ପୁଅ ପାଇଁ ଜଣେ ମାଆ ହିଁ କେବଳ ଏମିତି କରିପାରିବ,ନିଜ ଲିଭର ଦେଇ ବଞ୍ଚାଇଲେ ପୁଅର ଜୀବନ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମାଆ ଏକ ଏମିତି ଶବ୍ଦ ଅଟେ, ଯାହାର ମହତ୍ତ୍ଵ ବିଷୟରେ ଯେତେବି କହିଲେ ତାହା କମ ଅଟେ। ଆମେ ମାଆଙ୍କ ବିନା ଜୀବନର କଳ୍ପନା ମଧ୍ୟ କରିପାରୁ ନାହିଁ। ମାଆଙ୍କର ମହାନତାର ଅନ୍ଦାଜା ଏହି କଥାରୁ ଜଣାପଡି ପାରୁଛିକି ମଣିଷ ଭଗବାନଙ୍କ ନାମ ନେବା ବରଂ ଭୁଲିଯାଉ କିନ୍ତୁ ମାଆଙ୍କ ନାମ ନେବା ଭୁଲିପାରିବି ନାହିଁ। ମାଆଙ୍କୁ ପ୍ରେମ ଓ କରୁଣାର ପ୍ରତୀକ ମନାଯାଏ। ମାଆ ସାରା ଦୁନିଆର କଷ୍ଟ ସହି ନିଜର ସନ୍ତାନଙ୍କୁ ଭଲ ଭଲ ସୁଖ ସୁବିଧା ଦେଇଥାନ୍ତି। ପ୍ରତ୍ୟେକ ମାଆ ନିଜର ପିଲାଙ୍କୁ ବହୁତ ଅଧିକ ପ୍ରେମ କରନ୍ତି। ମାଆ ବରଂ ଭୋକିଲା ଶୋଇଯିବ କିନ୍ତୁ ନିଜର ପିଲାଙ୍କୁ ଖାଇବା ଖୁଆଇବାକୁ ଭୁଲିବ ନାହିଁ।

ମାଆ ନିଜର ପିଲାର ଖୁସି ପାଇଁ କିଛିବି କରିବା ପାଇଁ ପ୍ରସ୍ତୁତ ହୋଇଯାନ୍ତି। ଯେତେବେଳେ ପିଲାଙ୍କର ଖୁସି କଥା ଆସେ, ସେତେବେଳେ ମାଆ ନିଜର ଖୁସିକୁ ମଧ୍ୟ ତ୍ୟାଗ କରିଦିଏ। ଯେତେବେଳେ ପିଲାଙ୍କ ଉପରେ କୌଣସି ପ୍ରକାର ଅସୁବିଧା ଆସେ ସେତେବେଳେ ମାଆ ବହୁତ ଚେଷ୍ଟା କରେକି ନିଜର ପିଲାଙ୍କୁ ବିପଦରୁ ବାହାର କରିନିଏ କିନ୍ତୁ ନିଜର ପିଲାଙ୍କୁ କିଛି ମଧ୍ୟ ହେବାକୁ ଦିଏ ନାହିଁ। ଇତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୈନର ଏକ ମମତାପୂର୍ଣ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜର ୬ ବର୍ଷୀୟ ପିଲାଙ୍କୁ ବଞ୍ଚାଇବା ପାଇଁ ନିଜର ଲିଭରକୁ ଦାନ କରିଦେଲେ।

ଆପଣଙ୍କୁ ଜଣାଇଦେଉଛୁକି ଏହି ମହିଳା ଶାଜାପୁର ଜିଲ୍ଲାର ଢାବଲାଧୀରରେ ରୁହନ୍ତି। ଏହି ମହିଳା ନିଜର ଜୀବନର ଅଂଶକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଲେ। ଆର୍ଥିକ ସ୍ଥିତି ଠିକ ନ ହେବାରୁ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଗୁହାରି କରିଲେ। ପୁଅର ଲିଭର ପ୍ରତ୍ୟାରୋପଣ ପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚର ବ୍ୟବସ୍ଥା ସରକାର କରିଲେ। ଗୋଟିଏ ମାସ ପୂର୍ବରୁ ୬ ବର୍ଷର ପୁଅକୁ ନିଜର ଲିଭର ଦେଇ ପୁଅକୁ ନୂଆ ଜୀବନ ଦେଲେ। ଆଜି ମାଆ ଓ ପୁଅ ଦୁଇଜଣ ସ୍ଵସ୍ଥ ଅଛନ୍ତି।

