Inverter AC vs Non Inverter AC ଭିତରେ କଣ ଫରକ ? କେଉଁଟା କିଣିଲେ ଭଲ ହେବ ? ଜାଣନ୍ତୁ ଏହି ତିନୋଟି ପଏଣ୍ଟରୁ !

0

Get real time updates directly on you device, subscribe now.

ମାର୍କେଟରେ ବହୁତ ପ୍ରକାରର ଏସି ରହିଛି କିନ୍ତୁ ଆଜି ଆମେ ଆପଣଙ୍କୁ Windows Ac କିମ୍ବା Split Ac ବିଷୟରେ କହିବାକୁ ଆସିନାହୁଁ। ଏଠାରେ ଆମେ ଆପଣଙ୍କୁ ଇନ୍ଭର୍ଟର ଏସି ଓ ନନ ଇନ୍ଭର୍ଟର ଏସି ମଧ୍ୟରେ ଥିବା ଅନ୍ତର ବିଷୟରେ କହିବାକୁ ଆସିଛୁ। ଯଦି ଆପଣ ଏହି ଏସି ଉପରେ କିଛି ପ୍ଲାନ ବନାଉଛନ୍ତି ତାହେଲେ ଆପଣଙ୍କୁ ଏହି ତିନୋଟି ଅନ୍ତର ବିଷୟରେ ଜାଣିବା ଉଚିତ।

ବିଜୁଳି ବିଲରେ ଫରକ ଦେଖାଯିବ:-

ବିଜୁଳି ବିଲ କଥା କହିବାକୁ ଗଲେ ନନ ଇନ୍ଭର୍ଟର ଏସି ତୁଳନାରେ ଯେଉଁ ଇନ୍ଭର୍ଟର ଏସି ମଡେଲ ରହିଥାଏ ତାହା ବିଜୁଳି କମ ଖର୍ଚ୍ଚ କରାଇଥାଏ ଓ ଆପଣଙ୍କ ଟଙ୍କା ଏଥିରେ ବଞ୍ଚିଥାଏ। ଏହି କାରଣରୁ ଆପଣଙ୍କର ଅଧିକ ବିଲ ଉଠିନଥାଏ ଓ ଟଙ୍କା ମଧ୍ୟ ବଞ୍ଚିଥାଏ।

କୁଲିଂ:-

ନନ ଇନ୍ଭର୍ଟର ଏସି ତୁଳନାରେ ଇନ୍ଭର୍ଟର ଏସି ଘରକୁ ବହୁତ ଥଣ୍ଡା କରି ଦେଇଥାଏ। ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ କି, ଇନ୍ଭର୍ଟର ଏସି କମ୍ପ୍ରେସରର ମୋଟର ସ୍ପିଡ଼କୁ ରେଗୁଲେଟ କରିବାର କାମ କରିଥାଏ। ଏହି କାରଣ କି, ଯେତେବେଳେ ଘର ଥଣ୍ଡା ହୋଇଯାଏ ସେତେବେଳେ ଇନ୍ଭର୍ଟର ଏସି କମ୍ପ୍ରେସରକୁ ବନ୍ଦ ହେବାକୁ ଦେଇନଥାଏ ଓ କମ ସ୍ପିଡ଼ରେ ମଧ୍ୟ କାମ କରୁଥାଏ। ସେହିପରି ନନ ଇନ୍ଭର୍ଟର ଏସିରେ ଏହାର ବିଲକୁଲ ଓଲଟା ହୋଇଥାଏ।

ଦର:-

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ କି, ମାର୍କେଟରେ ଆପଣଙ୍କୁ ନନ ଇନ୍ଭର୍ଟର ଏସି ବହୁତ ଶସ୍ତାରେ ମିଳିଯିବ କିନ୍ତୁ ଏହି ମଡେଲ ବିଜୁଳି ଖର୍ଚ୍ଚ ବହୁତ ଅଧିକ କରିଥାଆନ୍ତି। ସେହିପରି ଅନ୍ୟ ପଟରେ ଇନ୍ଭର୍ଟର ଏସି ମଡେଲ ନନ ଇନ୍ଭର୍ଟର ମଡେଲ ତୁଳନାରେ ମହଙ୍ଗା ହୋଇଥାଏ ତ ସତ କିନ୍ତୁ ବିଜୁଳି ବଞ୍ଚାଇ ଆପଣଙ୍କ ଟଙ୍କାକୁ ମଧ୍ୟ ବଞ୍ଚାଇଥାଏ।

Leave A Reply

Your email address will not be published.