ସ୍ତ୍ରୀ ସାବିତ୍ରୀଙ୍କ ପରି ଯମରାଜଙ୍କ ନିକଟରୁ ନିଜର ସ୍ୱାମୀଙ୍କର ପ୍ରାଣ ଛଡାଇ ଆଣିଲେ, ୬୦ ପ୍ରତିଶତ ଲିଭର ଡନେଟ କରି ବଞ୍ଚାଇଲେ ଜୀବନ

0

Get real time updates directly on you device, subscribe now.

ଆପଣମାନେ ସାବିତ୍ରୀଙ୍କର କାହାଣୀ ନିଶ୍ଚିତ ଶୁଣିଥିବେ। ଧର୍ମ ଗ୍ରନ୍ଥ ଅନୁସାରେ, ସାବିତ୍ରୀ ଯମରାଜଙ୍କ ନିକଟରୁ ନିଜର ସ୍ୱାମୀଙ୍କର ପ୍ରାଣ ଫେରାଇ ଆଣିଥିଲେ। ଉତ୍ତରପ୍ରଦେଶର ମୈନପୁରୀରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଏକ ମହିଳା ନିଜର ସ୍ୱାମୀଙ୍କର ପ୍ରାଣକୁ ଯମରାଜଙ୍କ ନିକଟରୁ ଫେରାଇ ଆଣିଥିବା ସାବିତ୍ରୀଙ୍କର କାହାଣୀକୁ ସତ କରି ଦେଖାଇଛନ୍ତି। ଏକ ସ୍ତ୍ରୀ ନିଜର ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ୬୦ ପ୍ରତିଶତ ଲିଭର ଡନେଟ କରିଦେଲେ ଓ ନିଜର ସ୍ୱାମୀଙ୍କୁ ବଞ୍ଚାଇଦେଲେ। ବର୍ତ୍ତମାନ ସ୍ତ୍ରୀଙ୍କ ବିଷୟରେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଯିଏବି ଏହି ଖବର ଶୁଣୁଛି ସେ ସ୍ତ୍ରୀଙ୍କର ପ୍ରଶଂସା ନକରି ରହିପାରୁ ନାହିଁ।

ଆଜି ଆମେ ଆପଣଙ୍କୁ ଯେଉଁ ମାମଲା ବିଷୟରେ କହିବା ପାଇଁ ଯାଉଛୁ ଏହା ମୈନପୁରୀର ବେବର ଥାନା ଅଞ୍ଚଳର ଅଟେ। ଏଠାକାର ନିବାସୀ ପୁଷ୍ପେନ୍ଦୁ ସିଂ ସେଙ୍ଗର ଫରୁର୍ଖାବାଦର ମଡାର ଗ୍ରାମର ନିବାସୀ ପ୍ରଜ୍ଞା ୨୦୦୦ ମସିହାରେ ପ୍ରେମ ବିବାହ କରିଥିଲେ। ପୁଷ୍ପେନ୍ଦୁ ସିଂ ସେଙ୍ଗର ରୋଡୱେଜରେ ପରିଚାଳକ ଥିଲେ। ତାଙ୍କର ଜୀବନ ହସ ଖୁସିରେ ବିତୁଥିଲା। ପରେ ଶିକ୍ଷା ବିଭାଗରେ ଚାକିରୀ ପାଇ ଶିକ୍ଷକ ହୋଇଥିଲେ। ଏହି ସମୟ ତାଙ୍କର ପୋଷ୍ଟିଂ ଶାହଜାହଁପୁର ଜନପଦରେ ଥିଲା।

ପ୍ରଜ୍ଞା ଓ ପୁଷ୍ପେନ୍ଦୁଙ୍କର ଏକ ୧୮ ବର୍ଷର ପୁଅ ମଧ୍ୟ ଅଛି। ପ୍ରଜ୍ଞା କହିଲେକି ୨୦୧୭ ମସିହାରେ ସ୍ଵାମୀ ପୁଷ୍ପେନ୍ଦୁଙ୍କ ପେଟ ବଥା ହେଲା, ଯାହାପରେ ସେ ସ୍ୱାମୀଙ୍କର ଚିକିତ୍ସା ପାଇଁ ଏକ ସହରରୁ ଅନ୍ୟ ଏକ ସହରକୁ ଯିବା ଆସିବା କରୁଥିଲେ। ଯେତେବେଳେ ଯାଞ୍ଚ କରାଗଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଜ୍ଞା ସେଙ୍ଗର କହିଲେକି ସ୍ବାମୀଙ୍କ ପେଟରେ ବଥା ହେବାରୁ ସେ ପ୍ରଥମେ ଫତେହଗଡରେ ଡାକ୍ତରଙ୍କୁ ଦେଖାଇଥିଲେ। ଏଠାରେ ଯାଞ୍ଚରେ ଜଣାପଡ଼ିଲାକି ପୁଷ୍ପେନ୍ଦୁଙ୍କ ଲିଭର କେବଳ ୨୫ ପ୍ରତିଶତ କାର୍ଯ୍ଯ କରୁଅଛି। ୭୫ ପ୍ରତିଶତ ଲିଭର ଖରାପ ହୋଇସାରିଛି।

