କେମିତି ଖୋଲିବେ ପେଟ୍ରୋଲ ପମ୍ପ ? କେତେ ଟଙ୍କା କରିବାକୁ ହେବ ନିବେଶ ଓ କେମିତି ମିଳିବ ଲାଇସେନ୍ସ, ଜାଣନ୍ତୁ ସବୁକିଛି

0

Get real time updates directly on you device, subscribe now.

ଆର୍ଥିକ ଗତିବିଧିକୁ ବଜାୟ ରଖିବା ପାଇଁ ପେଟ୍ରୋଲ ପମ୍ପର ଉଚିତ ସୁବିଧା ବହୁତ ଆବଶ୍ୟକ ଅଟେ। ଏହାର କାରଣ ହେଉଛିକି ପବ୍ଲିକ ସେକ୍ଟର ଅଣ୍ଡରଟେକିଙ୍ଗ ତରଫରୁ ପେଟ୍ରୋଲ ପମ୍ପ ଖୋଲିବାକୁ ନେଇ ଲାଇସେନ୍ସ ଜାରି କରାଯାଏ। ଏହା ବ୍ୟତୀତ ପ୍ରାଇଭେଟ ସେକ୍ଟର କମ୍ପାନୀ ମଧ୍ୟ ପେଟ୍ରୋଲ ପମ୍ପ ଖୋଲିବାର ଲାଇସେନ୍ସ ଜାରି କରିଥାଏ। ଆମ ଦେଶରେ ବିପିସିଏଲ, ଏଚପିସିଏଲ, ଆଇଓସିଏଲ, ରିଲାଏନ୍ସ, ଏସାର ଅଏଲ, ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ଓ ଅଏଲ ଆଣ୍ଡ ନେଚୁରାଲ ଗ୍ୟାସ କର୍ପୋରେସନ ତରଫରୁ ଏହି ଲାଇସେନ୍ସ ଜାରି କରାଯାଏ।

ପେଟ୍ରୋଲ ପମ୍ପର କାରୋବାର କେହିବି କରିପାରିବ। ଆବେଦକଙ୍କର ବୟସ ଅତିକମରେ ୨୧ ବର୍ଷ ହୋଇଥିବା ଆବଶ୍ୟକ। ଓ ଅଧିକତମ ବୟସ ୫୫ ବର୍ଷ ହୋଇଥିବା ଆବଶ୍ୟକ। ଭାରତୀୟ ନାଗରିକ ହେବା ଆବଶ୍ୟକ। ଏନଆରଆଇ ମାମଲାରେ ଆବେଦକଙ୍କୁ ଅତିକମରେ ୧୮୨ ଦିନ ରହିବା ଜରୁରୀ ଅଟେ। ସାମାନ୍ୟ ବର୍ଗଙ୍କ ପାଇଁ ନ୍ୟୁନତମ ଶିକ୍ଷା ଦ୍ଵାଦଶ ଓ ଆରକ୍ଷିତ ବର୍ଗଙ୍କ ପାଇଁ ନ୍ୟୁନତମ ଶିକ୍ଷା ଦଶମ ଅଟେ। ସହରାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଗ୍ରାଜୁଏଟ ହେବା ଆବଶ୍ୟକ।

୧୫ ଲକ୍ଷରେ ଆରମ୍ଭ କରିପାରିବେ ବ୍ୟବସାୟ:-

ଏଥିରେ କୌଣସି ସନ୍ଦେହ ନାହିଁକି ପେଟ୍ରୋଲ ପମ୍ପ ଏକ ମୋଟା ଲାଭ ଥିବା ବ୍ୟବସାୟ ଅଟେ। କିନ୍ତୁ ଏଥିରେ ନିବେଶ ବଡ ହେବା ଆବଶ୍ୟକ। ଗ୍ରାମୀଣ କ୍ଷେତ୍ରରେ ପେଟ୍ରୋଲ ପମ୍ପ ଡିଲରସିପ ପାଇଁ ଅତିକମରେ ୧୫ଲକ୍ଷ ଟଙ୍କା ଆବଶ୍ୟକ ଅଟେ। ସହରାଞ୍ଚଳ ପାଇଁ ଅତିକମରେ ୩୦-୩୫ ଲକ୍ଷ ଟଙ୍କା ଆବଶ୍ୟକ। ଅଧିକତମ ୨କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ବ୍ଲକ ଲିଷ୍ଟେଡ଼ ଅଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିହେବ ନାହିଁ।

