ଆଇପିଏଲରୁ‌ ଘରକୁ ଫେରିଲେ ଧାୱନ, ବାପା ଜମେଇକି ମାରିଲେ ଲାତ-ବିଧା, ବଞ୍ଚାଇବାକୁ ଆସିଲା ପୋଲିସ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଇଣ୍ଡିଆନ ପ୍ରିମିମର ଲିଗର ୧୫ତମ ସଂସ୍କରଣର ଅନ୍ତିମ ପର୍ଯ୍ୟାୟ|ଲିଗର ଶେଷ ସପ୍ତାହ ବାକି ରହିଛି ଓ କେବଳ ୨ଟି ମ୍ୟାଚ ବାକି ରହିଛି|ଏହାମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଜମେଇକି ଭାଇରାଲ ହେଉଛି|ଏହି ଭିଡିଓରେ ସଲାମୀ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ବାପା ତାଙ୍କର ଧୁଲାଇ କରୁଥିବା ଦେଖାଯାଇଛି|

ଏହି ଭିଡିଓକୁ ଧାବନ ନିଜେ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି|ଭିଡିଓରେ ଦେଖାଯାଏ ଯେତେବେଳେ ଧାବନ ଘରେ ପସନ୍ତି ତାଙ୍କ ବାପା ତାଙ୍କ ଉପରେ ପ୍ରହାର କରିବା ଆରମ୍ଭ କରନ୍ତି|ପ୍ରଥମେ ସେ ଶିଖରକୁ ସେ ଏକ ଥାପଡ ମାରନ୍ତି|ଏହାପରେ ଧକ୍କା ଦେଇ ପକାଇ ଦିଅନ୍ତି ଓ ଲାତ ମାରନ୍ତି|ସେତେବେଳେ ଏହା ଦେଖି ପାଖରେ ଥିବା ପୋଲିସବାଲା ତାଙ୍କୁ ଅଟକାଇବାକୁ ଚେଷ୍ଟା କରେ|ଯଦିଓ ଏହି ଭିଡିଓ କେବଳ ଧାୱନ ଏଣ୍ଟରଟେନମେଣ୍ଟ ପାଇଁ ବନାଇଥିଲେ|

ଶିଖର ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି,”ନକ ଆଉଟରେ କ୍ୱଲିଫାଏ ନହେବାରୁ ମୋତେ ପାପା ନକ ଆଉଟ କଲେ”|ଧାୱନଙ୍କ ଏହି ଭିଡିଓ ସେୟାର କରିବା ପରେ ଫ୍ୟାନ ଜମେଇକି କମେଣ୍ଟ ଓ ଲାଇକ କରୁଛନ୍ତି|ପୂର୍ବ ଭାରତୀୟ ସ୍ପିନର ହରଭଜନ ସିଂ ପ୍ରଶଂସା କରି କହିଛନ୍ତି ,”ସେ ରିଲରେ ଭଲ ଅଭିନୟ କଲେ”|ଭଜି କହିଛନ୍ତି ଵାପାତୋ ଠାରୁ ମଧ୍ୟ ଉର୍ଦ୍ଧ୍ବରେ ଅଭିନେତା ବାହାରିଲେ|ଧାୱନର ଟିମ ମେଟ୍ ହରପ୍ରିତ ବରାପ ଲେଖିଛନ୍ତି,”ଅଙ୍କଲ ଏଵେ ରାଗରେ ନିଆଁ”|

ଶିଖର ଧାୱନଙ୍କ ପାଇଁ ଏହି ସିଜନ ଭଲ ଗଲା|ପଞ୍ଝାବ କିଙ୍ଗ୍ସର ବ୍ୟାଟ୍ସମ୍ୟାନ୍ ଧାୱନ ୧୪ ମ୍ୟାଚରୁ ୩୮.୩୩% ହାରରେ ୪୬୦ ରନ କରିଛନ୍ତି|ସେ ଆଇପିଲରେ ଲଗାତାର ରନ ବନାଉଛନ୍ତି|ପୂର୍ବ ୭ ସିଜନ୍ ରେ ଲଗାତାର ୪୫୦ ରୁ ଉର୍ଦ୍ଧ୍ବ ରନ ବନାଇଛନ୍ତି|ଯଦିଓ ଏହି ପ୍ରଦର୍ଶନର ପୁରସ୍କାର ମିଳିଲା ନାହିଁ ଓ ଆଗାମୀ ସିରିଜ ପାଇଁ ଭାରତୀୟ ଦଳରେ ଜାଗା ମିଳିଲା ନାହିଁ|ଧାୱନକୁ ଆଇପିଏଲ ୨୦୨୨ ମେଗା ନିଲାମୀରେ ପଞ୍ଝାବ କିଙ୍ଗ୍ସ ୮.୨୫ କୋଟି ଟଙ୍କାରେ କିଣିଥିଲେ|

ପଞ୍ଝାବ କିଙ୍ଗ୍ସର ପ୍ରଦର୍ଶନ ଏହି ସିଜନରେ ଭଲ ହେଲାନାହିଁ|ପଞ୍ଝାବ କିଙ୍ଗ୍ସ ଆଇପିଏଲ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଥିଲା|ପ୍ଲେ ଅଫ ରେ କ୍ୱଲିଫାଏ କରିବା ପାଇଁ ତାକୁ ଆଉ ଗୋଟିଏ ବିଜୟର ଆବଶ୍ୟକତା ଥିଲା କିନ୍ତୁ ମୟଙ୍କ ଅଗ୍ରୱାଲଙ୍କ ନେତୃତ୍ୱରେ ଦଳ ପଛରେ ରହିଗଲା|

Leave A Reply

Your email address will not be published.