ଜିଓର ଜବରଦସ୍ତ ଅଫର୍ : ପଇସା ନ ପକାଇ ମଧ୍ୟ ଚଲାଇ ପାରିବେ ଇଣ୍ଟରନେଟ,ଜାଣନ୍ତୁ କିପରି ?

0

Get real time updates directly on you device, subscribe now.

ଜିଓ ଦେଶର ସବୁଠାରୁ ବଡ଼ ଟେଲିକମ କମ୍ପାନୀ ଅଟେ। ୟୁଜର ବେସ ମାମଲାରେ କମ୍ପାନୀ ଅନ୍ୟ ବ୍ରାଣ୍ଡସ ଠାରୁ ଆଗରେ ରହିଛି। ମାର୍କେଟରେ ନିଜର ସ୍ଥିତି ବନାଇ ରଖିବାପାଇଁ କମ୍ପାନୀ ବହୁତ ଅଫର୍ସ ଆଣୁଛି। ବ୍ରାଣ୍ଡସ ର ପୋର୍ଟଫୋଲିଓରେ ମଧ୍ୟ ଏମିତି ଏକ ପ୍ଲାନ ରହିଛି, ଯିଏକି ଟଙ୍କା ନହେବା କାରଣରୁ ଆପଣଙ୍କୁ ଇଣ୍ଟରନେଟ ଚଲାଇବାର ସୁଯୋଗ ଦେଇଥାଏ। ଆସନ୍ତୁ ଜାଣିବା ଜିଓ ର ଏହି ପ୍ଲାନ ବିଷୟରେ।

କମ୍ପାନୀ ଡେଟା ଲୋନର ସୁବିଧା ପ୍ରଦାନ କରିଛି। ଯାହାଦ୍ୱାରା ଆପଣଙ୍କ ପାଖରେ ଟଙ୍କା ନଥିବା ସତ୍ତ୍ୱେ ମଧ୍ୟ ଆପଣ ଇଣ୍ଟରନେଟ ବ୍ୟବହାର କରିପାରିବେ। ବ୍ରାଣ୍ଡ ଏହି ଜିଓ ଏମରଜେନ୍ସି ଡାଟା ବାଉଚର ସୁବିଧାକୁ ବହୁତ ପୂର୍ବରୁ ଲଞ୍ଚ କରିଥିଲା। ଏହି ଫାସିଲିଟି ଏବେବି ଉପଲବ୍ଧ ରହିଛି ଓ ଆପ କମ୍ପାନୀ ଇଣ୍ଟରନେଟ ଉଧାର ନେଇପାରିବେ।

ଯଦି ଆପଣ କେବେ ଅସୁବିଧାରେ ପଡ଼ୁଛନ୍ତି ଓ ଆପଣଙ୍କ ପାଖରେ ପଇସା ନାହିଁ ତାହେଲେ ଏହି ସୁବିଧା ବ୍ୟବହାର କରିପାରିବେ। ଆପଣଙ୍କୁ MyJio ଆପ କୁ ଯାଇ ଡାଟା ଲୋନ ନେବାକୁ ହେବ।

କେମିତି ମିଳିବ ଜିଓ ଡାଟା ଲୋନ? :-

ୟୁଜର୍ସଙ୍କୁ ସର୍ବପ୍ରଥମେ My Jio ଆପ ଇଂଷ୍ଟେଲ କରି ଲଗ ଇନ କରିବାକୁ ହେବ ଓ ନିଜର ମୋବାଇଲ ନମ୍ବର ଆପଣ ବ୍ୟବହାର କରିପାରିବେ। ଆପ ଓପନ ହେବାପରେ ଆପଣଙ୍କୁ ବାମପଟ ଶୀର୍ଷରେ ଥିବା ମେନୁ ଅପ୍ସନକୁ ଯିବାପାଇଁ ହେବ।

ଏଠାରେ ଆପଣଙ୍କୁ ମୋବାଇଲ ସର୍ଭିସେସ ଅପ୍ସନ ମିଳିବ। ଏବେ ଆପଣଙ୍କୁ ଏମରଜେନ୍ସି ଡାଟା ବାଉଚରକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଆକ୍ଟିଭେଟ ନାଓ ଅପ୍ସନରେ କ୍ଲିକ କରିବାକୁ ହେବ। ଏହିପରି ଭାବରେ ଆପଣ ଡାଟା ଲୋନ ନେଇପାରିବେ।

କେତେ ମିଳେ ଏହି ଡାଟା ଲୋନ? :-

ଜିଓ ର ଏହି ଫିଚର୍ସ ସହାୟତାରେ ଆପଣଙ୍କୁ 2 GB ଡାଟା ଲୋନ ମିଳିବ। ଏହାର ଦାମ 25 ଟଙ୍କା ଅଟେ। ଏହାର ଅର୍ଥ ଆପଣଙ୍କୁ ଏଥିପାଇଁ ପେମେଣ୍ଟ କରିବାକୁ ହେବ। ଏହାର ପେମେଣ୍ଟ ମଧ୍ୟ ଆପଣ My Jio ଆପ ଜରିଆରେ କରିପାରିବେ। ଏହାର ଫାସିଲିଟି ସମସ୍ତ ପ୍ରିପେଡ ୟୁଜର୍ସଙ୍କୁ ମିଳେ।

ଲୋନ ପେମେଣ୍ଟ କରିବାପାଇଁ ଆପଣଙ୍କୁ ସର୍ବପ୍ରଥମେ My Jio ଆପକୁ ଯିବାପାଇଁ ହେବ। ଏଠାରେ ଆପଣଙ୍କୁ ଏମରଜେନ୍ସି ଡାଟା ବାଉଚର ଅପ୍ସନରେ କ୍ଲିକ କରିବାକୁ ହେବ। ଏହାପରେ ଆପଣଙ୍କୁ ପ୍ରୋସିଡ଼ ରେ କ୍ଲିକ କରନ୍ତୁ। ପେ ଉପରେ ଟାପ କରନ୍ତୁ ପେମେଣ୍ଟ ହୋଇଯିବ।

Leave A Reply

Your email address will not be published.