କର୍ମଚାରୀମାନଙ୍କ ପାଇଁ ଖୁସି ଖବର,ବଢ଼ିବାକୁ ଯାଉଛି ଅବସର ବୟସ ଓ ପେନସନ ରାଶି !

0

Get real time updates directly on you device, subscribe now.

କର୍ମଚାରୀ ମାନଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର ଆସିପାରେ । ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ଦ୍ୱାରା ଏକ ପରାମର୍ଶ ଦିଆଯାଇଛି ଯେଉଁଥିରେ ଦେଶରେ କାର୍ଯ୍ୟ କରିବାର ବୟସ ସୀମା ବୃଦ୍ଧି କରାଯିବା ଉଚିତ ବୋଲି କୁହାଯାଇଛି । କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର ଆସିପାରେ, ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ଦ୍ୱାରା ଏକ ପରାମର୍ଶ ଦିଆଯାଇଛି ଯେଉଁଥିରେ ଦେଶରେ କାର୍ଯ୍ୟ କରିବାର ବୟସ ସୀମା ବୃଦ୍ଧି କରାଯିବା ଉଚିତ ବୋଲି କୁହାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି କହିଛି ଯେ ଦେଶରେ ଅବସର ବୟସ ବଢିବା ସହିତ ପେନସନ୍ ସିଷ୍ଟମ ମଧ୍ୟ ଆରମ୍ଭ କରାଯିବା ଆବଶ୍ୟକ ।

ବରିଷ୍ଠ ନାଗରିକ ସୁରକ୍ଷା:-

ରିପୋର୍ଟ ଅନୁସାର, ଏହି ପରାମର୍ଶ ଅନୁଯାୟୀ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସରେ ସର୍ବନିମ୍ନ ୨୦୦୦ ଟଙ୍କା ପେନସନ ଦିଆଯିବା ଆବଶ୍ୟକ । ଦେଶର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଅର୍ଥନୈତିକ ପରାମର୍ଶଦାତା କମିଟି ଉନ୍ନତ ବ୍ୟବସ୍ଥା କରିବାକୁ ସୁପାରିଶ କରିଛି। ଦକ୍ଷତା ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ଏହି ରିପୋର୍ଟ ଅନୁଯାୟୀ, ଯଦି କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟାକୁ ବଢ଼ାଇବାର ଅଛି ତେବେ ଅବସର ବୟସ ବଢାଇବାର ବହୁତ ଆବଶ୍ୟକତା ରହିଛି । ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ କମାଇବା ପାଇଁ ଏହା କରାଯାଇପାରିବ।
ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ନୀତି ପ୍ରସ୍ତୁତ କରିବା ଆବଶ୍ୟକ ଯାହା ଦ୍ୱାରା ଦକ୍ଷତା ବିକାଶ ହୋଇପାରିବ । କିନ୍ତୁ ସେମାନଙ୍କୁ ତାଲିମ ଦିଆଯିବା ଆବଶ୍ୟକ ।

Leave A Reply

Your email address will not be published.