ଚାଷୀ ମାନଙ୍କ ପାଇଁ ଖୁସି ଖବର : ପ୍ରଧାନମନ୍ତ୍ରୀ ମୋଦି ଏହି ତାରିଖରେ ପଠାଇବେ ଟଙ୍କା,ଜାଣନ୍ତୁ କେବେ ?

0

Get real time updates directly on you device, subscribe now.

ଭାରତ ସରକାର ବର୍ତମାନ ନାନା ପ୍ରକାର ସୁବିଧା ସୁଯୋଗ କରିଦେଉଛନ୍ତି ଭାରତ ବାସୀ ଙ୍କ ପାଇଁ । ଅନେକ ସ୍କିମ୍ମ କରିଦେଉଛନ୍ତି ଯେଉଁ ଥିରେ ଅନେକ ପଛୁଆ ବର୍ଗ ର ଲୋକ ମାନଙ୍କୁ ପଇସା ମଧ୍ୟ ମିଳୁଛି । ତେବେ ଏହା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ତରଫ ରୁ ଅନେକ ପ୍ରକାର ସ୍କିମ୍ ଆସିଥାଏ । ତେବେ ଅନେକ ସମୟ ରେ ଉଭୟ ସରକାର କୃଷକ ଙ୍କ ସାହାଯ୍ୟ ପାଇଁ ବ୍ୟାଙ୍କ୍ ରେ ଖାତା ଖୋଲାଇଥାନ୍ତି ଓ ସେହି ଖାତା ରେ ସେମାନଙ୍କ ସ୍କିମ୍ ଅନୁସାରେ ପ୍ରତ୍ୟେକ ଙ୍କୁ କିଛି କିଛି ପଇସା ଦେଇଥାନ୍ତି । ତେବେ ସେହି ସ୍କି ମ୍ ର ଅଧିକୃତ ହେବା ପାଇଁ କିଛି କିଛି କ୍ରାଇଟରିଆ ରହିଥାଏ ଯାହାକୁ ସେହି ଅନୁସାରେ ଠିକ୍ ଠିକ୍ ଫିଲ ଅପ୍ କରିବାକୁ ପଡ଼ିଥାଏ । ତେବେ ରହିଛି କେନ୍ଦ୍ର ସରକାରଙ୍କ ପିମ୍ କିଶାନ ଯୋଜନା । ଚାଷୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନା ବାହାର କରିଛନ୍ତି । ତେବେ ଏହି ଯୋଜନା ର ୧୧ ତମ କିସ୍ତି ମିଳିବା ସମୟ ଆସିଚି ।

ପ୍ରଥମେ କୃଷକ ମାନଙ୍କୁ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତା ପରେ ସେମାନଙ୍କର ବ୍ୟାଙ୍କ୍ ଖାତା ଖୋଲା ଯାଇଥିଲା । ସେମାନଙ୍କ ଖାତା କୁ ମାସିକ ୬୦୦୦ ଟଙ୍କା ଦିଆଯାଉଥିଲା । ତେବେ ଆକାଉଣ୍ଟକୁ ୬୦୦୦ ବଦଳରେ ଆସିବ ୧୨୦୦୦ । ଅର୍ଥାତ ପ୍ରତି ୪ ମାସରେ ୨୦୦୦ ଟଙ୍କା ଦିଆଯାଉଥିବା ବେଳେ ୪୦୦୦ ମିଳିବ । ତେବେ ମୋଦି ସରକାର ସମ୍ପୂର୍ଣ୍ଣ ଦେଶରେ ୯.୭୫ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ୧୯,୫୦୦ କୋଟି ଟଙ୍କା ପଠାଇଥିଲେ । ତେବେ ବର୍ତମାନ ଜଣା ପଡ଼ିଛି ଯେ ୬୦୦୦ ଟଙ୍କା ଟି ୧୨୦୦୦ ଟଙ୍କା କରାଯାଇଛି ବୋଲି । ୧୨ କୋଟିରୁ ଅଧିକ ଚାଷୀଙ୍କ ପାଇଁ ପିମ୍ କିଶାନ ର ୧୧ ତମ କିସ୍ତିକୁ ନେଇ ଏକ ବଡ଼ ଖବର ଅଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିସାନ ସମ୍ମାନ ନିଧି ଯୋଜନାର ଏକାଦଶ କିସ୍ତି ଦେଶର କୃଷକମାନଙ୍କୁ ଶିମଲାରୁ ୩୧ ମଇରେ ରିଲିଜ କରିବେ । ତେବେ ପିମ୍ କିଶାନ ର ନୂତନ ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଯାଞ୍ଚ କରିବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । ଘରେ ରହି ଆପଣ ନିଜ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟରରୁ ମାଧ୍ୟମରେ ତାଲିକା ଦେଖିପାରିବେ ।

Leave A Reply

Your email address will not be published.