ଫଣ୍ଡରୁ ଏହିପରି ଯୋଡ଼ିପାରିବେ:-

ଫଣ୍ଡରୁ ଏକତ୍ର କରିବା ପାଇଁ ଆବେଦକଙ୍କର ବ୍ୟାଙ୍କ ଡିପୋଜିଟ, ବଣ୍ଡ ଏଣ୍ଡ ସେୟାର, ଫିକ୍ସ ଡିପୋଜିଟ, ମ୍ୟୁଚୁଆଲ ଫଣ୍ଡ, ନେସନାଲ ସେଭିଂ ସାର୍ଟିଫିକେଟ, ପୋଷ୍ଟ ଅଫିସ ସ୍କିମ ଓ ସେଭିଂ ସ୍କିମର ବ୍ୟବହାର କରିପାରିବେ। ଆବେଦକଙ୍କର ନିଜର ଜମି ଥିଲେ ଆହୁରି ଭଲ। ଆପଣ ଚାହିଁଲେ ଲମ୍ବା ସମୟ ପର୍ଯ୍ୟନ୍ତ ନିଜର ଜମି ଲିଜରେ ରହିଥିବା ଆବଶ୍ୟକ। ପେଟ୍ରୋଲ ପମ୍ପ ଖୋଲିବା ପାଇଁ ୮୦୦-୧୨୦୦ ସ୍କ୍ୱୟାର ମିଟରର ସ୍ପେସ ଜରୁରୀ ଅଟେ।

ଡ଼ିଲରସିପକୁ ନେଇ ବିଜ୍ଞାପନ ଜାରି କରାଯାଏ:-

ଅଏଲ ମାର୍କେଟିଂ କମ୍ପାନୀ ତରଫରୁ ସମୟ ସମୟରେ ପେଟ୍ରୋଲ ପମ୍ପ ଡିଲରସିପକୁ ନେଇ ବିଜ୍ଞାପନ ଜାରି କରାଯାଇଥାଏ। ଏହି ଆବେଦନ ଅଏଲ ମାର୍କେଟିଂ କମ୍ପାନୀର ୱେବସାଇଟରେ ଯାଇ କରିପାରିବେ। ଯଦି ନୂଆ କ୍ଷେତ୍ରରେ ପେଟ୍ରୋଲ ପମ୍ପ ଖୋଲିବାର ଯୋଜନା ଅଛି ତେବେ ଅଧିକାଂଶ ଆବେଦନ ଆସିବା ଉପରେ ଲଟେରୀ ସିଷ୍ଟମର ବ୍ଯବହାର କରାଯାଏ। ଏହା ବ୍ୟତୀତ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ସାର୍ଟିଫିକେଟ ଓ ଏନଓସି ଆବଶ୍ୟକ। ଫାୟାର ଡିପାର୍ଟମେଣ୍ଟ, ନଗର ନିଗମର ଅନୁମତି ଆବଶ୍ୟକ ହୋଇଥାଏ। ଏହା ବ୍ୟତୀତ କିଛି ଅନ୍ୟ ପ୍ରକାର ଲାଇସେନ୍ସ ମଧ୍ୟ ଆବଶ୍ୟକ ହୋଇଥାଏ।

୧। ପେଟ୍ରୋଲ ପମ୍ପ ଆରମ୍ଭ କରିବାର ନିୟମ ଓ ସର୍ତ୍ତ:-

ବୟସ: ଆବେଦକଙ୍କର ନ୍ୟୁନତମ ବୟସ ୨୧ ବର୍ଷ ଓ ଅଧିକତମ ବୟସ ୫୫ ବର୍ଷ ହେବା ଆବଶ୍ୟକ।

• ଆବେଦକ ଏକ ଭାରତୀୟ ନାଗରିକ ହେବା ଆବଶ୍ୟକ। ଏନଆରାଆଇ ମାମଲାରେ ଆବେଦକଙ୍କୁ ଭାରତରେ ୧୮୦ ଦିନ ରହିବା ଆବଶ୍ୟକ।

