ନେପାଳ ବିମାନ ଦୁର୍ଘଟଣାରେ ସମସ୍ତେ ମୃତ ! ବିବାହ ବିଚ୍ଛେଦ ପରେ ପୂର୍ବ ପତ୍ନୀ ଓ ପିଲାମାନଙ୍କୁ ନେଇ ବିମାନରେ ବସିଥିଲେ ଅଶୋକ ତ୍ରିପାଠୀଙ୍କ ପରିବାର ।

0

Get real time updates directly on you device, subscribe now.

ନେପାଳ ବିମାନ ଦୁର୍ଘଟଣା ନେଇ ଆସିଲା ଆଉ ଏକ ସ୍ପର୍ଶକାତର ବିଷୟ । ନେପାଳ ତାରା ଏୟାରଲାଇନ୍ସର “୯ଏନ୍-ଏଇଟି” ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଏଥିରେ ଥିବା ସମସ୍ତ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୪ଜଣ ଓଡ଼ିଶାବାସୀ ମଧ୍ୟ ସାମିଲ ରହିଥିଲେ । ଉଦ୍ଧାରକାରୀ ଦଳର ଆଜିର ସମସ୍ତ ମୃତକଙ୍କ ଦେହାବଶେଷକୁ ଉଦ୍ଧାର କରିଛି । ତେବେ ନେପାଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡିଶାର ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର । ସେମାନେ ହେଉଛନ୍ତି ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ୱାଣ୍ଡେକର, ପୁଅ ଧନୁଶ୍ ତ୍ରିପାଠୀ ଓ ଝିଅ ହ୍ରିତିକା ତ୍ରିପାଠୀ । ଅଶୋକଙ୍କ ପତ୍ନୀ ଓ ପିଲାମାନେ ମୁମ୍ବାଇରେ ରହୁଥିବା ବେଳେ ପୁରା ପରିବାର ଛୁଟି କାଟିବାକୁ ନେପାଳ ଯାଇଥିଲେ ।

ଆଉ ବର୍ତମାନ ସମୟରେ ନେପାଳ ବିମାନ ଦୁର୍ଘଟଣାରେ ମୃତ ଓଡ଼ିଆ ପରିବାରକୁ ନେଇ ନୂଆ ନୂଆ ତଥ୍ୟ ସବୁ ସାମନାକୁ ଆସୁଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ସ୍ବତନ୍ତ୍ର ରିପୋର୍ଟ ଅନୁସାରେ ଅଶୋକ ଓ ତାଙ୍କର ପତ୍ନୀ ବୈଭବୀଙ୍କ ମଧ୍ୟରେ ବହୁଦିନ ପୂର୍ବରୁ ହୋଇସାରିଛି ବିବାହ ବିଚ୍ଛେଦ । ସେମାନେ ପରସ୍ପରଠୁ ଅଲଗା ରହୁଥିଲେ । ବୈଭବୀ ବାନ୍ଦ୍ରାସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ ଏବଂ ପିଲା ମାନଙ୍କ ସହିତ ମୁମ୍ବାଇରେ ରହୁଥିଲେ ।

ଆଉ ଏପଟେ ଅଶୋକ ତ୍ରିପାଠୀ ଭୁବନେଶ୍ୱରର ଏକ କମ୍ପାନୀରେ ଚାକିରୀ କରୁଥିଲେ ଆଉ ଭୁବନେଶ୍ୱରରେ ଜୟଦେବ ବିହାରରେ ଅଞ୍ଚଳରେ ହିଁ ରହୁଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଦମ୍ପତି ପ୍ରତି ବର୍ଷ ୧୦ ଦିନ ପରିବାର ସହ ଛୁଟି କାଟିବା ଲାଗି ଯାଇଥାନ୍ତି । ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁସାରେ ସେମାନେ ଏଥର ମୁମ୍ବାଇରୁ ନେପାଳ ବୁଲିବାକୁ ଯାଇଥିଲେ । ସୂଚନା ଅନୁସାରେ ରବିବାର ଦିନ ଉଡ଼ାଣ ଭରିବାର କିଛି ସମୟ ପରେ ପାହାଡ ଶିଖରରେ ବିମାନ ପିଟି ହେବାରୁ ଦୁର୍ଘଟଣା ଘଟିଥିଲା । ସମସ୍ତ ଯାତ୍ରୀଙ୍କ ମର୍ମନ୍ତୁଦ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ପାହାଡ ଶିଖରର ଶହେ ମିଟର ପରିସରରେ ଏଣେ ତେଣେ ପଡି ରହିଥିଲା ଯାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ । ଓଡ଼ିଶାର ଏହି ପରିବାର ନେପାଳ ବୁଲିବାକୁ ଯାଇଥିବା ବେଳେ ଏହି ଯାତ୍ରା ସେମାନଙ୍କ ପାଇଁ ଶେଷ ଯାତ୍ରା ପାଲଟି ଯାଇଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ବିମାନରେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁତ୍ର ଧନୁଷ ଓ କନ୍ୟା ଋତିକା ଥିଲେ ବୋଲି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୁସ୍ତାଙ୍ଗ ଜିଲ୍ଲାରେ ଠାବ ହୋଇଛି ହୋଇଛି ୨୦ ଯାତ୍ରୀଙ୍କ ମୃତଦେହ । ତେବେ ମୃତ ଅଶୋକଙ୍କ ପରିବାର ଏହି ଦୁର୍ଘଟଣା ପରେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.