ମୋଦିଙ୍କ ବଡ ଘୋଷଣା : କରୋନାରେ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ପ୍ରତି ମାସରେ ମିଳିବ ୪ ହଜାର ଟଙ୍କାର ଷ୍ଟାଇପେଣ୍ଡ୍‌

0

Get real time updates directly on you device, subscribe now.

କେନ୍ଦ୍ର ସରକାରଙ୍କ ୮ ବର୍ଷ ଫୁର୍ତି ଅବସରରେ ଏହି କରୋନା ମହାମାରୀ ସମୟରେ ପିତାମାତା ଓ ଅଭିଭାବକଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସେମାନଙ୍କ ଲାଗି ‘ପିଏମ କେୟାର୍ସ ଫର୍‌ ଚିଲଡ୍ରେନ୍‌’ ଯୋଜନାର ଲାଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ଣରେ ଦେଶବ୍ୟାପୀ ଅନାଥ ଶିଶୁମାନଙ୍କୁ ବିତରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମେ ୩୦ ତାରିଖ ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ଏହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହିତ ସହାୟତା ବୃତ୍ତି ଅର୍ଥ ହସ୍ତାନ୍ତର କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ କୋଭିଡ୍‌ରେ ଅନାଥ ହୋଇପଡିଥିବା ପିଲାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଶ୍ବାସନା ଦେବା ସହ ବିପଦ ସମୟରେ ଦେଶ ଓ ଦେଶବାସୀ ସେମାନଙ୍କ ସହିତ ଦୃଢ ଭାବେ ଠିଆ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଯୋଜନା ଅନ୍ତର୍ଗତ କୋଭିଡ୍‌ ଅନାଥ ପିଲାଙ୍କୁ ମାସିକ ୪ ହଜାର ଟଙ୍କାର ଷ୍ଟାଇପେଣ୍ଡ ମିଳିବ ବୋଲି ସୂଚନା ମିଳିଛି । ପିଏମ୍‌ କେୟାର୍ସ ଯୋଜନାର ଏକ ଜମାଖାତା ଖୋଲାଯିବା ସହ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଅଧୀନରେ ଏକ ସ୍ବାସ୍ଥ୍ୟକାର୍ଡ ପିଲାମାନଙ୍କୁ ହସ୍ତାନ୍ତର କରାଯାଇଛି ।

ସ୍କୁଲ ଶିକ୍ଷା ଶେଷ କରିବା ପରେ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଏହି ଜମାଖାତାରୁ ମିଳିବ । ତେବେ ୧୮ରୁ ୨୩ ବର୍ଷ ବୟସର ହେବା ପରେ ପିଲାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ଯୋଜନାରେ ବ୍ୟବସ୍ଥା ରହିଛି । ଅନାଥ ପିଲାଙ୍କୁ ଏହି ସହାୟତା ଯୋଗାଇବା ନିମନ୍ତେ ୨୯ ମେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଶୁଙ୍କ ପାଇଁ ‘ପିଏମ କେୟାର୍ସ ଫର୍‌ ଚିଲଡ୍ରେନ୍‌ସ’ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଏଭଳି ଅନାଥ, ଗରିବ ଓ ଅଭାବୀ ପିଲାମାନଙ୍କର ନିରନ୍ତର ଯତ୍ନ ନେବା ଓ ସୁରକ୍ଷା ଯୋଗାଇ ଦେବା ।

ସେମାନଙ୍କୁ ଆବାସିକ ସୁବିଧା ପ୍ରଦାନ, ଶିକ୍ଷା ଓ ବୃତ୍ତି ଜରିଆରେ ସେମାନଙ୍କୁ ସଶକ୍ତ କରିବା, ୧୮ରୁ ୨୩ ବର୍ଷ ବୟସ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏପରିକି ଆୟୁଷ୍ମାନ୍ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ । ଆଉ ସେମାନଙ୍କୁ ଷ୍ଟାଇପେଣ୍ଡ ବାବଦରେ ୪ ହଜାର ଟଙ୍କା ଲେଖାଁଏ ଦିଆଯିବ । ଏସବୁ ଯୋଜନାର ସୁବିଧା ପାଇବା ଲାଗି ଚାହୁଁଥିବା ପିଲାମାନଙ୍କୁ “ପିଏମ କେୟାରସ୍ ଫର୍ ଚିଲଡ୍ରେନ୍. ଇନ୍” ନାମକ ଏକ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ହେବ ।

Leave A Reply

Your email address will not be published.