ଖୁସିଖବର, ଇ ସାଇକେଲ କିଣିଲେ ସରକାର ଦେବେ 30 ହଜାର ଟଙ୍କା ପର୍ଯ୍ୟନ୍ତ ସବ୍ସିଡି, ଜାଣନ୍ତୁ କିଏ ନେଇପାରିବେ ଏହି ଫାଇଦା

0

Get real time updates directly on you device, subscribe now.

ଦିଲ୍ଲୀ ସରକାର୍ ଖୁବଶିଘ୍ର ଇ ସାଇକେଲ କିଣିବାକୁ ଯାଉଥିବା ଲୋକମାନଙ୍କୁ ଉପହାର ଦେବାକୁ ଯାଉଛନ୍ତି । ଦିଲ୍ଲୀରେ AAP ସରକାର ଆଗାମୀ ଦିନରେ ଇ ସାଇକେଲ ଉପରେ ସବ୍ସିଡି ଦେବାକୁ ନେଇ ଗାଇଡଲାଇନ ଜାରି କରିବେ । ଦିଲ୍ଲୀବାସୀଙ୍କ ପାଇଁ ସରକାରଙ୍କ ତରଫରୁ ଆଉ ଗୋଟିଏ ପାଦ ବଢ଼ାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ ଇ-ସାଇକେଲ କିଣିବା ଉପରେ ସବ୍ସିଡି ପ୍ରଦାନ ପାଇଁ କାର୍ଯ୍ୟକ୍ଷମ ଗାଇଡଲାଇନ ଆସନ୍ତା ସପ୍ତାହରେ ପ୍ରଦାନ କରାଯିବ । ରବିବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଗାଇଡଲାଇନରେ ସବ୍ସିଡି ଯୋଜନା ଅଧୀନରେ ଆସୁଥିବା କମ୍ପାନୀଗୁଡିକର ନାମ ଏବଂ ସବ୍ସିଡିର ଲାଭ ପାଇବାର ଉପାୟ ବିଷୟରେ ସବୁକିଛି କୁହାଯିବ ।

ଏହାପୂର୍ବରୁ ଏପ୍ରିଲରେ ଦିଲ୍ଲୀରେ AAP ସରକାର ଦିଲ୍ଲୀରେ ବିକ୍ରି ହୋଇଥିବା ପ୍ରଥମ 10,000 ଇ ସାଇକେଲ ଉପରେ ଗୋଟିଏ ସାଇକେଲ ପ୍ରତି 5,500 ଟଙ୍କାର ସବ୍ସିଡି ଦେବାକୁ ଘୋଷଣା କରିଥିଲେ ।

ସେହିପରି ପରିବହନ ମନ୍ତ୍ରୀ କୈଳାଶ ଗହଲୋତ କହିଛନ୍ତି ଯେ ଇ ସାଇକେଲ ପୂର୍ବରୁ 1000 କ୍ରେତାଙ୍କୁ ଦିଲ୍ଲୀ ଇଲେକ୍ଟ୍ରିକ୍ ଯାନ (ଇଭି) ନୀତି ଅନୁଯାୟୀ 2,000 ଟଙ୍କାର ଅତିରିକ୍ତ ସବ୍ସିଡି ମଧ୍ୟ ପ୍ରଦାନ କରାଯିବ ।

ଏହାବ୍ୟତୀତ ଦିଲ୍ଲୀ ସରକାର ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ହେଭି ଡ୍ୟୁଟି କାର୍ଗୋ ଇସାଇକେଲ ଏବଂ ଇ କାର୍ଟ ପ୍ରଥମେ 5000 କ୍ରେତାଙ୍କ ପାଇଁ 15,000 ଟଙ୍କା ସବ୍ସିଡି ଅନୁମୋଦନ କରିଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ ଇ-କାର୍ଟର ବ୍ୟକ୍ତିଗତ କ୍ରେତାଙ୍କୁ ପୂର୍ବରୁ ସବସିଡି ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଗାଡି କିଣୁଥିବା କମ୍ପାନୀକୁ 30 ହଜାର ଟଙ୍କା ସବସିଡି ଦିଆଯିବ ।

ଏହି ଯୋଜନା ଅଧୀନରେ ସବ୍ସିଡି ପାଇବା ପାଇଁ ଦିଲ୍ଲୀ ବାସିନ୍ଦାଙ୍କର ଏକ ଆଧାର କାର୍ଡ ଥିବା ଆବଶ୍ୟକ । ଏହି ସବସିଡିର ଲାଭ 25 ରୁ 30 ହଜାର ଟଙ୍କା ଇ-ସାଇକେଲ କିନିଲେ ଦିଆଯିବ । ଅନ୍ୟପକ୍ଷରେ, ଇ-କାର୍ଟ କ୍ଷେତ୍ରରେ ଏହା 90 ହଜାରରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଅନେକ ସ୍ଥାନରେ ଚାର୍ଜର ଲଗାଯାଇଛି :-

ସରକାର ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ସହରରେ ଚାର୍ଜିଂ ଭିତ୍ତିଭୂମି ସ୍ଥାପନ ଉପରେ ଧ୍ୟାନ ଦେଉଛନ୍ତି । ସୂଚନା ଅନୁଯାୟୀ, ସିଙ୍ଗଲ୍ ୱିଣ୍ଡୋ ସୁବିଧା ଅଧୀନରେ ସହରର ତିନୋଟି ଡିସକମ୍ – BRPL, BYPL ଏବଂ TPDDL – ଆବାସିକ ଆପାର୍ଟମେଣ୍ଟ, ମଲ୍, ବଜାର ଏବଂ ଡାକ୍ତରଖାନାର 112 ଟି ସ୍ଥାନରେ ଏପର୍ଯ୍ୟନ୍ତ 168 ଇଭି ଚାର୍ଜର ସ୍ଥାପନ କରିଛି । ଏହି ଚାର୍ଜରଗୁଡ଼ିକ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ BRPL ଲଗାଇଛି ।

Leave A Reply

Your email address will not be published.