ମଝି ରାସ୍ତାରେ ଦୁଇ ଯୁବକଙ୍କ ମଧ୍ୟରେ ହେଲା ତାଗଡା ମାରପିଟ୍,ଏଣ୍ଡିଙ୍ଗ ଦେଖି ଲୋକମାନେ ହେଲେ କନଫ୍ୟୁଜ୍ ! ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ସଦାବେଳେ ଏଭଳି‌ ଭିଡିଓ ଆସୁଥାଏ ଯାହା କେତେବେଳେ ଆଶ୍ଚର୍ଯ୍ୟ କରେ ତ କେତେବେଳେ ହସିବାକୁ ମଜବୁର କରିଥାଏ|କିଛି ମଧ୍ୟ ଏଭଳି ଭିଡିଓ ଥାଏ ଯାହା ଆପଣଙ୍କୁ ଅସମଞ୍ଜସ୍ୟରେ ପକାଇ ଦେଇଥାଏ|ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦୁଇଜଣ ବ୍ୟକ୍ତି ପ୍ରଥମେ ଜମେଇକି ଲଢେଇ କରିଥାନ୍ତି ପୁଣି ଅଚାନକ ଶାନ୍ତ ହୋଇ ଯାଇଥାନ୍ତି ଓ ହାତ ମିଳାଇ ଆଗକୁ ବଢିଥାନ୍ତି|

ଭିଡିଓ ଦେଖି ଲୋକେ କନଫ୍ୟୁଜରେ ପଡିଛନ୍ତି , ପ୍ରକୃତରେ ଲଢେଇ ହେଲା ତ କାହିଁକି ହେଲା ? ଓ ଅଚାନକ ଲଢେଇ ବନ୍ଦ କରି ହାତ ମିଳାଇବା ପଛର କାରଣ କ’ଣ ?

ଭିଡିଓରେ ଦୁଇଜଣ ବ୍ୟକ୍ତି ମଝି ରାସ୍ତାରେ ମାରପିଟ୍ କରୁଥିବା ଦେଖାଯାଏ ଓ କିଛି ସମୟ ପରେ ହଠାତ୍ କ’ଣ ହେଲା କେଜାଣି, ଜଣେ ଜଣଙ୍କ ସହ ହାତ ମିଳାଇଥାନ୍ତି|ହାତ ମିଳାଇବା ପରେ ନିଜ ନିଜ ରାସ୍ତାରେ ଯାଇଥାନ୍ତି|

ଟୁଇଟରରେ ଏହି ଭିଡିଓକୁ @TansuYegen ନାମକ ଏକାଉଣ୍ଟରେ ସେୟାର କରାଯାଇଛି|ଯେଉଁଥିରେ ଜଣେ ବ୍ୟକ୍ତି ଆଉ ଜଣଙ୍କୁ ସଡକରେ ମାରପିଟ କରୁଥିବା ଦେଖାଯାଏ|ଦୁହିଁଙ୍କ ମଧ୍ୟରେ ଜମେଇକି ଲଢେଇ ଚାଲେ|ଜଳେ ନୀଳ ସାର୍ଟ ପିନ୍ଧି ଥିଲାବେଳେ ଜଣେ କଳା|ଏହି ଲଢେଇରେ ଏଭଳି ଏକ ମୁହୂର୍ତ୍ତ ଆସେ ଯେଉଁଥିରେ ଦୁହେଁ ଦୁହିଁଙ୍କ ସହ ଅଲଗା ହୋଇ ଯାଆନ୍ତି ଓ ହାତ ମିଳାଇ ଆଗକୁ ଚାଲି ଯାଆନ୍ତି|

ଏହି ଭିଡିଓକୁ ୬୪ ଲକ୍ଷରୁ ଉର୍ଦ୍ଧ୍ବ ଭିଉ ମିଳିଛି|ବହୁଲୋକ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ ବ୍ୟକ୍ତି କହିଛନ୍ତି ଏଭଳି ଲଢେଇ କେଵେ ଦେଖି ନଥିଲେ|ଆଉଜଣେ ଲେଖିଛନ୍ତି ପରିସମାପ୍ତି ଭଲ ତ ସବୁ ଭଲ|

ଜଣେ ୟୁଜର କହିଛନ୍ତି ହାପି ଏଣ୍ଡିଙ୍ଗ ହେଲା|କିଛି ଲୋକ ପ୍ରେମ ପୂର୍ଣ୍ଣ ଲଢେଇ କହୁଛନ୍ତି|ଏପର୍ଯ୍ୟନ୍ତ ଭିଡିଓରେ‌ କୁହାଯାଇନାହିଁ ଏହା କେଉଁଠାର ଘଟଣା ଅଟେ ?

Leave A Reply

Your email address will not be published.