ରାତିରେ ଫ୍ରିଜରେ ରଖିଲେ ଖାଇବା, ସକାଳେ ଉଠି ଖାଇବାରୁ କାଟିବାକୁ ପଡ଼ିଲା ଆଙ୍ଗୁଳି ଏବଂ ଦୁଇ ପାଦ,ଆପଣ ମଧ୍ୟ ରୁହନ୍ତୁ ସତର୍କ

0

Get real time updates directly on you device, subscribe now.

ଆମକୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ବହୁତ୍ ଜରୁରୀ ହୋଇପଡିଛି । ତେଣୁ ଆମକୁ ଖାଦ୍ୟ ଠିକ୍ ସମୟରେ ଏବଂ ତାଜା ଖାଦ୍ୟ ଖାଇବା ଉଚିତ୍ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଏପରି ହୋଇପାରୁ ନାହିଁ । ଆମେ ପ୍ରାୟ ରାତି ଖାଇବା ବଞ୍ଚାଇ ଫ୍ରିଜରେ ରଖିଦିଅନ୍ତି ଏବଂ ତାକୁ ପରଦିନ ଖାଆନ୍ତି । ଆମକୁ ହୁଏତ ଏହା ସାଧାରଣ କଥା ଲାଗିପାରେ, କିନ୍ତୁ ଆମର ଏହି ଅଭ୍ୟାସ ସାଙ୍ଘାତିକ ହୋଇପାରେ ।

ଆଜ୍ଞା ହଁ, ଇଂଲଣ୍ଡରେ ରହୁଥିବା ଯୁବକଙ୍କର କେବଳ ଏଥିପାଇଁ ଆଙ୍ଗୁଠି ଏବଂ ଦୁଇ ପାଦ କାଟିବାକୁ ପଡ଼ିଲା, କାରଣ ସେ ରାତିରେ ରହିଥିବା ବାକି ଖାଇବା ଫ୍ରିଜରେ ରଖିଦେଇଥିଲେ ଏବଂ ତାକୁ ସକାଳେ ଖାଇଥିଲେ । ବହୁତ୍ କଷ୍ଟରେ ତାର ଜୀବନ ତ ବଞ୍ଚିଗଲା, କିନ୍ତୁ ସବୁଦିନ ପାଇଁ ସେ ବିକଳାଙ୍ଗ ହୋଇଗଲା ।

ସାଙ୍ଗ ନେଇକି ଆସିଥିଲା ହୋଟେଲରୁ ଖାଇବା :-

ନ୍ୟୁ ଇଂଲଣ୍ଡ ଜର୍ଣାଲ ଅଫ ମେଡ଼ିସିନର ରିପୋର୍ଟ୍ ଅନୁଯାୟୀ, ଜେସି ନାମକ ଯୁବକ, ଯିଏକି ପାଠ ପଢେ, ସେ ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖାଇଥିଲା । ଯାହା ପରେ ତାଙ୍କର ଅବସ୍ଥା ଖରାପ୍ ହୋଇଗଲା । ସୂଚନା ଅନୁଯାୟୀ, ତାଙ୍କ ସାଙ୍ଗ ସେହି ଖାଇବା ରାତିରେ ହୋଟେଲରୁ ଆଣିଥିଲେ । ଖାଇବାରେ ନୁଡ଼ଲ ଏବଂ ଚିକେନ ଥିଲା ।

ଜେଶି ଖାଇବାକୁ ଫ୍ରିଜରେ ରଖିବାକୁ କହିଥିଲେ ଏବଂ ସୋଇପଡ଼ିଥିଲେ । ସକାଳେ ଯେତେବେଳେ ସେ ଉଠିଲେ, ସେତେବେଳେ ଜଳଖିଆରେ ସେ ସେହି ଖାଇବା ଖାଇଦେଲେ ଏବଂ ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଲା । ତାଙ୍କୁ ଜୋରରେ ଜ୍ଵର ହୋଇଗଲା । ଯେତେବେଳେ ତାଙ୍କ ଅବସ୍ଥା ଅଧିକ ବିଗିଡିବାରେ ଲାଗିଲା, ସେତେବେଳେ ତାଙ୍କୁ ଡାକ୍ତରଖାନା ନିଆଗଲା ।

କିଡନୀ କାମ କରିବା ବନ୍ଦ୍ କରିଦେଇଥିଲା :-

ଯେତେବେଳେ ଜେଶିଙ୍କୁ ହସ୍ପିଟାଲ୍ ନିଆଗଲା ଏବଂ ଯାଞ୍ଚ କରାଗଲା, ସେତେବେଳେ ତାଙ୍କ ଦେହର ରଙ୍ଗ ବାଇଗଣୀ ରଙ୍ଗ ଦେଖାଯିବା ଆରମ୍ଭ ହୋଇଥିଲା । ଡାକ୍ତର କହିଲେ ଯେ ତାଙ୍କ କିଡନୀ ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା । ଏହାଦ୍ବାରା ତାଙ୍କ ଶରୀରରେ ବିଷ ବ୍ୟାପିବାରେ ଲାଗିଥିଲା । ଜେଶୀଙ୍କ ରିପୋର୍ଟରେ ବ୍ୟାକ୍ଟେରଆ ମିଳିଲା, ଯେଉଁଥିରୁ ଜଣାପଡ଼ିଲା ଯେ ତାଙ୍କୁ ସେପ୍ସିସ ହୋଇଯାଇଥିଲା । 20 ଘଣ୍ଟା ପୂର୍ବରୁ ନର୍ମାଲ ଥିବା ଯୁବକଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ବଞ୍ଚାଇବା ମଧ୍ୟ କଷ୍ଟକର ଥିଲା ।

କାଟିବାକୁ ପଡ଼ିଲା ଦୁଇ ପାଦ ଏବଂ ଆଙ୍ଗୁଳି :-

ରିପୋର୍ଟରେ ତାଙ୍କ ଶରୀରରେ ବ୍ୟାକ୍ଟେରିଆଲ ଇନ୍ଫେକ୍ସନ ହୋଇଥିବା ଜଣାପଡ଼ିଲା । ସେପ୍ସିସ କାରଣରୁ ତାଙ୍କ ଶରୀରରେ ବିଷ ବ୍ୟାପି ଯାଉଥିଲା । ଏପରି ପରିସ୍ଥିତିରେ ଡାକ୍ତରଙ୍କୁ ଇନ୍ଫେକ୍ସନ ରୋକିବାପାଇଁ ତାଙ୍କ ଆଙ୍ଗୁଳି କାଟିବାକୁ ପଡିଲା ।

ଏହାପରେ ତାଙ୍କର ଦୁଇ ପାଦକୁ ମଧ୍ୟ କାଟିବାକୁ ପଡ଼ିଲା । ତାଙ୍କର ରକ୍ତ ମଧ୍ୟ ଜମିବାକୁ ଲାଗିଥିଲା । ଏହାପରେ ସେ କୋମା ଚାଲିଗଲେ । ପ୍ରାୟ 26 ଦିନ ପରେ ଯେସିଙ୍କୁ ହୋସ ଆସିଗଲା, କିନ୍ତୁ ସେ ସାରା ଜୀବନ ପାଇଁ ବିକଳାଙ୍ଗ ହୋଇ ସାରିଥିଲେ ।

Leave A Reply

Your email address will not be published.