ଟଏଲେଟ୍ ସିଟରେ ବସି ଖେଳୁଥିଲା ଗେମ୍,ଆଉ ଠିକ ସେତିକିବେଳେ ବିଶାଳ ସାପ ଏପରି ଜାଗାରେ କାମୁଡ଼ିଲା ଯେ ଆପଣ ଭାବି ବି ପାରିବେନି ! ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଆଜିକାଲି ସମୟରେ ସ୍ମାର୍ଟଫୋନ ଓ ମଣିଷ ଏକ ସମ୍ବନ୍ଧ ଭଳି ହୋଇ ଯାଇଛି|ଆମେ ଯେଉଁ ଜାଗା ଯାଉ ସବୁ ଜାଗାକୁ ସ୍ମାର୍ଟଫୋନ ନେଇ ଥାଉ|କିଛି ଲୋକ ଟଏଲେଟକୁ ଫୋନ ନେଇ ଯାଇଥାନ୍ତି|କିଛି ଲୋକ ବସିକରି ଭିଡିଓ ଦେଖିଥାନ୍ତି ତ କିଛି ଲୋକ ଗେମ ଖେଳିଥାନ୍ତି|ଯଦିଓ ଫୋନକୁ ସବୁ ଯାଗା ନେଵା ମାତ୍ରେ ସମସ୍ତଙ୍କ ନଷ୍ଟ ହୋଇଥାଏ ସମସ୍ତଙ୍କୁ ଏହି କଥା‌ ଜଣାଥାଏ|କିନ୍ତୁ ମାଲେସିଆରେ ଜଣେ ବ୍ୟକ୍ତିଙ୍କ ସହ ଟଏଲେଟରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ|

ଟାଇମ୍ସ ନାଓ ଖବର ଅନୁଯାୟୀ ମାଲେସିଆରେ ରହୁଥିବା ସାବରୀ ତଜାଲିର ବୟସ ୨୮ ବର୍ଷ ଅଟେ|ସେ ଟଏଲେଟରେ ଗେମ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ ଏହି କଥା ପ୍ରତି ଧ୍ୟାନ ଦେଇ ପାରିଲେ ନାହିଁ ଯେ ଟଏଲେଟରେ ତାଙ୍କ ବ୍ୟତୀତ ଆଉ ଗୋଟିଏ ସାପ ମଧ୍ୟ ମହଜୁଦ ରହିଛି|ତଜାଲିର ପୂରାପୂରି ଧ୍ୟାନ ଗେମ ଉପରେ ରହିଥିଲା|ସେତେବେଳେ ସାପ ଜଙ୍ଘକୁ କାଟିଲା|ସାବରି ଏହାର ଫଟୋ ନିଜେ ଟୁଇଟରରେ ସେୟାର କରିଛନ୍ତି|

ଯେତେବେଳେ ତଜାଲି ଟଏଲେଟ ସିଟରେ ଠିଆ ହେଲେ ସେତେବେଳେ ସାପ ତାଙ୍କ ଜଙ୍ଘକୁ କାଟିଲା|ସେ ସେହି ଅଞ୍ଚଳରେ ଦାନ୍ତ ପଶେଇ ଦେଲା|ତଜାଲି ଦେଖି ଡରିଗଲା|ସେ ସାପକୁ ଟାଣିଲେ ଓ ଶରୀରକୁ ଅଲଗା କରି ଫେପାଡି ଦେଲେ ଓ ସେଠାରୁ ତୁରନ୍ତ ପଳେଇଗଲେ|ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା ଯଦିଓ ସାପ ବିଷଧର ନଥିଲା|ଏଵେ ସେ ଠିକ ଅଟନ୍ତି|

ପରେ ସେ ସାପକୁ ଉଦ୍ଧାର କରାଗଲା|ତାକୁ ଧରି ବାହାରକୁ ବାହାର କରାଗଲା|ସେ କହିଛନ୍ତି ମୁଁ ଦେଖି ଡରି ଯାଇଥିଲି|ଏପରିକି ସେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେ ଟଏଲେଟ ବ୍ୟବହାର କରିନଥିଲେ|ସେ କହିଛନ୍ତି ସାପ ଏତେ ଜୋରରେ ଆକ୍ରମଣ କରିଥିଲା ଯେ ଦୁଇ ସପ୍ତାହ ପର୍ଯ୍ୟନ୍ତ ତା ଦାନ୍ତର ଟୁକୁଡା ଜଙ୍ଘରୁ ମିଳିଥିଲା|ସେ ଲୋକଙ୍କୁ କହିଛନ୍ତି ସଵୁଜାଗାରେ ଫୋନର ଏତେ ବ୍ୟବହାର କରନ୍ତୁ ନାହିଁ ଯେପରିକି ଆଖପାଖର ଜିନିଷକୁ ଫୋକସ କରି ପାରିବେ ନାହିଁ|

Leave A Reply

Your email address will not be published.