8 ରୁ 9 ବର୍ଷର ଦୁଇଟି ପିଲା ଘର ଆଲମାରୀରୁ ଉଡ଼ାଇଲେ 4 ଲକ୍ଷ ଟଙ୍କା ଓ ସେହି ସ୍ଥାନରେ ରଖିଦେଉଥିଲେ ଚିଲଡ୍ରେନ ବ୍ୟାଙ୍କ ନୋଟ

0

Get real time updates directly on you device, subscribe now.

ଦୁଇଟି ଛୁଆ ନିଜ ଘର ଆଲମାରୀରୁ ବହୁତ ଚାଲାକ ଭାବରେ 4 ଲକ୍ଷ ଟଙ୍କା ଗାୟବ କରିଦେଲେ ଓ ପରିବାର ଲୋକଙ୍କୁ ଯେତେବେଳେ ଏହି ବିଷୟରେ ଜଣାପଡ଼ିଲା ତ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇ ରହିଗଲେ। ଏହି ଘଟଣାଟି ହେଉଛି ହାଇଦ୍ରାବାଦର ଜିଦିମେତଲା ଅଞ୍ଚଳର। 8 ରୁ 9 ବର୍ଷର ଦୁଇଟି ପିଲା ଏକମାସ ଧରି ନିଜ ଘର ଆଲମାରୀରୁ ଟଙ୍କା ଚୋରି କରିବାକୁ ଲାଗିଲେ ଓ ସେହି ସ୍ଥାନରୁ ସେ ଯେତେ ଟଙ୍କା ନେଉଥିଲେ ସେତିକି ନକଲି ନୋଟ ସେ ରଖିଦେଉଥିଲେ। ମାଆ-ବାପା ଙ୍କୁ ଏହା ବିଷୟରେ ଠୋସ ଖବର ଟିକେ ମିଳିନଥିଲା କିନ୍ତୁ ଯେତେବେଳେ ପ୍ୟାରେଣ୍ଟସ ଦେଖିଥିଲେ ନକଲି ନୋଟ ଆଲମାରୀରୁ ବାହାରୁଛି ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା।

ବାପା ଆଲମାରୀରେ ଟଙ୍କା ରଖୁଥିବାର ଦେଖିବାକୁ ମିଳିଥିଲା:-

ରିପୋର୍ଟ ଅନୁସାରେ, ଏହି 8 ରୁ 9 ବର୍ଷର ପିଲା ଦୁହେଁ ଏକମାସ ପୂର୍ବରୁ ନିଜ ବାପାଙ୍କୁ ଆଲମାରୀରେ ଟଙ୍କା ରଖୁଥିବାର ଦେଖିଥିଲେ ଓ ସେ ଏହିକଥା ପଡ଼ୋଶୀ ଘରର କୈଶୋର ଯାହାର ବୟସ 14 ବର୍ଷ ହେବ ତାଙ୍କୁ କହିଥିଲେ।

ପଡ଼ୋଶୀ ଘର ପିଲାକୁ ଦେଉଥିଲେ ଅସଲି ନୋଟ:-

ପୋଲିସ ଅନୁସାରେ, ଦୁଇ ପିଲା ପଡ଼ୋଶୀ ଘର କୈଶୋରକୁ ଅସଲି ନୋଟ ଦେଇ ସେହି ସ୍ଥାନରେ ‘ଚିଲଡ୍ରେନ ବ୍ୟାଙ୍କ’ ନକଲି ନୋଟ ରଖିଦେଉଥିଲେ। ଏହି କାମ ସେ ଲଗାତାର ଏକମାସ ଧରି କରିଥିଲେ ଯାହାଦ୍ୱାରା ସେ ମୋଟ 4 ଲକ୍ଷ ଟଙ୍କା ଏମିତି ଚୋରି କରିଥିଲେ। ପିଲାଙ୍କ ପ୍ୟାରେଣ୍ଟସ ଅଭିଯୋଗ କରିବାପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି। ଜଣାଇଦେଉଛୁ, ଶିବ ଶଙ୍କର ଫାର୍ମା କମ୍ପାନୀରେ କାମ କରନ୍ତି।

ପିଲାଟି 4 ଲକ୍ଷ ଟଙ୍କାରେ କଲା ଏମିତି କିଛି:-

ଜିଦିମେତଲା ଥାନା ଇନ୍ସପେକ୍ଟର କେ. ବଳରାଜ କହିଥିଲେ, ପଡ଼ୋଶୀ ଘର କୈଶୋରର କହିବା ଅନୁଯାୟୀ ଦୁଇ ଭାଇ ଚୋରି କରିବା ଆରମ୍ଭ କରିଦେଲେ ଓ ସେହି ସ୍ଥାନରେ ‘ଚିଲଡ୍ରେନ ବ୍ୟାଙ୍କ’ ନକଲି ନୋଟ ଭରି ଦେଇଥିଲେ। ଏକମାସ ଭିତରେ ସେମାନେ ଫିଲ୍ମ ଟିକଟ, ଖାଇବା ଖର୍ଚ୍ଚ, ଘଣ୍ଟା କିଣିବା, ମୋବାଇଲ ଇତ୍ୟାଦିରେ 4 ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ଆଲମାରୀରେ ଟଙ୍କା ଚେକ କରିବାପରେ ମାତା-ପିତା ନକଲି ନୋଟ ପାଇଥିଲେ ଓ ନିଜ ପିଲାଙ୍କୁ ପଚାରିବା ପରେ ସେମାନେ ସବୁ ସତକଥା କହିଦେଇଥିଲେ।

Leave A Reply

Your email address will not be published.