• ଜନ୍ମ ପ୍ରମାଣ ପତ୍ର: ଦଶମ ଶ୍ରେଣୀର ମାର୍କସିଟ।

• ଶିକ୍ଷା ଯୋଗ୍ୟତା: ସାମାନ୍ୟ ବର୍ଗଙ୍କ ପାଇଁ ଦ୍ଵାଦଶ ଶ୍ରେଣୀ ପାସ ହେବା ଆବଶ୍ୟକ। ଏସସି/ଏସଟି/ଓବିସି ବର୍ଗରଙ୍କ ପାଇଁ ଅତିକମରେ ଦଶମ ଶ୍ରେଣୀ ପାସ ହେବା ଆବଶ୍ୟକ।

• ସହରାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବାକୁ ହେଲେ ଆବେଦକଙ୍କୁ ଗ୍ରାଜୁଏଟ ହେବା ଆବଶ୍ୟକ।

• ସିସି୨ ବର୍ଗ ଅନ୍ତର୍ଗତ ସ୍ୱତନ୍ତ୍ରତା ସେନାନିୟୋଙ୍କ ପାଇଁ ନ୍ୟୁନତମ ଶିକ୍ଷା ଯୋଗ୍ୟତା ସର୍ତ୍ତ ଲାଗୁ ହୁଏନାହିଁ।

• ନ୍ୟୁନତମ ନିବେଶ ରାଶି: ଗ୍ରାମୀଣ କ୍ଷେତ୍ରରେ ଡ଼ିଲରସିପ ୧୫ ଲକ୍ଷ ଟଙ୍କାରୁ ଆରମ୍ଭ ହୁଏ।

• ଅଧିକତମ ନିବେଶ ରାଶି: ସହରାଞ୍ଚଳରେ ଡିଲରସିପ ପାଇଁ ୨କୋଟି କିମ୍ବା ତା ଠାରୁ ଅଧିକ ଆବଶ୍ୟକ।

• ଆପଣ ଯେଉଁଠାରେ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଛନ୍ତି ତାହା ବ୍ଲକ ଲିଷ୍ଟେଡ କିମ୍ବା ବହିଷ୍କୃତ କ୍ଷେତ୍ରରେ ନ ହୋଇଥିବା ଆବଶ୍ୟକ।

୨। ପେଟ୍ରୋଲ ପମ୍ପ ଆରମ୍ଭ କରିବା ପାଇଁ ଆବଶ୍ୟକ ନିବେଶ:-

ଗ୍ରାମୀଣ କ୍ଷେତ୍ରରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଆବେଦକଙ୍କୁ ଅତିକମରେ ୧୫ଲକ୍ଷ ଟଙ୍କାରୁ ୨୦ଲକ୍ଷ ଟଙ୍କା ଆବଶ୍ୟକ ଅଟେ। ସହରାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅତିକମରେ ୩୦-୩୫ ଲକ୍ଷ ଟଙ୍କା(ଯଦି ଭୂମି ନିଜର ଅଟେ) ଆବଶ୍ୟକ। ନଗଦ ଓ ଗହଣା ବ୍ୟତୀତ, ଆବେଦକ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ନିମ୍ନଲିଖିତ ଫଣ୍ଡର ଉପଯୋଗ କରିପାରିବେ।

• ବ୍ୟାଙ୍କ ଡିପୋଜିଟ

• ବଣ୍ଡ ଏଣ୍ଡ ସେୟାର

• ଫିକ୍ସ ଡିପୋଜିଟ

• ମ୍ୟୁଚୁଆଲ ଫଣ୍ଡ

• ନେସନାଲ ସେଭିଂ ସାର୍ଟିଫିକେଟ

• ପୋଷ୍ଟ ଅଫିସ ସ୍କିମ ଓ

• ସେଭିଂ ସ୍କିମ

୩। ପେଟ୍ରୋଲ ପମ୍ପ ପାଇଁ ଭୂମିର ଆବଶ୍ୟକ:-

ଅଧିସୂଚନା ଅନୁସାରେ ଆବେଦକଙ୍କ ନିକଟରେ ନିଜ ନାମର ଭୂମି ହେବା ଆବଶ୍ୟକ କିମ୍ବା ଏମିତି କ୍ଷେତ୍ର ଯେଉଁଠି ଭୂମିକୁ ଲମ୍ବା ସମୟ ପର୍ଯ୍ୟନ୍ତ ଲିଜରେ ନିଆଯାଇପାରିବ। ରିଟେଲ ଆଉଟଲେଟ ଦୁଇ ପ୍ରକାର ହୋଇଥାଏ, ଯାହାକୁ ନିମ୍ନଲିଖିତ ସ୍ଥାନ ଅନୁସାରେ ଖୋଲା ଯାଇପାରିବ।

