୮୦୦ ଟ୍ରେନ ଯାତ୍ରୀଙ୍କର ଜୀବନ ଯାଉ ଯାଉ ବଞ୍ଚିଲା, ଡ୍ରାଇଭର ସମ୍ପର୍କୀୟଙ୍କୁ ଦେଇଦେଲେ ଚଳାଇବା ପାଇଁ ଇଞ୍ଜିନ, ରେଲୱେରେ ହଡକମ୍ପ

0

Get real time updates directly on you device, subscribe now.

ଟ୍ରେନର ଡ୍ରାଇଭର ନିକଟରୁ ଏହା ଆଶା କରାଯାଏକି ସେ ନିଜର କାମକୁ ୧୦୦ ପ୍ରତିଶତ ଦାୟିତ୍ଵ ସହିତ କରୁ, କାରଣ ସାମାନ୍ୟ ଅବହେଳା ଅନେକ ଲୋକଙ୍କର ଜୀବନ ନେଇପାରେ। କିନ୍ତୁ ଏତେ ସବୁ ସାବଧାନ ରହିବା ପରେ କିଛି ଟ୍ରେନ ଡ୍ରାଇଭର ଏତେ ଖରାପ ହୋଇଥାନ୍ତି ଯେଉଁମାନଙ୍କ କାରଣରୁ ଲୋକଙ୍କୁ ଅସୁବିଧାର ସାମ୍ନା ହେବାକୁ ପଡେ। ଏକ ଏମିତି ଦାୟିତ୍ବହୀନ ଟ୍ରେନ ଡ଼୍ରାଇଭରଙ୍କ ଖବର ସାମ୍ନାକୁ ଆସିଛି, ଯିଏକି ଚଳନ୍ତା ଟ୍ରେନରେ ନିଜର ଏକ ସମ୍ପର୍କୀୟଙ୍କୁ ଇଞ୍ଜିନ କଣ୍ଟ୍ରୋଲ କରିବାକୁ ଦେଇଦେଲେ। ଏହି ଖବର ସାମ୍ନାକୁ ଆସିବା ପରେ ରେଳ ବିଭାଗରେ ହଡକମ୍ପ ବ୍ୟାପିଗଲା।

ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆଶ୍ରମ ଏକ୍ସପ୍ରେସ ଟ୍ରେନରେ ସୋମବାର ଦିନ ଏକ ବଡ ଅବହେଳା ସାମ୍ନାକୁ ଆସିଲା। ଦୃତଗତିରେ ଯାଉଥିବା ଟ୍ରେନର ଇଞ୍ଜିନରେ ଜଣେ ବ୍ୟକ୍ତି ଆପତକାଳୀନ ଉପକରଣ ସହିତ ଲାଗିଲେ। ସେ ଏହି ବଦମାସୀକୁ ଫେସବୁକରେ ଲାଇଭ ମଧ୍ୟ କରିଲେ। ଏହି ବିଷୟରେ ସୂଚନା ମିଳିବା ମାତ୍ରେ ରେଲୱେ ପ୍ରଶାସନ ମଧ୍ୟରେ ହଡକମ୍ପ ବ୍ୟାପିଗଲା। ରେଲୱେ ଅଧିକାରୀ ଏହି ଘଟଣା ପାଇଁ ଦାୟିତ୍ବବାନ ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଆରୋପୀତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି।

ଅବହେଳାର ଫେସବୁକ ଲାଇଭ:-

ସୂଚନା ଅନୁସାରେ ମାମଲା ସୋମବାର ଦିନ ସନ୍ଧ୍ୟା ସମୟରେ ରାଜସ୍ଥାନରେ ଦୌସା ଜିଲ୍ଲାର ବାନ୍ଦିକୁଇ ରେଲୱେ ଷ୍ଟେସନର ଅଟେ। ଜୟପୁରର ଏହି ଷ୍ଟେସନରେ ପହଞ୍ଚି ଆଶ୍ରମ ଏକ୍ସପ୍ରେସ ଟ୍ରେନକୁ ଲୋକୋ ପାଇଲଟ ସନ୍ତୋଷ ନିଜ ବଦଳରେ ନିଜର ସମ୍ପର୍କୀୟ ସୁଖରାମଙ୍କୁ ଇଞ୍ଜିନ ଦେଇଦେଲେ।

ସୁଖରାମ ଫେସବୁକରେ ଲାଇଭ କରି ଇଞ୍ଜିନକୁ ଚଳାଇବାର ପ୍ରୟାସ କରିଲେ। ଏହି ସମୟରେ ସେ ସୁରକ୍ଷା ଉପକରଣ ସହିତ ବଦମାସୀ କରିଲେ। ସେ ସମୟରେ ଟ୍ରେନରେ ୮୦୦ରୁ ଅଧିକ ଯାତ୍ରୀ ଥିଲେ। ସୂଚନା ଅନୁସାରେ ସନ୍ତୋଷଙ୍କ ସମ୍ପର୍କୀୟ ସୁଖରାମଙ୍କ ଟିକଟ କନଫର୍ମ ନଥିଲା। ଏହି କାରଣରୁ ସନ୍ତୋଷ ତାଙ୍କୁ ନିଜ ସହିତ ଲୋକୋ କେବିନ(ଇଞ୍ଜିନ) ରେ ବସାଇଲେ।

ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ:-

ଜୟପୁର ମଣ୍ଡଳ ରେଲୱେର ମହାପ୍ରବନ୍ଧକ ନରେନ୍ଦ୍ର କହିଲେକି ଏହି ଘଟଣା ପରେ ମୁଖ୍ୟ ଲୋକୋ ପାଇଲଟ ସନ୍ତୋଷ, ସହାୟକ ଲୋକୋ ପାଇଲଟ ମନୀଷ କୁମାର ଓ ପ୍ରଦୀପ ମିଣାଙ୍କୁ ନିଲମ୍ବିତ କରିଦିଆଯାଇଛି। ଲୋକୋ କେବିନରେ ବସିଥିବା ସୁଖରାମ ଟ୍ରେନରେ ଦିଲ୍ଲୀ ପହଞ୍ଚିଯାଇଥିଲା। ତାଙ୍କ ବିରୁଦ୍ଧରେ ପୋଲିସ ଏକ ମାମଲା ରୁଜ୍ଜୁ କରିଦେଲା। ଏହି ମାମଲାର ଉଚ୍ଚସ୍ତରୀୟ ଯାଞ୍ଚ କମିଟି ପ୍ରସ୍ତୁତ କରାଯାଇଛି। ପ୍ରାରମ୍ଭିକ ଯାଞ୍ଚରେ ସାମ୍ନାକୁ ଆସିଲାକି ସୁଖରାମଙ୍କ ହରକତ କାରଣରୁ ଟ୍ରେନରେ ଥିବା ୮୦୦ରୁ ଅଧିକ ଯାତ୍ରୀଙ୍କର ଜୀବନ ବିପଦରେ ଥିଲା।

Leave A Reply

Your email address will not be published.