ଏପଟେ କନ୍ୟା ଦେଉଥିଲା ପରୀକ୍ଷା, ସେପଟେ ବରର ହେଲା ମୃତ୍ୟୁ, ଖବର ଆସିବାରୁ ହୋଇଗଲେ ବେହୋସ୍

0

Get real time updates directly on you device, subscribe now.

ବିବାହର କିଛି ଦିନ ପରେ ହିଁ ଯଦି କୌଣସି ଝିଅର ସିନ୍ଦୁର ଲିଭିଯାଏ, ତେବେ ତା ଜୀବନରେ ବହୁତ୍ ବଡ ଝଡ ଆସିଯାଏ । ଏପରି ଗୋଟିଏ ଯନ୍ତ୍ରଣାଦାୟକ ଘଟଣା ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ ଜଣେ ବରର ହାତର ମେହେନ୍ଦି ମଧ୍ୟ ଲିଭି ନଥିଲା ଏବଂ ସେ ଦୁନିଆଁ ଛାଡି ଚାଲିଗଲା । ଯେତେବେଳେ କନ୍ୟା ଏ କଥା ଜାଣିଲା, ସେତେବେଳେ ସେ ବେହୋସ୍ ହୋଇଗଲା । ତେବେ ପ୍ରକୃତରେ ଏମିତି କଣ୍ ହେଲା, ଯାହା ବିବାହର କିଛି ଦିନରେ ମୃତ୍ୟୁ ବରକୁ ନେଇଗଲା ? ଚାଲନ୍ତୁ ଜାଣିବା ପ୍ରକୃତରେ ପୁରା ଘଟଣାଟି କଣ୍ ରହିଛି ।

ବାସ୍ତବରେ ଉଦୟପୁର ଜିଲ୍ଲାର ଫାଲାସିଆ ଅଞ୍ଚଳର ଲୋୟର ସିଗ୍ରିରେ ପ୍ରବୀଣ ମେଘୱାଲ ନାମକ ଜଣେ ବ୍ୟକ୍ତି ରହୁଥିଲେ । ସେ ମେ 19 ରେ ସାଇଲାନାର ବାସିନ୍ଦା ପ୍ରମିଲାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କ ସହ ରବିବାର ଦିନ ଗୋଗଲା ମଡେଲ ସ୍କୁଲକୁ ଯାଇ RSCIT ପରୀକ୍ଷା ପାଇଁ ହାଜର ହୋଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କ ସ୍ୱାମୀ ତାଙ୍କ ମାଉସୀଙ୍କ ପୁଅ ଲୋକେଶ ଏକ ବାଇକରେ ତାଙ୍କ ଶାଶୁଘର ସୈଳନା ବାହାରିଥିଲେ । ତାଙ୍କୁ ନିଜ ଶଳାକୁ କିଛି ବହି ଦେବାର ଥିଲା ।

ବାଇକରେ ପ୍ରବୀଣ ଏବଂ ଲୋକେଶ ଜାଡୋଲ-ଇଦର ଜାତୀୟ ରାଜପଥ -58 ରେ ସାଣ୍ଡାଉଲ ମାତା ନର୍ସରୀ ନିକଟରେ ଯାଉଥିଲେ । ବାଇକ ମଧ୍ୟ ବହୁତ୍ ସ୍ପିଡ ଥିଲା । ତା’ପରେ ଦୁହିଁଙ୍କର ବାଇକ ଉପରୁ କଣ୍ଟ୍ରୋଲ ହରାଇଦେଲେ ଏବଂ ଏହା କଲଭର୍ଟ ନିକଟରେ ଆକ୍ସିଡେଣ୍ଟ ହୋଇଗଲା । ବାଇକର ସ୍ପିଡ ଏତେ ଅଧିକ ଥିଲା ଯେ ଆକ୍ସିଡେଣ୍ଟ ହେତୁ ଏହା ଖଣ୍ଡ ଖଣ୍ଡ ହୋଇଗଲା । ଏହି ଦୁର୍ଘଟଣାରେ ଉଭୟ ଭାଇ ଗୁରୁତର ଆହତ ହୋଇଛନ୍ତି ।

କନ୍ୟାର କାନ୍ଦି କାନ୍ଦି ଅବସ୍ଥା ଖରାପ :-

ଦୁର୍ଘଟଣା ପରେ ଯାତ୍ରୀମାନେ ପୋଲିସକୁ ସୂଚନା ଦେଇଥିଲେ । ତା’ପରେ ହାଇୱେ ମୋବାଇଲ୍ ଭେଇକିଲ୍ ଏବଂ ଜାଡୋଲ୍ ପୋଲିସ୍ ଷ୍ଟେସନ ଘଟଣାସ୍ଥଳକୁ ଆସି ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ ଉଦୟପୁରର ମହାରଣା ଭୁପାଲ ଡାକ୍ତରଖାନାକୁ ନେଇ ଯାଇଥିଲେ । ତେବେ ଏଠାରେ ଚିକିତ୍ସା ସମୟରେ ଦୁହିଁଙ୍କର ସବୁଦିନ ପାଇଁ ନିଶ୍ୱାସ ଅଟକିଗଲା ।

ଗୋଟିଏ ପରିବାରରେ ଦୁଇ ଜଣଙ୍କ ମୃତ୍ୟୁ କାରଣରୁ ଶୋକର ବାତାବରଣ ସୃଷ୍ଟି ହୋଇଛି । ସମସ୍ତଙ୍କର କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଗଲାଣି । ଅନ୍ୟପଟେ ନୂଆ ବୋହୂର ମଧ୍ୟ ଅବସ୍ଥା ବହୁତ ଖରାପ । ତା ହାତରେ ଥିବା ମେହେନ୍ଦି ମଧ୍ୟ ଲିଭିନାହିଁ, ଆଉ ଏପଟେ ମଥାର ସିନ୍ଦୂର ଲିଭିଗଲା । ବିବାହର 4 ଦିନ ମଧ୍ୟରେ ସେ ବିଧବା ହୋଇଗଲେ । ବର୍ତ୍ତମାନ ଉଭୟ ବାପଘର ଏବଂ ନବବିବାହିତାଙ୍କ ଶାଶୁଘରେ ଦୁଃଖର ବାତାବରଣ ରହିଛି ।

Leave A Reply

Your email address will not be published.