Sidhu Moose Wala: ସାମ୍ନାକୁ ଆସିଲା ସିଦ୍ଧୁ ମୁସେବାଲା ହତ୍ୟାର କିଛି ମିନିଟ ପୂର୍ବର ଭିଡିଓ ,ସିସିଟିଭି ଏପରି କିଛି ଦେଖାଗଲା,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ପଞ୍ଜାବର ମାନସା ଜିଲ୍ଲାରେ ରବିବାର ଦିନ ଅଜ୍ଞାତ ଆକ୍ରମଣକାରୀ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଓ କଂଗ୍ରେସ ନେତା ସିଦ୍ଧୁ ମୁସେବାଲାକୁ ଗୁଳିମାରି ହତ୍ୟା କରିଛନ୍ତି|ଏହି ଘଟଣା ପଞ୍ଜାବ ସରକାରଙ୍କ ଦ୍ଵାରା ମୁସେବାଲାଙ୍କ ସୁରକ୍ଷା ଫେରାଇନେଵାର ଗୋଟିଏ ଦିନ ପରେ ଘଟିଥିଲା|ପୋଲିସ ମାମଲାର ଯାଞ୍ଚ ସହ ଶତ୍ରୁତାର ଘଟଣା ବୋଲି କହୁଛି|ଏହାମଧ୍ୟରେ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ମୁସେବାଲା ଏସୟୁବି ନଜରରେ ଆସୁଛନ୍ତି|

ସିସିଟିଭି ଫୁଟେଜରେ ମୁସେବାଲାର ଏସୟୁଭି ଗୋଟିଏ ରାସ୍ତାରେ ଯାଉଥିବା ଦେଖାଯାଉଛି ଓ କୁହାଯାଉଛି ଯେ ଏହି ଭିଡିଓ ତାଙ୍କ ହତ୍ୟାର କିଛି ସମୟ ପୂର୍ବର ଅଟେ|ଭିଡିଓରେ ଦୁଇ କାର ମୁସେବାଲାର ଏସୟୁଭିର ପିଛା କରୁଛନ୍ତି|ଭିଡିଓରେ ଏକ ଧଳା ରଙ୍ଗର ବଲୋରୋ ମଧ୍ୟ ଯାଉଥିବା ଦେଖାଯାଉଛି|

ପୋଲିସ ଅଧିକାରୀ କହିଛନ୍ତି ଯେ ମୁସେବାଲା ରବିବାର ଦିନ ସନ୍ଧ୍ୟା ପାଖାପାଖି ୫.୩୦ରେ ଆକ୍ରମଣ ହୁଏ|ପଞ୍ଜାବର ଡିଜିପି ବିକେ ଭବରା ମୁତାବିକ ମୁସେବାଲା ନିଜ ପଡୋଶୀ ଗୁରବିନ୍ଦ ସିଂ ଓ ସମ୍ପର୍କୀୟ ଗୁରୁପ୍ରୀତ ସିଂ ସହ ସନ୍ଧ୍ୟା ୪.୩୦ରେ ନିଜ ଘରୁ ବାହାରିଲେ|ସେ ସମୟରେ ନିଜେ ଗାଡି ଚଲାଉଥିଲେ|ସେ ଆଗକୁ କହିଛନ୍ତି ଯେତେବେଳେ ମୁସେବାଲା ମାନସା ଜିଲ୍ଲାର ଜବାହରକେ ଗାଁରେ ପହଂଚିବାକୁ ଥିଲେ ସେତେବେଳେ ଦୁଇଟି ଗାଡି ତାଙ୍କ ଏସୟୁଭିକୁ ଅଟକେଇ ଦେଲେ ଓ ତାଙ୍କ ଉପରକୁ ଅନ୍ଧାଧୁନ ଗୋଳି ଚଳାଇଥିଲେ|

ପଞ୍ଜାବ ଡିଜିପି ବିକେ ଭବରା କହିଛନ୍ତି ଯେ ପୂର୍ବରୁ ସିଦ୍ଧୁ ମୁସେବାଲାର ସୁରକ୍ଷା ପାଇଁ ପଞ୍ଜାବ ପୋଲିସର ୪ଟି କମାଣ୍ଡୋ ନିୟୋଜିତ ଥିଲେ|ପ୍ରତିବର୍ଷ ଅପରେସନ ବ୍ଲୁ ଷ୍ଟାର ବାର୍ଷିକ ଓ ଆସନ୍ତା ମାସରେ ଘଲ୍ଲୁଧାରା ସପ୍ତାହ କାରଣରୁ ସୁରକ୍ଷା କମ ହୋଇଥାଏ|ପୋଲିସ ଦୁଇ ଜଣଙ୍କୁ ହଟାଇ ଦୁଇ ଜଣଙ୍କୁ ସୁରକ୍ଷାରେ ନିୟୋଜିତ କରିଥିଲେ|

ପୋଲିସ ମହାନିର୍ଦ୍ଦେଶକଙ୍କ ଅନୁସାରେ ମୁସେବାଲା ଘଟଣା ସମୟରେ ତାଙ୍କ ଦୁଇ କମାଣ୍ଡୋକୁ ସାଥିରେ ନେଇ ନଥିଲେ|ଏହାସହ ସେ ନିଜର ପ୍ରାଇଭେଟ୍ ବୁଲେଟ ପ୍ରୁଫ ଗାଡି ମଧ୍ୟ ନେଇ ନଥିଲେ|

ମୁସେଵାଲାଙ୍କ ହତ୍ୟାର ଏକ ଦିନ ପୂର୍ବରୁ ପଞ୍ଜାବ ସରକାର ତାଙ୍କ ସୁରକ୍ଷା ହ୍ରାସ କରିଥିଲେ|ଡିଜିପି ଅନୁସାରେ ପୂର୍ବରୁ ୪ ଜଣ କମାଣ୍ଡୋ ନିୟୋଜିତ ଥିଲେ|ପରେ ୨ ଜଣଙ୍କୁ ହଟାଇବା ପରେ ଦୁଇଜଣ କମାଣ୍ଡୋ ସୁରକ୍ଷାରେ ନିୟୋଜିତ ଥିଲେ|ସେ କହିଛନ୍ତି ପ୍ରତିବର୍ଷ ଅପରେସନ ବ୍ଲୁ ଷ୍ଟାର ବାର୍ଷିକ ଓ ଆସନ୍ତା ମାସରେ ଘଲ୍ଲୁଧାରା ସପ୍ତାହ କାରଣରୁ ସୁରକ୍ଷା କମ ହୋଇଥାଏ|ଏଥିପାଇଁ ମୁସେବାଲାଙ୍କ ସୁରକ୍ଷାରେ ହ୍ରାସ କରାଯାଇଥିଲା|

Leave A Reply

Your email address will not be published.