ପ୍ରଥମେ ହରାଇସାରିଛନ୍ତି ଝିଅ ଓ ପୁଅ:-

ଆପଣଙ୍କୁ ଜଣାଇଦେଉଛୁକି ଶାଜାପୁର ଜିଲ୍ଲାର ଗ୍ରାମ ଢାବଲା ଧୀର ନିବାସୀ ସୁନୀତା ବାଇ ମେୱାଡଙ୍କର ଏକ ଝିଅ ଓ ପୁଅ ପୂର୍ବରୁ ଲିଭରଜନିତ ସଂକ୍ରମଣରେ ନିଜର ଜୀବନ ହାରି ସାରିଛନ୍ତି। ତନକ୍ର ତୃତୀୟ ପୁଅ ଦେବରାଜର ବୟସ ମାତ୍ର ୬ ବର୍ଷ। ତାର ଲିଭର ସଂକ୍ରମିତ ହୋଇଥିଲା। ଏହା ପରେ ଡାକ୍ତର ଏହା ପରାମର୍ଶ ଦେଲେକି ଲିଭର ପ୍ରତ୍ୟାରୋପଣ କରି ତାଙ୍କର ଜୀବନ ରକ୍ଷା କରାଯାଇ ପାରିବ।

ମାଆ ସୁନୀତା ବର୍ତ୍ତମାନ ନିଜର ତୃତୀୟ ପୁଅକୁ ହରାଇବାକୁ ଚାହାନ୍ତି ନାହିଁ। ଏହି କାରଣରୁ ସେ ନିଜର ପୁଅକୁ ଲିଭର ଦେବାର ନିଷ୍ପତ୍ତି କରିଲେ। କିନ୍ତୁ ପୁଣିଥରେ ମାଆର ମମତାର ପରୀକ୍ଷାର ସମୟ ଆସିଲା। ସୁନୀତା ନିଜର ପୁଅକୁ ଲିଭର ଦେବାର ନିଷ୍ପତ୍ତି କରିଲେ କିନ୍ତୁ ସେଥିପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସୁନୀତାଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା ଯେଉଁଥିପାଇଁ ଏତେ ମାତ୍ରାରେ ପଇସା ଯୋଗାଡ କରିବା ତାଙ୍କ ପାଇଁ ସମ୍ଭବ ନଥିଲା।

ମୂଖ୍ୟମନ୍ତ୍ରୀ କରିଲେ ସାହାଯ୍ୟ:-

ସୁନୀତା ବାଇ ସ୍ବାମୀ ଚୁନିଲାଲଙ୍କ ସହିତ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ସାକ୍ଷାତ କରିଲେ। ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟି ଦେବରାଜର ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରିଲେ। ମୁଖ୍ୟମନ୍ତ୍ରୀ ଶିବରାଜ ତତ୍କାଳ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଦେଇ ଭୋପାଳର ଏକ ପ୍ରାଇଭେଟ ହସ୍ପିଟାଲରେ ଲିଭର ପ୍ରତ୍ୟାରୋପଣ କରିଲେ। ମାଆ ସୁନୀତା ନିଜର ଲିଭର ଦେଇ ପୁଅ ଦେବରାଜକୁ ଦ୍ୱିତୀୟ ଜୀବନ ଦାନ କରିଲେ। ଦେବରାଜ ବର୍ତ୍ତମାନ ସ୍ୱସ୍ଥ ଅଛି।

Leave A Reply

Your email address will not be published.