i) ନିୟମିତ ରିଟେଲ ଆଉଟଲେଟ: ରାଷ୍ଟ୍ରୀୟ ଓ ରାଜ୍ୟ ରାଜମାର୍ଗ ଉପରେ, ସହର ଓ ଅର୍ଦ୍ଧ ସହର ଅଞ୍ଚଳରେ

(ii) ଗ୍ରାମୀଣ ରିଟେଲ ଆଉଟଲେଟ: ଗ୍ରାମୀଣ କ୍ଷେତ୍ରରେ କିନ୍ତୁ ରାଷ୍ଟ୍ରୀୟ ରଜମାର୍ଗ ଉପରେ ନୁହେଁ

ଆଦର୍ଶ ରୂପରେ ୮୦୦୦ ବର୍ଗ ମିଟର-୧ ୨୦୦ ବର୍ଗ ମିଟରର ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଉପଯୁକ୍ତ ହୋଇଥାଏ।

୪। ପେଟ୍ରୋଲ ପମ୍ପ ବ୍ୟବସାୟ ଏପ୍ଲିକେସନ ଫିସ:-
ରେଗୁଲାର ରିଟେଲ ଆଉଟଲେଟଙ୍କ ପାଇଁ ଆବେଦକଙ୍କୁ ୧୦୦୦ ଟଙ୍କାର ଏପ୍ଲିକେସନ ଫିସ ଜମା କରିବା ଆବଶ୍ୟକ ଅଟେ। ଓ ରିଟେଲ ଆଉଟଲେଟ ପାଇଁ ୧୦୦ ଟଙ୍କା। ସେହିପରି ଏସସି/ଏସଟି/ଓବିସି ବର୍ଗର ଲୋକଙ୍କୁ ଏପ୍ଲିକେସନ ଫିସ ଉପରେ ୫୦ପ୍ରତିଶତ ଛାଡ ଦିଆଯାଏ।

୫। ପେଟ୍ରୋଲ ପମ୍ପ ବ୍ୟବସାୟ ଫିକ୍ସଡ ଫିସ:-

ଯଦି କୌଣସି ଆବେଦକଙ୍କୁ ଉକ୍ତ ଉଦ୍ୟାନ ପାଇଁ ଓ ସମ୍ବନ୍ଧିତ କ୍ଷେତ୍ରରେ ଭୂମିର ମାଲିକ ଅଟନ୍ତି ତେବେ ରେଗୁଲାର ଆଉଟଲେଟ ପାଇଁ ୧୫ଲକ୍ଷ ଟଙ୍କା ଓ ଗ୍ରାମୀଣ ରିଟେଲ ଆଉଟଲେଟ ପାଇଁ ୫ଲକ୍ଷ ଟଙ୍କାର ଭୁଗତାନ କରିବାକୁ ହେବ। କମ୍ପାନୀର ସ୍ବାମିତ୍ଵ ଥିବା ଡ଼ିଲରସିପ ପାଇଁ ଆବେଦକଙ୍କୁ ଗ୍ରାମୀଣ ସ୍ଥଳ ପାଇଁ ୧୦ଲକ୍ଷ ଟଙ୍କା ଓ ରେଗୁଲାର ସାଇଟ ପାଇଁ ୩୦ଲକ୍ଷ ଟଙ୍କାର ଭୁଗତାନ କରିବାକୁ ହେବ।

