୫୧ ଲୋକଙ୍କୁ ଭୟଙ୍କର ମୃତ୍ୟୁ ଦଣ୍ଡ ! ପଥରରେ ମାରି ମାରି ନିଆଯିବ ଜୀବନ…ଜାଣନ୍ତୁ କେଉଁଠି ଏବଂ କଣ ପାଇଁ ଏମିତି ନିଷ୍ପତି ନିଆଗଲା ?

0

Get real time updates directly on you device, subscribe now.

ପ୍ରତ୍ୟେକ ଦିନ ଦେଶରେ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି । ଅନେକ ସମୟରେ ଆପଣ ପ୍ରେମରେ ଧୋକା ଖାଇବା କଥା ଶୁଣୁଥିବେ । ଅନେକ ସମୟରେ ପୁରୁଷ ବନ୍ଧୁ ଶାରୀରିକ ସମ୍ପର୍କ ରଖିସାରିବା ପରେ ମହିଳାଙ୍କୁ ଛାଡିଦେଇଥାଏ । ଜଣେ ଯୁବକ ମୁଁ କେବଳ ତମ ପାଇଁ ଜନ୍ମ ନେଇଛି । ତୁମ ବିନା ମୁଁ ବଞ୍ଚିବା ଅସମ୍ଭବ । ସାରା ଜୀବନ ଆମେ ଦୁହେଁ ସାଥି ହୋଇରହିବା ଓ ଆମକୁ ମୃତ୍ୟୁ ମଧ୍ୟ ଅଲଗା କରିପାରିବ ନାହିଁ ।

ଏହିଭଳି ଯୁବକ ଜଣଙ୍କ ସରଳ ଓ ମିଠା ମିଠା କଥା ପ୍ରଥମେ କହି ଜଣେ ଝିଅ ଙ୍କୁ ପ୍ରେମରେ ପକାଇ ଦିଅନ୍ତି । ତା ପରେ ଲମ୍ବା ସମୟ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଯଦି କେହି ବିବାହ କରିବାକୁ ମନା କରି ଦିଅନ୍ତି । ତେବେ ବୈବାହିକ ଜୀବନରେ ନିଜ ପାର୍ଟନରଙ୍କୁ ଧୋକା ଦେବା ମାମଲାରେ ଏହିପରି କିଛି ବ୍ୟକ୍ତିମାନେ ମୃତ୍ୟୁ ଦଣ୍ଡ ପାଇବେ । ତେବେ ଏମାନଙ୍କୁ କୌଣସି ଫାଶି ନୁହେଁ ପଥରରେ ମାରି ମାରି ଜୀବନ ନିଆଯିବ ।

ଇରାନ ଏକ ଇସ୍‌ଲାମିକ ଦେଶ । ସେଠାରେ ଶରିଆ ଆଇନ ମୁତାବକ, ଯେଉଁମାନଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଯିବ, ସେମାନଙ୍କୁ ପ୍ରଥମେ କପଡ଼ାରେ ଗୁଡ଼ାଇ ଦିଆଯିବ । ଏହାପରେ ସେମାନଙ୍କ ଅଣ୍ଟା ପର୍ଯ୍ୟନ୍ତ ମାଟିରେ ପୋତି ଦିଆଯିବ । ଅଣ୍ଟାର ଉପର ଭାଗ ମାଟି ଉପରେ ରହିବ । ଏହାପରେ ସେମାନଙ୍କୁ ପଥର ମାଡ଼ କରାଯିବ । ପଥର ସେ ପର୍ଯ୍ୟନ୍ତ ମରା ଯାଉଥିବ, ଯେ ପର୍ଯ୍ୟନ୍ତ ସେମାନଙ୍କ ମୃତ୍ୟୁ ନ ହୋଇଛି । ଇରାନରେ ମାନବାଧିକାର ଉଲ୍ଲଂଘନ ସହ ଜଡ଼ିତ ଗୁପ୍ତ ଦସ୍ତାବିଜ୍‌ ଲିକ୍‌ ହେବା ପରେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା ହୋଇଛି ।

ଏହି ଅପରାଧୀମାନଙ୍କୁ ଶରିଆ ଆଇନ ଅଧୀନରେ କଠୋର ଦଣ୍ଡ ଶୁଣାଯାଇଛି । ଏହି ଭୟଙ୍କର ଦଣ୍ଡ ବିଷୟରେ କେହି କେବେ ଭାବି ସୁଦ୍ଧା ପାରିବେ ନାହିଁ । ତେବେ ରିପୋର୍ଟ ମୁତାବକ, ଇରାନରେ ୫୧ ଜଣ ବ୍ୟକ୍ତିଙ୍କୁ ଭୟଙ୍କର ମୃତ୍ୟୁ ଦଣ୍ଡ ଶୁଣାଯାଇଛି । ମୋଟ ୨୩ ଜଣ ମହିଳା ଏବଂ ୨୮ ଜଣ ପୁରୁଷ ଏହି ଦଣ୍ଡ ଅପେକ୍ଷାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୦ରୁ ୩୦ ବର୍ଷ ବୟସ ଭିତରେ ଅନେକ ଜଣ ଅଛନ୍ତି । ତେବେ ଏପରି ମୃତ୍ୟୁ ଦଣ୍ଡ କେତେ ଭୟାନକ ହୋଇଥିବ ଥରେ ଚିନ୍ତା କରନ୍ତୁ । ତେବେ ଇରାନ ରେ ଶରିଆ ଆଇନ ମୁତାବକ ଦଣ୍ଡ ଭୋଗିବାକୁ ପଡେ ।

Leave A Reply

Your email address will not be published.