ମା ପାଲଟିଲା ରାକ୍ଷସୀ : କାନ୍ଦିବାରୁ ନିଜ ପୁଅଝିଅଙ୍କୁ ତଣ୍ଟି ଚିପି ମାରିଦେଲା, ଆଉ ଭାଇ ସହ ମିଶି ମୃତଦେହକୁ ଜାଳିଦେଲା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଆଜ୍ଞା ହଁ ଦର୍ଶକ ବନ୍ଧୁ ଶୀର୍ଷକ ପଢ଼ି କଥାଟି ବିଶ୍ୱସଯୋଗ୍ୟ ହୋଇ ନଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ ଭାବରେ ସତ । ସମୟ ବଦଳିବା ସହ ବଦଳୁଛି ସମାଜରେ ରହୁଥିବା ମଣିଷର ଚିନ୍ତାଧାରା । ଲୋକଙ୍କ ଭିତରେ ହଜି ଯାଉଛି ମଣିଷପଣିଆ । ନିଜ ସ୍ବାର୍ଥ ପାଇଁ କିଏ ପରିବାରର ପ୍ରିୟଜନଙ୍କୁ ମାରିଲାଣି ତ ଆଉ କିଏ ନିଜ ପିଲାଙ୍କୁ ବି ମାରିବାକୁ ପଛାଉନାହାନ୍ତି । ପୂର୍ବରୁ ପିଲାର କାନ୍ଦ ଶୁଣିଲେ ଜଣେ ମା’ ପିଲାଙ୍କୁ କୋଳେଇ ନେଇ ତାକୁ ଶାନ୍ତ କରୁଥିବା ବେଳେ ଏବେ ତା’ର ବିପରୀତ ଘଟୁଥିବା ଦେଖିବାକୁ ମିଳୁଛି ।

କଥାରେ ଅଛି ମା’ର କୋଳ ଓ ମା’ର ପଣତ ସବୁଠାରୁ ସୁରକ୍ଷିତ ସ୍ଥାନ । ସନ୍ତାନ ଓ ସନ୍ତତି ଯେତେବି ଅସୁବିଧାରେ ଥାଆନ୍ତୁ ନା କାହିଁକି ମା ସେମାନଙ୍କୁ ସବୁ ସମସ୍ୟାରୁ ଉଦ୍ଧାର କରିଥାଏ । ହେଲେ ସେହି ଜନ୍ମିତ ମା ଯେତେବେଳେ କୌଣସି କାରଣରୁ ରାକ୍ଷସୀ ପାଲଟେ ସେତେବେଳେ ଦୁନିଆରେ କେହି ତା କବଳରୁ ରକ୍ଷା କରିପାରିବେ ନାହିଁ। ଏକଥା ଆମେ କହୁନାହିଁ ଏହି ଏକ ଘଟଣାରୁ ହିଁ ଜଣା ପଡିଯାଉଛି । ତେବେ ନିକଟରେ ଏଭଳି ଏକ ଛତିଥରା ଘଟଣା ସାମ୍ନାକୁ ଆସିଛି ମାଆ ପାଲଟିଗଲା ରାକ୍ଷସୀ ଆଉ ମାରିଦେଲା ଦୁଇ ଶିଶୁଙ୍କୁ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାରେ ଜଣେ ମା’ ନିଜ ପିଲାଙ୍କ କାନ୍ଦ ଶୁଣି ବିରକ୍ତ ହେବା ସହ ସେମାନଙ୍କୁ ହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତ ମହିଳାଙ୍କ ନାଁ ଧ୍ରୁପଦବାଇ ଗଣପତ ନିମଲୱାଡ ବୋଲି ଜଣାପଡ଼ିଛି । ତେବେ ପୁଲିସର ସୂଚନା ଅନୁସାରେ, ମଙ୍ଗଳବାର ଅହରହ କାନ୍ଦୁ ଥିବାରୁ ଧ୍ରୁପଦବାଇ ନିଜ ୪ମାସର ଶିଶୁକନ୍ୟାକୁ ହତ୍ୟା କରି ଦେଇଥିଲା । ଆଉ ତା ପରଦିନ ଅର୍ଥାତ ବୁଧବାର ଦିନ ୨ବର୍ଷର ପୁଅ ଖାଇବା ପାଇଁ କାନ୍ଦିବାରୁ ବିରକ୍ତ ହୋଇ ମା ଜଣକ ତାକୁ ମଧ୍ୟ ହତ୍ୟା କରିଥିଲେ ବେକ ଚିପି ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଥିଲେ ।

ଏହା ପରେ ଗୁରୁବାର ଧରାପଡ଼ିଯିବା ଡରରେ ବିଲ ନିଜର ଦୁଇ ପିଲାଙ୍କ ମୃତ ଦେହକୁ ନେଇ ଦୁହିଁଙ୍କ ମୃତଦେହକୁ ପୋଡ଼ି ଦେଇଥିଲେ । ଆଉ ଏହି କାମ ପାଇଁ ଧ୍ରୁପଦବାଇଙ୍କ ଭାଇ ଓ ମା’ ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ । କୌଣସି ବିଶେଷ ସୂତ୍ରରୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରିବା ପରେ ଏବେ ଧ୍ରୁପଦବାଇଙ୍କ ସହ ତାଙ୍କ ମା’ ଓ ଭାଇଙ୍କୁ ଗିରଫ କରିଛନ୍ତି । ଏହା ସହ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.