୬। ପେଟ୍ରୋଲ ପମ୍ପ ଡ଼ିଲରସିପ ପାଇଁ ଆବେଦନ କରନ୍ତୁ:-

ଅଗ୍ରଣୀ ଅଏଲ ମାର୍କେଟିଂ କମ୍ପାନୀଗୁଡିକ ଦେଶର ବିଭିନ୍ନ ସହର ଏବଂ ଅବସ୍ଥାନରେ ପେଟ୍ରୋଲ ପମ୍ପ ସ୍ଥାପନ ପାଇଁ ଯୋଜନା ବିଷୟରେ ଖବରକାଗଜ କିମ୍ବା ଅନଲାଇନରେ ବିଜ୍ଞାପନ ପ୍ରକାଶ କରନ୍ତି। ଆବେଦନକାରୀ ଅବସ୍ଥାନ କିମ୍ବା ଅଞ୍ଚଳରେ ଡିଲରସିପ ଖୋଲିବା ପାଇଁ OMCର ଅଫିସିଆଲ ୱେବସାଇଟ ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ କିମ୍ବା ବିଜ୍ଞାପନରେ ପ୍ରକାଶିତ ଠିକଣାକୁ ଚିଠିରେ ଲେଖି ସୂଚନା ଦେଇପାରିବେ।

ଯଦି ଅନେକ ଆବେଦନକାରୀ ସମାନ କ୍ଷେତ୍ର କିମ୍ବା ସ୍ଥାନ ପାଇଁ ଆବେଦନ କରନ୍ତି, ତେବେ ଅଏଲ ମାର୍କେଟିଂ କମ୍ପାନୀଗୁଡିକ ଏକ ଲଟେରୀ ସିଷ୍ଟମ, ବିଡିଂ ପ୍ରକ୍ରିୟା ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରନ୍ତି।

୭। ପେଟ୍ରୋଲ ପମ୍ପ ବ୍ୟବସାୟ ସାର୍ଟିଫିକେଟ ଓ ଅନୁମତି:-

ପେଟ୍ରୋଲ ପମ୍ପ ଖୋଲିବା ପାଇଁ କୌଣସି ଆବେଦକଙ୍କୁ ବିନା କୌଣସି ଅନୁମତି ଓ ଚିନ୍ତାରେ ନିଜର ଡିଲରସିପ ଚଳାଇବା ପାଇଁ କିଛି ସାର୍ଟିଫିକେଟ ଓ ଅନୁମତି ନେବା ଆବଶ୍ୟକ ହୋଇଥାଏ। ଏଥି ମଧ୍ୟରୁ କିଛି ତଳେ ଲେଖାଯାଇଛି:

• ସ୍ଥାନ ଓ କାଗଜପତ୍ର

• ଲାଇସେନ୍ସ ପ୍ରାଧିକରଣ ନିକଟରୁ ନୋ ଅବଜେକ୍ସନ ସାର୍ଟିଫିକେଟ

• ନଗର ନିଗମ ବିଭାଗ ଓ ଅଗ୍ନି ସୁରକ୍ଷା କାର୍ଯ୍ୟଳୟରୁ ଅନୁମତି

• ପ୍ରମାଣମ ଓ ସମ୍ବନ୍ଧିତ ଅଧିକାରୀଙ୍କ ନିକଟରୁ ଏନଓସି

ଏକ ପେଟ୍ରୋଲ ପମ୍ପର ସ୍ଥାନ କୌଣସି ବ୍ୟବସାୟର ସଫଳତା କିମ୍ବା ବିଫଳତାରେ ମହତ୍ତ୍ୱପୂର୍ଣ୍ଣ ପହେଲୁ ଅଟେ। ପେଟ୍ରୋଲ ପମ୍ପ ବ୍ୟସ୍ତ ରାଷ୍ଟ୍ରୀୟ କିମ୍ବା ରାଜ୍ୟ ରାଜମାର୍ଗ, ଆବସୀୟ କ୍ଷେତ୍ର, ଲୋକପ୍ରିୟ ବଜାର, ଓ ଉଚ୍ଚ ଯାତାୟାତ ସହିତ ସଡକ ଉପରେ ରହିବା ଆବଶ୍ୟକ। ଲାଇସେନ୍ସ ପାଇବା ପରେ ଆବେଦକଙ୍କୁ OMCଙ୍କ ନିର୍ଦ୍ଦେଶ ଓ ଦିଗ ନିର୍ଦ୍ଦେଶ ଅନୁସାରେ ପେଟ୍ରୋଲ ପମ୍ପ ଓ ତୈଳ ବଙ୍କର ତିଆରି କରିବାକୁ ହେବ।

ସମ୍ବନ୍ଧିତ ପ୍ରଶ୍ନ:

ପ୍ରଶ୍ନ: କେଉଁ ପେଟ୍ରୋଲ ପମ୍ପର ଡିଲରସିପ ସବୁଠାରୁ ଭଲ ଅଟେ?

