ପ୍ରଥମେ UPSC ପରୀକ୍ଷାରେ ପାସ ହୋଇଗଲେ ଯୁବକ,ଆଉ ତା ପରେ ମିଠାଇ ବାଣ୍ଟିଲେ,କିନ୍ତୁ ସତ କଥା ଜାଣିବାପରେ ଯୁବକଙ୍କୁ ଆସିଲା ହାର୍ଟଆଟାକ୍,ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

ନିକଟରେ ୟୁପିଏସି ପରୀକ୍ଷା ଫଳ ଘୋଷଣା କରିଛି|ଏଥିରେ ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କ ଖୁସିର ଠିକଣା ନାହିଁ|ବହୁ ପରୀକ୍ଷାର୍ଥୀଙ୍କୁ ମଧ୍ୟ ନିରାଶା ଲାଗିଛି|ନିକଟରେ ପ୍ରକାଶିତ ୟୁପିଏସି ୨୦୨୧ର ଫଳାଫଳ ଘୋଷଣା ପରେ ଜଣେ ପରିକ୍ଷାର୍ଥୀ ଖୁସିରେ ମିଠେଇ ବାଣ୍ଟିଲେ|ଯେତେବେଳେ ୨୪ ଘଣ୍ଟା ପରେ ସତ୍ୟ ଜଣାପଡିବାରୁ ପାଦ ତଳୁ ମାଟି ଖସିଗଲା ଓ ସିଧା ହସ୍ପିଟାଲ ପହଞ୍ଚିଗଲା|ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ମାମଲା:

ୟୁପିଏସି ପରୀକ୍ଷା ଫଳ ୩୦ ମଇ ଦିନ ଘୋଷଣା କରାଯାଇଥିଲା|ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ବୁଲନ୍ଦଶହରରେ ରହୁଥିବା ଉତ୍ତମ ଭରଦ୍ୱାଜକୁ ଏକ ବଡ ଭୁଲ ଧାରଣା ହେଲା|ଯଦିଓ ଏହା ୨୪ ଘଣ୍ଟା ପରେ ଜଣା ପଡିଲା|ଘଟଣା ଏହା ଯେ ଉତ୍ତମ ଭରଦ୍ୱାଜ ନିଜ ରୋଲ ନମ୍ବର ଓ ବାପାଙ୍କ ନାଁ ନ ଦେଖି ଫଳାଫଳ ଦେଖିଲା ଓ ନିଜକୁ ସଫଳ ଭାବିଲା|

ଉତ୍ତମ ଭରଦ୍ୱାଜ ନିଜ ରୋଲ ନମ୍ଵର ଓ ପିତାଙ୍କ ନାମ ଦେଖି ନଥିଲା ଓ ଫଳରେ ମିଳିଲା ଯେ ତାକୁ ୧୨୧ ନମ୍ବର ରେଙ୍କ ମିଳିଛି|ଏହା ଦେଖି ସେ ଖୁସିରେ ନାଚିଲା|ପରିବାରରେ ଖୁସିର ମାହୋଲ ବନିଲା|ତାଙ୍କ ପରିବାର ଖୁସିରେ ଅଞ୍ଚଳରେ ମିଠା ବାଣ୍ଟିଲେ ଓ କହିଲେ ଯେ ତାଙ୍କ ପୁଅ ଆଇଏଏସ୍ ବନିଗଲା|ପରିବାର ଲୋକେ ମଧ୍ୟ ମିଡିଆକୁ ସୂଚନା ଦେଲେ|

ଘର ପରିବାରରେ ଖୁସିର ମାହୋଲ ଥିଲା ଯଦିଓ ୨୪ ଘଣ୍ଟା ପରେ ଉତ୍ତମ ଓ ତାଙ୍କ ପରିବାରକୁ ଜଣା ପଡିବାରୁ ପାଦ ତଳୁ ମାଟି ଖସିଗଲା|ଉତ୍ତମ ସ୍ୱପ୍ନ ଘଣ୍ଟାରେ ଭାଙ୍ଗିଗଲା|ଉତ୍ତମ ସ୍ୱାସ୍ଥ୍ୟ ଖରାପ ହେଲା ଓ ହୃଦରୋଗ ହେତୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା|ଏଵେ ସ୍ୱାସ୍ଥ୍ୟ ଠିକ ରହିଛି|

ବୁଲନ୍ଦ ସହରର ଉତ୍ତମ ଭରଦ୍ୱାଜକୁ ଲାଗିଲା ଯେ ତାଙ୍କର ୧୨୧ରେଙ୍କ ଆସିଛି ଯଦିଓ ସତ୍ୟତା ଜଣା ପଡିଲା ଏହା ଯେ ହରିୟାଣାରେ ରହୁଥିବା ଉତ୍ତମ ଭରଦ୍ୱାଜ ପରୀକ୍ଷାରେ ଏହି ସ୍ଥାନ ହାସଲ କରିଥିଲେ| ନାମ ସମାନ ହେଵା ଓ ଠିକ ରୋଲ ନମ୍ବର ଦେଖିବା ଯୋଗୁଁ ଏହି ଭୁଲ ଧାରଣା ହେଲା|ଛାତ୍ର ଉତ୍ତମର ରୋଲ ନମ୍ବର 3516894 ଅଟେ ଓ ଛାତ୍ରୀର ରୋଲ ନମ୍ବର 3516891 ଅଟେ|

ଉତ୍ତମକୁ ଏହି ଭୁଲ ଜଣା ପଡିବା ପରେ ସେ ସମସ୍ତଙ୍କୁ ଚିଠି‌ ଲେଖି ଭୁଲ ମାଗିଲା|ସେ ଚିଠିରେ ଭୁଲ ମାଗି କହିଲା ଯେ ,”ମୁ ଉତ୍ତମ ଦୁଃଖ ସହକାରେ ଜଣାଉଛି ଯେ ମୁ ଜାରି ହୋଇଥିବା ରେଜଲ୍ଟ ଦେଖିବା ବେଳେ ମୋ ଭୁଲ ପାଇଁ ୟୁପିଏସି ୨୦୨୧ରେ ମୋର ଚୟନ ହୋଇଥିବା ଭୁଲ ସୂଚନା ବ୍ୟାପି ଯାଇଥିଲା|ଦୟାକରି ଏହି ଭୁଲ ପାଇଁ ମୋତେ କ୍ଷମା କରନ୍ତୁ”

Leave A Reply

Your email address will not be published.