ପୁଅ ନହେବାରୁ ଦାନବ ସାଜିଲା ସ୍ବାମୀ, ନିର୍ଦ୍ଧୟ ଭାବରେ ପିଟି ସ୍ତ୍ରୀଙ୍କୁ ଘରୁ ବାହାରକୁ ଫିଙ୍ଗିଦେଲା

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର ମହୋବା ଜିଲ୍ଲାରେ ପୁଅ ନହେବାରୁ ସ୍ବାମୀ ନିଜ ସ୍ତ୍ରୀକୁ ନିର୍ଦ୍ଦୟ ଭାବରେ ପିଟିଲା। ଏତିକି ନୁହଁ ସ୍ତ୍ରୀର ସ୍ବାମୀ, ଶାଶୁ, ଶ୍ବଶୁର, ଦେଢସୁର ଓ ବଡ଼ ଜାଙ୍କୁ ମାରି ମରଣାଧିନ ଅବସ୍ଥାରେ ବାହାରେ ଫୋପାଡି ଦେଲେ। ଖବର ଜାଣିବା ମାତ୍ରେ ପୋଲିସ ଆସି ମହିଳାଙ୍କୁ ଲହୁ ଲୁହାଣ ଅଚେତ ଅବସ୍ଥାରେ ମହୋବା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି। ଡାକ୍ତରଖାନାରେ ମହିଳା ଜଣକ ନିଜ ସ୍ବାମୀର ଅମାନବିକତା ପୂର୍ଣ୍ଣ ବ୍ୟବହାର ବିଷୟରେ ଜଣେଇଲେ। ଏହି ଘଟଣାରେ ପୋଲିସ ଉପରେ ମଧ୍ୟ ଅବହେଳାର ଦୋଷ ଦିଆଯାଇଛି।

ହମିରପୁରର ଭାରୁଆ ସୁମେର ପୁରର ବାସିନ୍ଦା ଦେବିଦୀନ ୧୦ ବର୍ଷ ପୂର୍ବେ ନିଜ ପୁତ୍ରୀ କୁସମାର ବିବାହ ମହୋବାର ରାମନଗର ଜୁଖା ବାସିନ୍ଦା ନିରଜ ପ୍ରଜାପତିଙ୍କ ସହିତ କରାଇଥିଲେ। କୁସୂମାର ପ୍ରଥମ କନ୍ୟା ସନ୍ତାନ ହେଲା, ସେଥିପାଇଁ ଶାଶୁଘର ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଗଲା। ନୀରଜ ନିଜ ସ୍ତ୍ରୀକୁ ଅସମ୍ମାନ କରିବାକୁ ଲାଗିଲା। ଅଭିଯୋଗ ଏହାକି ଦ୍ଵିତୀୟ ସନ୍ତାନ ମଧ୍ୟ ଝିଅ ହବାରୁ ନିରଜ ନିଜ ସ୍ତ୍ରୀ ସହ ଅମାନବିକତା ପୂର୍ଣ୍ଣ ବ୍ୟବହାର କରିବାକୁ ଲାଗିଲା।ଶାଶୁଘର ଲୋକ ମଧ୍ୟ ପୁଅ ନ ହେବାରୁ ତାକୁ ଗାଳି କରିବାକୁ ଲାଗିଲେ। କୁସମାର ପ୍ରଥମ ଝିଅ ୭ ବର୍ଷ ଓ ଦ୍ଵିତୀୟ ଝିଅ ୨ ବର୍ଷର ଅଟନ୍ତି। ସ୍ବାମୀର ବ୍ୟବହାରରେ ପରିବର୍ତ୍ତନ ପାଇଁ କୁସମା ନିଜେ କାମ କରି ପିଲାମାନଙ୍କ ପାଳନ ପୋଷଣ କରିବାକୁ ଲାଗିଲା, କିନ୍ତୁ ସ୍ବାମୀ ପୁଅ ନ ହେବା କାରଣରୁ ସବୁବେଳେ ତାକୁ ଯନ୍ତ୍ରଣା ଦେଇ ଚାଲିଲା।

ନୀରଜ ପ୍ରତିଦିନ ସ୍ତ୍ରୀକୁ ଘର ଭିତରେ ବନ୍ଦ କରି ବାଡ଼ି ଓ ପଥରରେ ମାରି ବେଦମ କରିଦିଏ। ତାପରେ ସ୍ତ୍ରୀ କୁ ଅଚେତ ଅବସ୍ଥାରେ ଘର ବାହାରେ ଫିଙ୍ଗିଦେଲା। ଘଟଣା କ୍ରମରେ ପୋଲିସ ପହଞ୍ଚି ମହିଳା ଜଣକୁ ଅଚେତ ଅବସ୍ଥାରେ ମହୋବା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଲା। ଚେତା ଫେରିବା ପରେ କୁସୁମା ନିଜ ସ୍ବାମୀର ରାକ୍ଷସ ତୁଲ୍ୟ ବ୍ୟବହାର ବିଷୟରେ କହିଲା। ଏହି ମାମଲାର ଅଭିଯୋଗ ସହରର ସଦର ପୋଲିସ ଫାଣ୍ଡିରେ କରାଯାଇଛି।

ପୀଡ଼ିତାଙ୍କ ବାପା କହିଲେକି ପୋଲିସ ଏହି ମାମଲାରେ ଅପରାଧୀଙ୍କ ଉପରେ କିଛି ବି ନିଷ୍ପତି ନେଉନାହିଁ। କୁସୁମାର ଦେହରେ ଥିବା ଚିହ୍ନ ତା ଉପରେ ହେଇଥିବା ଅତ୍ୟାଚାରର ପ୍ରମାଣ ପାଇଁ ଯଥେଷ୍ଟ ଅଟେ। ଏହି ଘଟଣାକୁ ନେଇ ମହୋବ ପୋଲିସ ଅଧିକ୍ଷକ ସୁଧା ସିଂ କହିଲେକି ପୀଡ଼ିତାଙ୍କ ସହ ଘଟିଥିବା ଘଟଣାକୁ ଲିଖିତ ରୂପରେ ରଖାଯାଇଛି।ସମସ୍ତଙ୍କ ବିରୁଦ୍ଧରେ ମୁକଦ୍ଦମା ଜାରି କରାଯାଇଛି। ଘଟଣାର ଯାଞ୍ଚ କରି ବାକି କାମ ମଧ୍ୟ କରାଯିବ।

Leave A Reply

Your email address will not be published.