ଏହି ବୋତଲରେ ଏମିତି କଣ ଅଛି ଯେ,ଯାହାକୁ ବ୍ୟକ୍ତିଜଣକ 10 କୋଟି ଟଙ୍କାରେ କିଣିଲେ

0

Get real time updates directly on you device, subscribe now.

ଗୋଟିଏ ହ୍ୱିସ୍କି ବୋତଲ 10 କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାକୁ ଦୁନିଆର ସବୁଠାରୁ ବଡ ହ୍ଵିସ୍କି ବୋତଲ ବୋଲି କୁହାଯାଇଛି । ଆକ୍ସନରେ ଜଣେ ବ୍ୟକ୍ତି ଏହାକୁ 1.4 ମିଲିୟନ ଡଲାର ଦେଇ କିଣିଛନ୍ତି । ଏହି ହ୍ଵିସ୍କି ବୋତଲର ନାମ The Intrepid ଅଟେ ।

Auction House Lyon And Turnbull ଅନୁଯାୟୀ, ଏହି ବୋତଲ 5 ଫୁଟ 11 ଇଞ୍ଚ ଲମ୍ବା ଅଟେ । ଏହାର ସାଇଜ କାରଣରୁ ଏହାର ନାମ Guinness World Record ରେ ମଧ୍ୟ ଲେଖାଯାଇଛି । ଏହାକୁ ଦୁନିଆର ସବୁଠାରୁ ବଡ ହ୍ଵିସ୍କି ବୋତଲର ଆଖ୍ୟା ଦିଆଯାଇଛି ।

ଏହି ବୋତଲରେ 311 ଲିଟର ହ୍ଵିସ୍କି ଭର୍ତ୍ତି ଅଛି । ଗୋଟିଏ ନର୍ମାଲ ସାଇଜର ହ୍ଵିସ୍କି ବୋତଲ ସହିତ ତୁଳନା କଲେ ଏଥିରେ ପ୍ରାୟ 444 ଟି ହ୍ଵିସ୍କି ବୋତଲ ଯେତିକି ହ୍ଵିସ୍କି ଭର୍ତ୍ତି ହୋଇଛି । ନିକଟରେ ଏହି ବୋତଲକୁ ଅନଲାଇନ୍ ଆକ୍ସନରେ ରଖାଯାଇଥିଲା । ଯେଉଁଠାରେ ଜଣେ ବ୍ୟକ୍ତି ଏହାକୁ 10 କୋଟି ଟଙ୍କାରୁ ଅଧିକ ଦେଇ ଏହାକୁ କିଣିଦେଲେ ।

ରିପୋର୍ଟ୍ ଅନୁଯାୟୀ, ଏହାକୁ ବର୍ତ୍ତମାନ ସୁଦ୍ଧା ସବୁଠାରୁ ମହଙ୍ଗା ମଦ ବୋଲି କୁହାଯାଉଛି । ଏହି ମଦ 1989 ରେ ତିଆରି ହୋଇଥିବା Macallan ର Luxury Single Malt Scotch Whisky ଅଟେ । ଆକ୍ସନ୍ କରୁଥିବା ସଂସ୍ଥା କହିଛି ଯେ ଏହା ” ହଳଦିଆ ସୁନା” ଅଟେ । ଏହାର ସ୍ଵାଦ ସେଓ ପରି ମିଠା ଅଟେ ।

କୁହାଯାଉଛି ଯେ Macallan ସ୍କଟଲାଣ୍ଡର ସବୁଠାରୁ ପୁରୁଣା ଡିଷ୍ଟିଲରୀ( ମଦ ତିଆରି କରିବାର ସ୍ଥାନ) ମଧ୍ୟରୁ ଗୋଟିଏ ଅଟେ । ଏହାର ହ୍ବିସ୍କି ବୋତଲଗୁଡ଼ିକ ସାରା ଦୁନିଆରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥାଏ । ସ୍କଟଲାଣ୍ଡ ଦୁନିଆର ସବୁଠାରୁ ପ୍ରସିଦ୍ଧ ହ୍ବିସ୍କି ତିଆରି କରିବାର ସ୍ଥାନ ଅଟେ । ଜନି ୱାକର, ଭାଲେଣ୍ଟାଇନ ଏବଂ ଗ୍ରାଣ୍ଟ ଭଳି ମୁଖ୍ୟ ବ୍ରାଣ୍ଡ ଗୁଡ଼ିକର ମୂଳ ଏହି ଦେଶରେ ରହିଛି ।

Leave A Reply

Your email address will not be published.