ପାଞ୍ଚ ମାସ ପରେ ଧରାପଡିଲା ହେଡମାଷ୍ଟରାଣୀଙ୍କ କାଣ୍ଡ କାରନାମା,ନେଉଥିଲେ ୭୦,୦୦୦ , ଦେଉଥିଲେ ୧୦୦୦୦ !

0

Get real time updates directly on you device, subscribe now.

ବିଦ୍ୟାଳୟ ଏକ ମନ୍ଦିର |ସେ ମନ୍ଦିରରେ ଥିବା ଶିକ୍ଷକ ସଦାସର୍ବଦା ପୂଜନୀୟ | ଶିକ୍ଷକଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭର କରେ |ସେ ଗୁରୁ ଦାୟିତ୍ୱ କୁ ସୁଚାର ରୂପେ କରିବା ମଧ୍ୟ୍ୟ ଶିକ୍ଷକଙ୍କ କର୍ତ୍ତବ୍ୟ ଅଟେ |ତାହା ଯଦି ଶିକ୍ଷକ ଭ୍ରୋରଷ୍ଟାଚାର ଭାବେ ତୁଲେଇବେ ଯାହା ଫଳରେ ଆଗାମୀ ଭବିଷ୍ୟତ ନଷ୍ଟ ହୋଇଯିବ |ଶିକ୍ଷକ ସଦାସର୍ବଦା ନମନୀୟ, ପୂଜନିୟ, ଏବଂ ଚିର ସ୍ମରନିୟ |ଯଦି ସେହି ଶିକ୍ଷକ ନିୟମିତ ବିଦ୍ୟାଳୟ ନ ଆସି ନିଜ କାମରେ ଖିଲାପ କଲେ ସେହି ସ୍ଥାନୀୟ ଲୋକ କଣ ଦଣ୍ଡ ନିର୍ଧାରଣ କରିବେ ଆସନ୍ତୁ ଜାଣିବା ସେ ପରି ଏକ ଶିକ୍ଷକଙ୍କ ଶିକ୍ଷକାତାଙ୍କ ଅବଦାନ |

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ଏକେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ଏହି ଘଟଣାର ଅନୁସନ୍ଧାନ କରିଥିଲେ। ଏହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ନିୟମିତ ଭାବରେ ବିଦ୍ୟାଳୟକୁ ଆସନ୍ତି ନାହିଁ। ଏପରି କି ଗତ ପାଞ୍ଚ ମାସ ହେଲା ତାଙ୍କ ବଦଳରେ ଅନ୍ୟ ଜଣେ ମହିଳା ସ୍କୁଲକୁ ଆସି ପିଲାଙ୍କୁ ପଢାଉଥିବା ଜଣା ପଡିଥିଲା।କୋରୋନା କାଳରେ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱଂସାବଶେଷ ହୋଇଥିବାର ଦେଖାଯାଉଛି। ବିଶେଷ କରି ସରକାରୀ ସ୍କୁଲରେ ଏହାର ଅଧିକ ପ୍ରମାଣ ମିଳୁଛି। ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସ୍କୁଲ ଯାଉନଥିଲେ, କିନ୍ତୁ ମାସକୁ ମୋଟା ଅଙ୍କର ଦରମା ନେଉଥିଲେ। ଏପରିକି ସେ ନିଜେ ସ୍କୁଲ ଯିବା ବଦଳରେ ଅନ୍ୟ ଜଣେ ମହିଳାଙ୍କୁ ପଠାଉଥିଲେ।

ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରାଖଣ୍ଡ ପୌରୀ ଗଡୱାଲ ଜିଲ୍ଲାର ଏକେଶ୍ୱର ବ୍ଲକରେ ଘଟିଛି|ସୂଚନାନୁସାରେ ପୌରୀ ଗଡୱାଲ ଜିଲ୍ଲାର ଏକେଶ୍ୱର ବ୍ଲକରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦ୍ରୌପଦୀ ମାଧୱାଲ ନିଜ ସ୍ଥାନରେ ଶିକ୍ଷାଦାନ ପାଇଁ ଗାଁର ଜଣେ ଝିଅକୁ ରଖିଥିଲେ। ସେ ଏଥିପାଇଁ ଝିଅଙ୍କୁ ମାସିକ ୧୦ ହଜାର ଟଙ୍କା ଦେଉଥିଲେ ଆଉ ଦ୍ରୌପଦୀ ମାଧୱାଲ ନିଜେ ମାସକୁ ୭୦,୦୦୦ ଟଙ୍କା ଦରମା ଉଠାଉଥିଲେ। ମାମଲାର ସୂଚନା ପାଇବା ପରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ରୌପଦୀଙ୍କୁ ନିଲମ୍ବନ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ଏକେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ଏହି ଘଟଣାର ଅନୁସନ୍ଧାନ କରିଥିଲେ। ଏହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ନିୟମିତ ଭାବରେ ବିଦ୍ୟାଳୟକୁ ଆସନ୍ତି ନାହିଁ। ଏପରି କି ଗତ ପାଞ୍ଚ ମାସ ହେଲା ତାଙ୍କ ବଦଳରେ ଅନ୍ୟ ଜଣେ ମହିଳା ସ୍କୁଲକୁ ଆସି ପିଲାଙ୍କୁ ପଢାଉଥିବା ଜଣା ପଡିଥିଲା।

ଯେଉଁଥିପାଇଁ ତାଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ନକଲି ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।ଚାରି ବର୍ଷ ପୂର୍ବେ ଏକେଶ୍ୱର ବ୍ଲକର ବନ୍ତୋଲି ଗାଁର ବିଦ୍ୟାଳୟରେ ଦ୍ରୌପଦୀ ମାଧୱାଲଙ୍କୁ ନିଯୁକ୍ତ କରାଯାଇଥିଲା। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର କେବଳ ୧୨ ଜଣ ଛାତ୍ରଛାତ୍ରୀ ଥିଲେ। ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ମୁଖ୍ୟ ଶିକ୍ଷା ଅଧିକାରୀ ଶୁକ୍ରବାର ମାଧୱାଲଙ୍କୁ ନିଲମ୍ବିତ କରି ଏକେଶ୍ୱରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କରିଛନ୍ତି। ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

Leave A Reply

Your email address will not be published.