିସିଭ୍‌ କରିବା ପରେ ନିଜ ଭାଷାକୁ ଚୟନ କରନ୍ତୁ।

ଡେଷ୍ଟିନେସନ୍‌ ଆଲର୍ଟ ପାଇଁ ୭ ନମ୍ବର ଏବଂ ୨ ନମ୍ବର ଦବାଇବାକୁ ହେବ।

*ଏହାପରେ ଯାତ୍ରୀଙ୍କ ଠାରୁ ୧୦ ଅଙ୍କର ପିଏନଆର ନମ୍ବର ପଚରାଯିବ।

*ପିଏନଆର ଏଣ୍ଟର କରିବା ପରେ କନଫର୍ମ କରିବା ପାଇଁ ୧ ଡାଏଲ କରିବାକୁ ହେବ।

*ଏହି ପ୍ରୋସେସ୍‌ ପରେ ସିଷ୍ଟମ ପିଏନଆର ନମ୍ବର ଭେରିଫିକେସନ୍‌ କରି ବ୍ୟାକଅପ୍‌ ଆଲର୍ଟ ଫିଡ କରିଦେବ।

*ଏହାପରେ ଯାତ୍ରୀଙ୍କ ମୋବାଇଲକୁ କନଫର୍ମେସନର ଏସମେସ କରାଯିବ |

Leave A Reply

Your email address will not be published.