ଉତ୍ତର: ଇଣ୍ଡିଆନ ଅଏଲକୁ ଭାରତର ସବୁଠାରୁ ବଡ଼ ଓ ସବୁଠାରୁ ଲାଭଦାୟକ ତୈଳ କମ୍ପାନୀ ବୋଲି କୁହାଯାଏ। ଏହା ଗ୍ରାହକଙ୍କ ଉପରେ ନିର୍ଭର କରିଥାଏକି କେଉଁ ଡିଲରସିପ ତାଙ୍କୁ ବାକି ତୁଳନାରେ ଅଧିକ ଲାଭ ଦେଉଅଛି। ପେଟ୍ରୋଲ ପମ୍ପ ଡିଲରସିପ ବିଭିନ୍ନ ପ୍ରମୁଖ କମ୍ପାନୀରୁ ପ୍ରାପ୍ତ କରାଯାଇ ପାରିବ। ଯେଉଁଥିରେ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ, ରିଲାଏନ୍ସ ପେଟ୍ରୋଲିୟମ, ସେଲ ଏସାର ଅଏଲ, ଓଏନଜିସି ଆଦି ସାମିଲ ଅଛି।

ପ୍ରଶ୍ନ: ମୁଁ ଭାରତରେ ପେଟ୍ରୋଲ ପମ୍ପର ବ୍ୟବସାୟ କେମିତି ଆରମ୍ଭ କରିପାରିବି?

ଉତ୍ତର: ଭାରତରେ ଏକ ପେଟ୍ରୋଲ ପମ୍ପ ଆରମ୍ଭ କରିବା ପାଇଁ ଆବେଦକଙ୍କୁ ରାଜ୍ୟର ଯୋଗ୍ୟତା ସର୍ତ୍ତକୁ ପୂରଣ କରିବାକୁ ହେବ, ନିବେଶ କରିବା ପାଇଁ ୱାର୍କିଂ କ୍ୟାପିଟାଲ ଦେଖାଇବା ଆବଶ୍ୟକ ଅଟେ। ୨୧ ବର୍ଷରୁ ୫୫ ବର୍ଷ ବୟସର ବ୍ୟକ୍ତି ହେବା ଉଚିତ। ଓ ବ୍ୟକ୍ତି ଅତିକମରେ ଦ୍ଵାଦଶ ଶ୍ରେଣୀ ପାସ କରିଥିବା ଆବଶ୍ୟକ।

ପ୍ରଶ୍ନ: ମୋତେ ପେଟ୍ରୋଲ ପମ୍ପ ଲାଇସେନ୍ସ କିପରି ମିଳିବ?

ଉତ୍ତର: ପେଟ୍ରୋଲ ପମ୍ପର ଲାଇସେନ୍ସ ରାଜ୍ୟର ପ୍ରାଧିକରଣ ଦ୍ବାରା ପ୍ରାପ୍ତ କରାଯାଇପାରିବ। ଏନଓସି ସହିତ ଉକ୍ତ ବିଶେଷ ରାଜ୍ୟର ନଗର ନିଗମ ବିଭାଗରୁ ଅନୁମତି ଓ ସ୍ଥାନର ସାର୍ଟିଫିକେଟର କପି ମଧ୍ୟ ଆବଶ୍ୟକ।

ପ୍ରଶ୍ନ: ପେଟ୍ରୋଲ ପମ୍ପ ବ୍ୟବସାୟ ଆରମ୍ଭ କରିବା ପାଇଁ କେତେ ନ୍ୟୁନତମ ନିବେଶ ଆବଶ୍ୟକ ଅଟେ?

ଉତ୍ତର: ପେଟ୍ରୋଲ ପମ୍ପ ଆରମ୍ଭ କରିବା ପାଇଁ ନ୍ୟୁନତମ ନିବେଶ ୧୫ ଲକ୍ଷ ଟଙ୍କା ଅଟେ, ଯାହାକି ରିଟେଲ ଆଉଟଲେଟ ପାଇଁ ପାଖାପାଖି ୩୫ ଲକ୍ଷ ଟଙ୍କା ଆବଶ୍ୟକ ଅଟେ।

Leave A Reply

Your email address will not be published.