ପ୍ରଜ୍ଞା କହିଲେକି ସ୍ୱାମୀଙ୍କର ଏହି ରୋଗରୁ ଜୀବନର ନୂଆ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦେଶର ଅନେକ ଡାକ୍ତରଙ୍କ ସହିତ ସମ୍ପର୍କ କରାଗଲା। ଯଥାସମ୍ଭବ ଚିକିତ୍ସା ମଧ୍ୟ କରାଗଲା, କିନ୍ତୁ ସ୍ୱାମୀଙ୍କୁ କୌଣସି ଲାଭ ମିଳିଲାନି। ପ୍ରଜ୍ଞା ନିଜର ସ୍ୱାମୀଙ୍କର ଚିକିତ୍ସା କରିବା ପାଇଁ ଆଗ୍ରା ଗଲେ, ଯେଉଁଠି କିଛିଦିନ ଚିକିତ୍ସା ପରେ ଡ଼ାକ୍ତର ଦିଲ୍ଲୀରେ ଉପଚାର କରିବାର ପରାମର୍ଶ ଦେଲେ। କିନ୍ତୁ ଦିଲ୍ଲୀ ଯିବା ପରେ ଡାକ୍ତରମାନେ କିଛିଦିନ ଚିକିତ୍ସା କରିବା ପରେ ହାତ ଉଠାଇଦେଲେ। ଏହା ବ୍ୟତୀତ ପ୍ରଜ୍ଞା ନିଜର ହିମ୍ମତ ହାରିଲେ ନାହିଁ ଓ ନିଜର ସ୍ୱାମୀଙ୍କର ଜୀବନ ବଞ୍ଚାଇବା ପାଇଁ ଦିଲ୍ଲୀର ଏକ ପ୍ରାଇଭେଟ ହସ୍ପିଟାଲରେ ଏଡମିସନ ମଧ୍ୟ କରାଇଲେ।

ଯେତେବେଳେ ପ୍ରଜ୍ଞା ସ୍ବାମୀ ପୁଷ୍ପେନ୍ଦୁଙ୍କୁ ଦିଲ୍ଲୀର ପ୍ରାଇଭେଟ ହସ୍ପିଟାଲରେ ଏଡମିସନ କରାଇଲେ, ଡାକ୍ତର କହିଲେକି ଯଦି କେହି ପୁଷ୍ପେନ୍ଦୁଙ୍କୁ ଲିଭର ଡନେଟ କରେ, ତେବେ ତାଙ୍କର ଜୀବନ ବଞ୍ଚିପାରିବ। ଡାକ୍ତର ଏହା ମଧ୍ୟ କହିଲେକି ଜୀବନ ବଞ୍ଚାଇବା ପାଇଁ ୬୦ ପ୍ରତିଶତ ଲିଭର ଡନେଟ କରିବାକୁ ହେବ। ଯେତେବେଳେ ପ୍ରଜ୍ଞା ଏହି କଥା ଶୁଣିଲେ ସେତେବେଳେ ନିଜର ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ୬୦ ପ୍ରତିଶତ ଲିଭର ଡନେଟ କରିଦେଲେ। ବ୍ବର୍ତ୍ତମନ୍ ପ୍ରଜ୍ଞା ୪୦ ପ୍ରତିଶତ ଲିଭର ସାହାରାରେ ନିଜର ଜୀବନ ବଞ୍ଚୁଛନ୍ତି। କିନ୍ତୁ ସେ ନିଜର ସ୍ୱାମୀଙ୍କର ଜୀବନ ବଞ୍ଚାଇନେଲେ, ଯେଉଁଥିରେ ସେ ବହୁତ ଅଧିକ ଖୁସି ଅଛନ୍ତି।

ଆପଣଙ୍କୁ ଜଣାଇଦେଉଛୁକି ପ୍ରଜ୍ଞାଙ୍କ ସ୍ବାମୀ ପୁଷ୍ପେନ୍ଦୁ ବର୍ତ୍ତମାନ ଦିଲ୍ଲୀର ହସ୍ପିଟାଲରେ ଆଇସିୟୁରେ ଏଡମିଟ ହୋଇଛନ୍ତି। ଡାକ୍ତରଙ୍କ କହିବା କଥାକି ୧୦ ରୁ ୧୫ ଦିନ ମଧ୍ୟରେ ସେ ଠିକ ହୋଇଯିବେ। ପ୍ରଜ୍ଞା କହିଲେକି ଚିକିତ୍ସାରେ ୫ ବର୍ଷରେ ପାଖାପାଖି ୭୫ ଲକ୍ଷ ଖର୍ଚ୍ଚ ହୋଇଯାଇଛି। ସବୁଠାରୁ ବଡ ସନ୍ତୁଷ୍ଟି ହେଉଛିକି ସ୍ୱାମୀଙ୍କର ଜୀବନ ବଞ୍ଚିଗଲା।

Leave A Reply

Your email address will not be published.